ETV Bharat / state

ପୌର ଫାଇଟ୍: କାହାର ହେବ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ପଦ ? ସହରୀ ସଂଗ୍ରାମରେ ତ୍ରିମୁଖୀ ଲଢେଇ - କେନ୍ଦ୍ରପଡାରେ ପୌରାଧ୍ୟକ୍ଷ ପାଇଁ ତ୍ରିମୁଖୀ ଲଢେଇ

କାହାର ହେବ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ପଦ ? ବିଜେଡିକୁ ସୁହାଇବ କି ନବୀନଙ୍କ ବିକାଶ ନାରା ? ନା ବାଜି ମାରିନେବେ ବିରୋଧି ? ଏଥର ପୌର ନିର୍ବାଚନରେ ସିଧାସଳଖ ପୌରଧ୍ୟକ୍ଷ ନିର୍ବାଚିତ ହେଉଥିବା ବେଳେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ଚାଲିଛି ତ୍ରିମୁଖୀ ଲଢେଇ । ଅଧିକ ପଢନ୍ତୁ

କାହାର ହେବ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ପଦ ? ଚାଲିଛି ତ୍ରିମୁଖି ପ୍ରତିଦ୍ବନ୍ଦିତା

author img

By

Published : Mar 15, 2022, 5:16 PM IST

Updated : Mar 15, 2022, 5:28 PM IST

କେନ୍ଦ୍ରାପଡା: ରାଜ୍ୟରେ ଏବେ ପୌର ନିର୍ବାଚନର ହାୱା ବହୁଛି । ନିର୍ବାଚନକୁ ନେଇ ସରଗରମ୍ ରହିଛି କେନ୍ଦ୍ରପଡା ଜିଲ୍ଲାର ଦୁଇଟି ମ୍ୟୁନିସିପାଲିଟି । ରାଜ୍ୟର ସର୍ବ ପୁରାତନ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ସୋମବାର ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷଦିନ ହେବା ପରେ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଆର୍ଥିକ କାରବାର ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ଜିଲ୍ଲାର ସର୍ବବୃହତ୍ ପଟ୍ଟାମୁଣ୍ଡାଇରେ ମ୍ୟୁନିସିପାଲିଟିରେ ଚାଲିଛି ତ୍ରିମୁଖୀ ଲଢେଇ । ଏଥର ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ୱାର୍ଡ ୱାର୍ଡରେ କମ୍ପୁଛି ପ୍ରାର୍ଥୀଙ୍କ ପ୍ରଚାର । ମାଳ ମାଳ ପ୍ରତିଶ୍ରୁତି ବର୍ଷାରେ ଶାସକ ଦଳକୁ ଚେକ୍ ଦେବାକୁ କଳବଳ ଲଗାଇଛନ୍ତି ବିରୋଧି । ବିଶେଷକରି ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର ।

ସହରୀ ସଂଗ୍ରାମରେ ତ୍ରିମୁଖୀ ଲଢେଇ

ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟ ଅଧିନରେ ମୋଟ ୨୦ଟି ୱାର୍ଡ ରହିଛି । ଏଠାରେ ୩୦ହଜାରରୁ ଅଧିକ ଭୋଟର ରହିଛନ୍ତି । ଗତ ପୌର ନିର୍ବାଚନରେ ଏହି ମ୍ୟୁନିସିପାଲିଟିରେ ବିଜେଡି ବାଜି ମାରିଥିଲା । ଏଥର ମଧ୍ୟ ପୌରଧ୍ୟକ୍ଷ ପଦ ହାତେଇବା ଲକ୍ଷ୍ୟରେ ରହିଛି ଦଳ । ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷ ପାଇଁ ବିଜୁ ଜନତା ଦଳରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ହେମନ୍ତ କୁମାର ସାହୁ । ସେହିପରି ବିଜେପିରୁ ଶଶୀକାନ୍ତ ସ୍ୱାଇଁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଲଢୁଛନ୍ତି ଅବିନାଶ ଲେଙ୍କା । ଆସନ ଦଖଲ ପାଇଁ ହେମନ୍ତ ନବୀନ ସରକାରଙ୍କ ବିକାଶକୁ ମୁଦ୍ଦା କରିଛନ୍ତି । ସେ ସମସ୍ତ ୱାର୍ଡ ବୁଲି ଲୋକମାନଙ୍କ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପହଞ୍ଚାଉଥିବା କହିଛନ୍ତି । ସେ ବିଜୟୀ ହୋଇ ସାଧାରଣ ଲୋକଙ୍କ ଯାହା କିଛି ସମସ୍ୟା ରହିଛି ସେଗୁଡିକୁ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ୮ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହେବେ ବୋଲି ଦୃଢ଼ ଦାବି କରିଛନ୍ତି ହେମନ୍ତ ।

ସେପଟେ ବିରୋଧି ମଧ୍ୟ ବିଜେଡିର ଦୀର୍ଘଦିନର ଶାସନରେ ହୋଇଥିବା ଦୁର୍ନୀତିକୁ ଅସ୍ତ୍ର କରିଛନ୍ତି । ବିଜେଡି ଶାସନରେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ଅଫିସର ରାଜ ଚାଲୁଥିବା ବିଜେପି ଅଭିଯୋଗ କରିଛି ଏବଂ ବିଜେପି କ୍ଷମତାକୁ ଆସିଲେ ଲୋକମାନଙ୍କ ସବୁ ଅସୁବିଧା ଦୂର ହେବ ବୋଲି କହିଛନ୍ତି ଶୀକାନ୍ତ ସ୍ୱାଇଁ । ସେହିପରି ଏହି ମ୍ୟୁନିସିପାଲିଟିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ସାଧାରଣ ଲୋକ ରାସନ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୀର୍ଘଦିନ ଧରି ଅପେକ୍ଷାରେ ରହିବା ଏପରିକି ଆବାସ, ସ୍ୱଚ୍ଛତା ପାଇଁ ହାତଗୁଞ୍ଜ ନ ଦେଲେ କାମ ନ ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କର ଏହି ପ୍ରତିଦ୍ବନ୍ଦିତା ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ଅବିନାଶ ଲେଙ୍କା । ସୂଚନା ଅଧିକାର ଆଇନକୁ ପୌର କର୍ତ୍ତୃପକ୍ଷ ହେୟଜ୍ଞାନ କରି ଦୁର୍ନୀତିରେ ଲିପ୍ତ ରହୁଥିବା ବେଳେ ସେ ବିଜୟୀ ହେଲେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରୁ ଦୁର୍ନୀତି ହଟାଇ ଏକ ନୂତନ ଆଶାର ସୂର୍ଯ୍ୟୋଦୟ କରିବେ ବୋଲି ପ୍ରକାଶ କରିଛନ୍ତି।

ପଞ୍ଚାୟତ ନିର୍ବାଚନରେ ବିଜେଡିର କ୍ଲିନ୍ ସ୍ବିପ ପରେ ପୌର ନିର୍ବାଚନରେ ବି ବିରାଟ ବିଜୟ ଆଶାରେ ରହିଛି ବିଜେଡି । ତେବେ କୋଭିଡ ସମୟରେ ୨୦ ୱାର୍ଡକୁ ୨୧ ୱାର୍ଡ ହିସାବରେ ଖର୍ଚ୍ଚ କରି ଦୁର୍ନୀତିର ଶିରୋନାମାରେ ଥିବା ପଟ୍ଟାମୁଣ୍ଡାଇ ଏଥର କାହା ଦଖଲରେ ରହିବ ତାହା ସମୟ କହିବ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Mar 15, 2022, 5:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.