ETV Bharat / state

ବିଜେପି ନେତାଙ୍କ ହତ୍ୟା ଘଟଣା: କେନ୍ଦ୍ରାପଡାରେ ବିକ୍ଷୋଭ ସହ କୁଶପୁତ୍ତଳିକା ଦାହ

author img

By

Published : Jan 4, 2021, 3:46 PM IST

ମାହାଙ୍ଗା ବିଜେପି ନେତାଙ୍କ ହତ୍ୟା ଘଟଣା । ପ୍ରତିବାଦରେ ବିଜେପିର ବିକ୍ଷୋଭ ଓ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ । ଅଧିକ ପଢନ୍ତୁ...

political  leader killed in Mahanga, bjp protest for justice
ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟା ଘଟଣା , ଦଳ ପକ୍ଷରୁ କରାଗଲା ପ୍ରତିବାଦ

କେନ୍ଦ୍ରାପଡା : ମାହାଙ୍ଗାର ବରିଷ୍ଠ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କ ହତ୍ୟାକୁ ନେଇ ପ୍ରତିବାଦ କରାଯାଇଛି । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ଵରେ ଶତାଧିକା ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ଆସି ଟାଉନ ଥାନା ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ l

ବିଜେପି ନେତାଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ l ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ମାହାଙ୍ଗାରେ ଅନ୍ୟାୟ ଓ ଦୁର୍ନୀତିର ପ୍ରତିବାଦ କଲେ ଶାସକଦଳ ମୃତ୍ୟୁଦଣ୍ଡ ଦେଉଛି ବୋଲି ବରିଷ୍ଠ ବିଜେପି ନେତା ସୁନାକର ବେହେରା ଅଭିଯୋଗ କରିଥିଲେ l କେବଳ ସେତିକି ନୁହେଁ ପଶ୍ଚିମବଙ୍ଗ ଶୈଳୀରେ ଏଠାରେ ବିଜେଡି ସରକାର ଶାସନ କରୁଛି ବୋଲି ସେ କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.