ETV Bharat / state

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ, ଲୁଟ ସାମଗ୍ରୀ ଜବତ ସହ 6 ଗିରଫ

କେନ୍ଦ୍ରାପଡା ପୋଲିସ ପଞ୍ଝାରେ ଡକାୟତ ଗ୍ୟାଙ୍ଗ। 3 ଡକାୟତଙ୍କ ସହ 3 ସୁନା ବ୍ୟବସାୟୀ ମଧ୍ୟ ଗିରଫ । ଅଧିକ ପଢନ୍ତୁ...

author img

By

Published : Sep 30, 2021, 7:08 PM IST

ପୋଲିସ ହାତରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ, ସୁନା ସମେତ ବିଭିନ୍ନ ଲୁଟ ସାମଗ୍ରୀ ଜବତ

କେନ୍ଦ୍ରାପଡା: ପୋଲିସ ହାତରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର 3 ସଦସ୍ୟ। 3 ଲୁଟେରାଙ୍କ ସମେତ ଚୋରା ଜିନିଷ କିଣିଥିବା 3 ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ ।

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ସଦର ଥାନା ଓ ଟାଉନ ଥାନାରେ ଅଧୀନରେ ପଞ୍ଜୀକୃତ ହୋଇଥିବା ମୋଟ 8 ଲୁଟ ଘଟଣାରେ ୩ ଲୁଟେରା, ଚୋରା ଜିନିଷ କିଣିଥିବା 3ଜଣ ସୁନା ଦୋକାନୀ ଓ ଜଣେ ଡ୍ରାଇଭରକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଗିରଫ ଲୁଟେରାମାନେ ହେଲେ ମିର୍ଜା ମେହବୁବ ବେଗ, ସେକ ସାଜିଦ ଓ ସେକ ଲୋକମାନ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଇଣ୍ଡିଗୋ କାର, ୨୧୦ଗ୍ରାମ ସୁନା,୧୮୭ ଗ୍ରାମ ରୁପା, 2 ମୋଟର ସାଇକେଲ, ଗୋଟିଏ ଅଟୋ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।

ସେହିପରି ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସହରର ସୁନା ଦୋକାନୀ ଅଜୟ ସାହୁ, ସୁବାସ କୁମାର ଚାନ୍ଦ ଓ ନଛିପଡା ଗାଁର ଅଜୟ ସାହୁକୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ।

ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ମିର୍ଜା ମେହବୁବ ବେଗ ନାଁରେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ୨୮ଟି ମାମଲା ରହିଥିବାବେଳେ ସେକ ସାଜିଦ ନାଁରେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ୧୭ଟି ମାମଲା ରହିଛି, ସେହିପରି 3ୟ ଅଭିଯୁକ୍ତ ମିର୍ଜାପାଟଣାର ସେକ ଲୋକମାନ ନାଁରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୧୦ଟି ମାମଲା ରହିଥିବା ପୋଲିସ କହିଛି । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.