ETV Bharat / state

କେନ୍ଦ୍ରାପଡା ମେଗା ଜଳ ପ୍ରକଳ୍ପ: ଅନଶନରତ ଶ୍ରୀକାନ୍ତ ନାୟକଙ୍କୁ SCB ସ୍ଥାନାନ୍ତର - ଅନଶନରତ ଶ୍ରୀକାନ୍ତ ନାୟକ

କେନ୍ଦ୍ରାପଡା ମେଗା ଜଳ ପ୍ରକଳ୍ପକୁ ବିରୋଧ କରି ଅନଶନରେ ବସିଥିବା ଇକୋ ସେନସିଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ଏସସିବି ସ୍ଥାନାନ୍ତର । ଅଧିକ ପଢନ୍ତୁ...

କେନ୍ଦ୍ରାପଡା ମେଗା ଜଳ ପ୍ରକଳ୍ପ: ଅନଶନରତ ଶ୍ରୀକାନ୍ତ ନାୟକ SCB ସ୍ଥାନାନ୍ତର

author img

By

Published : Aug 26, 2021, 10:46 AM IST

କେନ୍ଦ୍ରାପଡା: ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ମେଗା ଜଳ ପ୍ରକଳ୍ପକୁ ବିରୋଧ କରି ଅନଶନରେ ବସିଥିବା ଇକୋ ସେନସିଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକଙ୍କୁ ଏସସିବି ସ୍ଥାନାନ୍ତର । ଅନଶନକାରୀ ପରିବେଶବିତ ତଥା ଭିତରକନିକା ଇକୋ ସେନସିଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକଙ୍କୁ ପୋଲିସ ଲଗାଇ ବଳ ପୂର୍ବକୁ ଏସସିବି ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ।

କେନ୍ଦ୍ରାପଡା ମେଗା ଜଳ ପ୍ରକଳ୍ପ: ଅନଶନରତ ଶ୍ରୀକାନ୍ତ ନାୟକ SCB ସ୍ଥାନାନ୍ତର

ଇକୋ ମନିଟରିଂ ଜୋନ ବୈଠକରେ ଚଞ୍ଚକତା କରାଯାଇ ସମ୍ବେଦନଶୀଳ ପରିସୀମା ମଧ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଅନଶନରେ ବସିଥିଲେ କମିଟି ସଦସ୍ୟ ଶ୍ରୀକାନ୍ତ । ତେବେ ଚଞ୍ଚକତା କରି କେନ୍ଦ୍ରାପଡାରେ କରାଯାଉଥିବା ମେଗା ପାନୀୟଜଳ ପ୍ରକଳ୍ପରେ ଜିଲ୍ଲାପାଳ, ରାଜନଗର ବନବିଭାଗ ଅଧିକାରୀ ତଥା ମନିଟରିଂ ଜୋନର ସମ୍ପାଦକ ସମ୍ପୃକ୍ତି ଥିବା ଅଭିଯୋଗ କରି IIT ହାଇଦ୍ରାବାଦ ରିପୋର୍ଟର ତର୍ଜମା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଅନୁଧ୍ୟାନ କରାଯାଉ ବୋଲି ଦାବି କରି ଗତ ୧୦ ତାରିଖରୁ ଅନଶନରେ ବସିଥିଲେ ଶ୍ରୀକାନ୍ତ ନାୟକ ।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖ ଗାନ୍ଧିମୂର୍ତ୍ତି ତଳେ ଅନଶନରେ ବସିବା ପରେ ଗତ ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଦିନ ପୋଲିସ ପ୍ରଶାସନ ବଳପୂର୍ବକ ଶ୍ରୀକାନ୍ତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପୁନଶ୍ଚ ତାଙ୍କୁ କଟକ ପଠା ଯାଇଥିବା ଜଣାପଡିଛି । ଆଜି(ଗୁରୁବାର) ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଶ୍ରୀକାନ୍ତଙ୍କୁ ଭେଟି ଆଲୋଚନା କରିବାକୁ ଥିବାବେଳେ ବୁଧବାର ବିଳମ୍ବିତ ରାତିରୁ ତାଙ୍କୁ କଟକ ପଠାଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.