ETV Bharat / state

ପାଟକୁରା ପାଇଁ ତିନି ଦଳର ପାଗଭିଡ଼ା

ଜୁଲାଇ 20ରେ ପାଟକୁରା ପାଇଁ ପଡ଼ିବ ଭୋଟ୍ । କେଉଁ ଦଳକୁ ନିର୍ବାଚନ ମଣ୍ଡଳୀବାସୀ ବିଜୟ ମୁକୁଟ ବରଣ କରାଉଛନ୍ତି ତାହା ବାକିଥିବାବେଳେ, ତିନିଦଳ କିନ୍ତୁ ଆସନ ଦଖଲ କରିବାକୁ ଆଶାବାଦୀ ।

author img

By

Published : Jul 13, 2019, 2:50 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା: ରାଜ୍ୟର 146ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଥିବା ବେଳେ ପାଟକୁରାରେ ଆସନ୍ତା ୨୦ ତାରିଖରେ ହେବ ନିର୍ବାଚନ। ଏନେଇ ଉଭୟ ବିଜେପି ଓ ବିଜେଡି ଦଳର ନେତୃବୃନ୍ଦ ପାଟକୁରାରେ ପକାଇଛନ୍ତି ଡେରା । ବିଜେଡି, ବିଜେପି ଓ କଂଗ୍ରେସ ଦଳ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିବା ପରେ ସରଗରମ ହୋଇଛି ନିର୍ବାଚନୀ ପ୍ରଚାର।

ପାଟକୁରା ଦଖଲ କରିବାକୁ ପଞ୍ଚାୟତୱାରି ଡେରା ପକାଇଲଣି ବିଜେପି ଓ ବିଜେଡ଼ି ନେତା । ସମସ୍ତଙ୍କ ନଜରରେ ପାଟକୁରା ଭୋଟର । ଗୋଟିଏ ପଟେ 20 ବର୍ଷ ଧରି ବିଧାନସଭାକୁ ଯାଇ ପାରିନଥିବା ବିଜୟ ମହାପାତ୍ର ଚଳିତ ବର୍ଷ ବିଜେପି ଟିକେଟରୁ ବିଜୟ ଲାଭ କରି ପୁନର୍ବାର ଜିତିବାକୁ ଆଶାବାନ୍ଧି ବସିଛନ୍ତି । ସେହିପରି ପାଟକୁରାରୁ ଜିତି ଆସୁଥିବା ବିଜୁ ଅମଳର ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ମୃ୍ତ୍ୟୁ ପରେ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । ଅନ୍ୟପଟେ ପାଟକୁରା ପାଇଁ କଂଗ୍ରେସ ମଙ୍ଗ ଧରିଛନ୍ତି ଜୟନ୍ତ ମହାନ୍ତି । ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିର୍ବାଚନ ମଣ୍ଡଳୀ ପାଇଁ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଘୋଷଣା କରି ସାରିଲଣି । ତେଣେ କ୍ଷମତା ଦଖଲ କରିବାକୁ ବିଜେପି ଓ ବିଜେଡ଼ିର ନେତା ଆରୋପ ପ୍ରତ୍ୟାରୋପ ଆରମ୍ଭ କରି ଦେଇଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ପାଇଁ ବିଜେଡ଼ି ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁ, ସମୀର ରଞ୍ଜନ ଦାସ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ଭଳି ନେତାଙ୍କୁ ଦାୟିତ୍ବ ଦେଇଥିବା ବେଳେ ଗରଦପୁର ବ୍ଲକ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମାର୍ଶାଘାଇ ବ୍ଲକରେ ଥିବା ସାତୋଟି ପଞ୍ଚାୟତ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦେଇଛି । ଏପଟେ ବିଜେପି ତା’ର ଷ୍ଟାର ପ୍ରଚାରକ ଭାବରେ ୪୦ଜଣିଆ ଟିମ ଘୋଷଣା କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା କେବଳ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଭୃଗୁ ବକ୍ସିପାତ୍ର, କନକ ବର୍ଦ୍ଧନ ସିଂହଦେଓ, ବିଷ୍ଣୁ ସେଠୀଙ୍କ ଭଳି ନେତା ପ୍ରଚାରର ମଙ୍ଗ ସମ୍ଭାଳିଛନ୍ତି ।

