ETV Bharat / state

ପୋଲିସ କବ୍‌ଜାରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ

ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ଯାଙ୍ଗକୁ ଧରିଲା ପଟ୍ଟାମୁଣ୍ଡାଇ ପୋଲିସ । ବିଭିନ୍ନ ଥାନାରେ ୨୦ ରୁ ଉର୍ଦ୍ଦ୍ବ ମାମଲା ଥିବା ସୂଚନା । ସୁନା ଅଳଙ୍କାର ଓ ବନ୍ଧୁକ ଜବତ । ଅଧିକ ପଢନ୍ତୁ...

author img

By

Published : Jul 22, 2021, 10:42 PM IST

Updated : Jul 22, 2021, 11:04 PM IST

ପୋଲିସ କବ୍ଜାରେ ଆନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗ, ସୁନା ଅଳଙ୍କାର ସହ ବନ୍ଧୁକ ଜବତ

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ପୋଲିସକୁ ବଡ ସଫଳତା । ପୋଲିସ କବଜାରେ ଆନ୍ତଜିଲ୍ଲା ଲୁଟେରା । କେନ୍ଦ୍ରାପଡା ସମେତ କଟକ, ଯାଜପୁର, ଜଗତସିଂହପୁର ଜିଲ୍ଲାରେ ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କ ସମେତ ମୁଖ୍ୟ ଅଭିଯୁକ୍ତର ପତ୍ନୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ଠାରୁ ୩ଟି ବାଇକ, ଗୋଟିଏ ବନ୍ଧୁକ, ସୁନାରୁପା ଅଳଙ୍କାର, ଲାପଟପ ସହିତ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି ପଟ୍ଟାମୁଣ୍ଡାଇ ପୋଲିସ ।

ପୋଲିସ କବ୍‌ଜାରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ

ସୂଚନା ମୁତାବକ ଗତ ମେ’ ମାସ ୧୮ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ନସିପୁର ଗ୍ରାମରେ କିଛି ଦୁର୍ବୃତ୍ତ ନସୀପୁର ଗ୍ରାମର କୁଳମଣି ରାଉତଙ୍କ ଘରେ ପଶି ବନ୍ଧୁକ ଦେଖାଇ ସୁନାରୁପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ।

ଏନେଇ କୁଳମଣୀଙ୍କ ସ୍ତ୍ରୀ ରଙ୍ଗଲତା ରାଉତ ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରି ଜାଲ ବିଛାଇଥିଲା । ପରେ ଏହି ମାମଲାରେ ୪ଜଣଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଥିଲା ପୋଲିସ । ତେବେ ଏହି ଲୁଟେରା ଗ୍ୟାଙ୍ଗ ବିରୋଧରେ କଟକ, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ୨୦ରୁ ଉର୍ଦ୍ଧ୍ବ ମାମଲା ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 22, 2021, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.