କେନ୍ଦ୍ରାପଡା: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ଅରଡପଲ୍ଲୀ ଗ୍ରାମର ସୁବାଷ ବେହେରାଙ୍କୁ ପୋଲିସ ଘରୁ ଏକ ମାମଲାରେ ଉଠାଇ ଆଣିଥିଲା ଥାନାକୁ । ହେଲେ ପୋଲିସ ଘରୁ ଉଠାଇ ଆଣିଥିବା ସୁବାଷ ବେହେରାଙ୍କ ମୃତ୍ୟୁ ଘଟିଛି । ତେବେ କେଉଁ ପରିସ୍ଥିତିରେ ସୁବାଷଙ୍କ ମୃତ୍ୟୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଏହାକୁ ନେଇ ପୁଣି ଥରେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି । ମୃତ ସୁବାଷଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ପୋଲିସ ସୁବାଷଙ୍କୁ ଥାନାରେ ପିଟିପିଟି ହତ୍ୟା କରିଛି ।
ଅନ୍ୟପଟେ ପୋଲିସ କହିଛି ସୁବାଷ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଉତ୍ତେଜନା ଲାଗି ରହିଛି । ଆଇନ ଶୃଙ୍ଖଳା ବିଗିଡିବା ଆଶଙ୍କାରେ ପୋଲିସ ଥାନା ଚତୁଃପାର୍ଶ୍ବରେ ବ୍ୟାପକ ପୋଲିସ ମୁତୟନ କରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