ଗୋଟିଏ ପଟେ ଗତ ନିର୍ବାଚନରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ବିଜେଡ଼ି ସାଂସଦ ସମେତ ସମସ୍ତ ବିଧାୟକ ବାଜିମାତ କରିଥିବାବେଳେ ପାଟକୁରା ହାତେଇବାକୁ ସମ୍ପୂର୍ଣ୍ଣ ଆଶାବାଦୀ ରହିଛି ଦଳ । ଅନ୍ୟପଟେ ବିଜେପିର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପରାଜୟ ବରଣ କରିଥିବା ସତ୍ତ୍ବେ ମଧ୍ୟ ପାଟକୁରାରୁ ବିଜେଡ଼ି ପ୍ରର୍ଥୀଙ୍କଠାରୁ ସର୍ବାଧିକ ଭୋଟ ପାଇଥିଲେ । ତେଣୁ ବିଜୟ ମହାପାତ୍ରଙ୍କୁ ନିର୍ବାଚନ ମଣ୍ଡଳୀବାସୀ ବିଜୟ ଟିକା ପିନ୍ଧାଇବେ ବୋଲି ଦୃଢ ନିଶ୍ଚିତ ବିଜେପି ।

ତେଣେ ପରିବର୍ତ୍ତିତ ପରିସ୍ଥିତିରେ ପାଟକୁରା ଭୋଟର କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ତାହା ସମୟ ହିଁ କହିବ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:12.07.2019
Radhakanta Mohanty,Kendrapada
Slug-od_kpr_03_patakura_script_7204459
Anchor-ରାଜ୍ୟର ୧୪୭ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଥିବା ବେଳେ ପାଟକୁରାରେ ଆସନ୍ତା ୨୦ ତାରିଖରେ ହେବ ନିର୍ବାଚନ।ଏନେଇ ଉଭୟ ବିଜେପି ଓ ବିଜେଡି ଦଳର ନେତୃବୃନ୍ଦ ପାଟକୁରାରେ ଡେରା ପକାଇଛନ୍ତି।ବିଜେଡି,ବିଜେପି ଓ କଂଗ୍ରେସ ଦଳ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିବା ପରେ ସରଗରମ ହୋଇଛି ନିର୍ବାଚନୀ ପ୍ରଚାର।
Body:VO1-ପାଟକୁରା ନିର୍ବାଚନ ଜୁଲାଇ ୨୦।ଗତମାସରୁ ନିର୍ବାଚନ ପାଇଁ ପାଟକୁରାରେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଥିଲା ବେଳେ ବିଜେଡି ତା'ର ବରିଷ୍ଠ ଓ ନୂତନ ବିଧାୟକ ମାନଙ୍କୁ ପ୍ରଚାର ପାଇଁ ପ୍ରେରଣ କରିଛି ଓ ବିଜେପି ବିଳମ୍ବରେ ହେଲେ ମଧ୍ୟ ଗତ ସପ୍ତାହରୁ ପ୍ରଚାରର ମଙ୍ଗ ଧରାଇଛି ବରିଷ୍ଠ ନେତାଙ୍କୁ।ସମସ୍ତଙ୍କ ନଜର ପାଟକୁରା ଭୋଟର।ଗୋଟିଏ ପଟେ ବିଧାନସଭାରେ ଏକସମୟରେ ଦବଦବା ରଖି ରାଜ୍ୟ ସରକାରଙ୍କ ମନ୍ତ୍ରୀପଦ ପାଇ ସାରା ଓଡ଼ିଶାରେ ଦ୍ଵିତୀୟ କ୍ଷମତାକେନ୍ଦ୍ର ପାଲଟିଥିବା ବିଜୟ ମହାପାତ୍ରଙ୍କ ପାଇଁ ଗତ ୨୦ବର୍ଷ ହେବ ବିଜୟ ଯେମିତି ସାତସପନ ହୋଇଛି।ବିଜେଡି ପକ୍ଷରୁ ଡେରାବିଶ୍ ବ୍ଲକ ଦାୟିତ୍ୱରେ ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁ,ସମୀର ରଞ୍ଜନ ଦାସ,ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ଭଳି ନେତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଗରଦପୁର ବ୍ଲକ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମାର୍ଶାଘାଇ ବ୍ଲକରେ ଥିବା ପାଟକୁରା ନିର୍ବାଚନ ମଣ୍ଡଳୀର ସାତୋଟି ପଞ୍ଚାୟତ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ନ୍ୟସ୍ତ କରାଯାଇଛି।