ETV Bharat / state

ଲଗାଣ ବର୍ଷା ଛଡାଇନେଲା ଗୃହପାଳିତ ପଶୁ, ପ୍ରଶାସନ ଦେଉନି ସହାୟତା ରାଶି - କେନ୍ଦ୍ରାପଡା ଖବର

ବିତିଗଲାଣି 3 ବର୍ଷ । ବାରମ୍ବାର ପ୍ରଶାସନ ପାଖକୁ ଦୌଡି ଦୌଡି ମିଳିପାରିନି କ୍ଷତିପୂରଣ । ଅଧିକ ପଢନ୍ତୁ...

ଲଗାଣ ବର୍ଷା ଛଡାଇନେଲା ଗୃହପାଳିତ, ପ୍ରଶାସନ ଦେଉନି ସହାୟତା ରାଶି

author img

By

Published : Feb 22, 2021, 3:13 PM IST

କେନ୍ଦ୍ରାପଡା: ବିତିଗଲାଣି 3 ବର୍ଷ । ବାରମ୍ବାର ପ୍ରଶାସନ ପାଖକୁ ଦୌଡି ଦୌଡି ମିଳିପାରିନି କ୍ଷତିପୂରଣ । 2018 ଲଗାଣ ବର୍ଷାରେ ଚାଷଜମି ହେଲା ଜଳାର୍ଣ୍ଣବ, ମରିଗଲେ ଗୃହପାଳିତ ପଶୁପକ୍ଷୀ। ମାତ୍ର ବୀମା କରାଇଥିବା ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ମିଳିପାରିନି କ୍ଷତିପୂରଣ । ବାରମ୍ବାର ଅଧିକାରୀଙ୍କ ଦ୍ବାରସ୍ଥ ହେବା ସତ୍ତ୍ବେ ବି ଶୁଣୁନାହାଁନ୍ତି ପ୍ରଶାସନ । ଶେଷରେ ବାଧ୍ୟହୋଇ ସମୂହ ଚାଷୀମାନେ କେନ୍ଦ୍ରାପଡ଼ା ପ୍ରାଣୀଧନ ଚିକିତ୍ସକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନର ବାଟ ବାଛିଛନ୍ତି।

ମିଳୁନି କ୍ଷତିପୂରଣ, ପ୍ରାଣୀଧନ ଚିକିତ୍ସକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

ତେବେ ଏନେଇ ଉପଖଣ୍ଡ ପ୍ରାଣୀଧନ ଚିକିତ୍ସିକ ଅଧିକାରୀ ନଥିବା କହି କଥା ପାର ହୋଇଯାଇଛନ୍ତି । 2018 ମସିହାରେ ହୋଇଥିବା କ୍ଷତିର ରିପୋର୍ଟ 2020 ମସିହାରେ ଆସିଥିଲା, ଏଥିପାଇଁ ସେମାନଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ସମ୍ଭବ ହୋଇନଥିଲା । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ କରାଯାଇ ରିପୋର୍ଟ ଆସିଛି ମାତ୍ର ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଅନୁପସ୍ଥିତି କାରଣରୁ ପଦକ୍ଷେପ ନିଆଯାଇ ପାରୁନି ।

ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏହି ଦୃଶ୍ୟରୁ ଲାଗୁଛି ଯେମିତି କେନ୍ଦ୍ରାପଡା ଜିଲ୍ଲାରେ ସମସ୍ତ ଯୋଜନା ବାଟମାରଣା ହୋଇଛି । ଅନ୍ୟପକ୍ଷେ ଖୁବଶୀଘ୍ର ଗୋପାଳକ ଚାଷୀଙ୍କର ବୀମାରାଶି ସମ୍ପର୍କିତ ପଦକ୍ଷେପ ନିଆଯିବ ବୋଲି ଚିକିତ୍ସାଧିକାରୀ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.