ଏପଟେ ବିଜେପି ତାର ଷ୍ଟାର ପ୍ରଚାରକ ଭାବରେ ୪୦ଜଣିଆ ଟିମ ଘୋଷଣା କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା କେବଳ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା,ଭୃଗୁ ବକ୍ସିପାତ୍ର, କନକ ବର୍ଦ୍ଧନ ସିଂହଦେଓ, ବିଷ୍ଣୁ ସେଠୀଙ୍କ ଭଳି ନେତା ପ୍ରଚାରର ମଙ୍ଗ ସମ୍ଭାଳିଛନ୍ତି।ଉଭୟ ବିଜେପି ଓ ବିଜେଡି ପରସ୍ପର ଉପରେ ଦୋଷାରୋପ କରୁଥିଲା ବେଳେ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବଣ୍ଟା ଘଟଣାକୁ ନେଇ ଅରୁଣ ସିଂହଙ୍କ ମନ୍ତବ୍ୟ ଉପରେ କଡା଼ ଟିପ୍ପଣୀ ମଧ୍ୟ ଦେଉଛନ୍ତି ବିଜେଡିର ମନ୍ତ୍ରୀ।ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେପି ଦିନରେ ଲଣ୍ଠନ ଦେଖାଇବା ଭଳି ଟଙ୍କା ବଣ୍ଟାଯିବା କଥା କହୁଥିବା ବେଳେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ବିଜେପି ଟଙ୍କା ବାଣ୍ଟିବା ପରମ୍ପରା ସୃଷ୍ଟି କରିଥିବାରୁ ଅନ୍ୟ ଦଳକୁ ସେମିତି ଭାବୁଛି ବୋଲି କହୁଛନ୍ତି।୫ନଂ(କ)ଜାତୀୟ ରାଜପଥ ଚଣ୍ଡିଖୋଲ-ପାରାଦ୍ୱୀପ ରାସ୍ତାଦେଇ ପ୍ରତ୍ୟକଦିନ ଖଣିଜ ଦ୍ରବ୍ୟ ରପ୍ତାନୀ କରାଯାଉଛି ଓ ଏହାଦ୍ୱାରା କେନ୍ଦ୍ର ସରକାର ମୁନାଫା ପାଉଥିବା ବେଳେ ପାରାଦ୍ବୀପରେ ଥିବା IOCL ରେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ନଦେବା ବହୁ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି।
Byt-ପ୍ରଫୁଲ୍ଲ ମଲ୍ଲିକ(ଖଣି,ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ,ଓଡିଶା)
Byt-ସମୀର ରଞ୍ଜନ ଦାଶ(ଗଣଶିକ୍ଷାମନ୍ତ୍ରୀ,ଓଡିଶା)
VO2-ବିଜେପି ଓ ବିଜେଡି ଦଳ ନିଜନିଜର ପ୍ରାର୍ଥୀଙ୍କ ପାଇଁ ସେମାନଙ୍କର ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରୁଥିବା ବେଳେ କଂଗ୍ରେସ ବର୍ତ୍ତମାନ ସୁପ୍ତ ଅବସ୍ଥାରେ।କଂଗ୍ରେସ ଗତକାଲି ୪୦ଜଣିଆ ପ୍ରଚାରକ ଟିମ ଘୋଷଣା କରିଛି।ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ୬ଦିନ ରହିଥିବା ବେଳେ କଂଗ୍ରେସର କୌଣସି ନେତାଙ୍କର ପାଦ ଏପର୍ଯ୍ୟନ୍ତ ପାଟକୁରା ମାଟିରେ ପଡ଼ିନାହିଁ।ଦଳୀୟ ପ୍ରାର୍ଥୀ ଜୟନ୍ତ ମହାନ୍ତି ନିଜ ଭାଗ୍ୟକୁ ସାଥିକରି କର୍ମୀମାନଙ୍କ ସହିତ ନିର୍ବାଚନ ମଣ୍ଡଳୀର ୫୧ଟି ପଞ୍ଚାୟତରେ ନିଜର ପ୍ରଚାର କରୁଛନ୍ତି।ପରିବର୍ତ୍ତିତ ପରିସ୍ଥିତିରେ କଂଗ୍ରେସର ସ୍ଥିତି ଏକ ପ୍ରକାରର ନ୍ୟୁନ କହିଲେ ଅତ୍ୟୁକ୍ତି ହେବନାହିଁ।ସେପଟେ ବିଜେଡିର ବରିଷ୍ଠ ନେତାମାନେ ପାଟକୁରାର ସମସ୍ତ ଭୋଟରଙ୍କର ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତି ଭଲପାଇବା ଓ ନବୀନ ପଟ୍ଟନାୟକଙ୍କ ଉପରେ ଦୃଢ଼ ଭରଷା ଥିବାରୁ ସାବିତ୍ରୀ ବହୁ ଭୋଟରେ ବିଜୟୀ ହେବେ ବୋଲି କହୁଥିବା ବେଳେ ବିଜେପି ବିଜୟଙ୍କର ବିଜୟ ହୋଇସାରିଲାଣି ବୋଲି କହୁଛନ୍ତି।ବିଜେଡିର ଅନେକ ନେତା ଓ କର୍ମୀ ଯେଉଁମାନେ କି ବିଜେଡି ପାଇଁ ପ୍ରଚାର କରୁଛନ୍ତି ସେମାନେ ମଧ୍ୟ ବିଜୟଙ୍କୁ ଭୋଟ ଦେବେ ବୋଲି ଆଶାବାନ୍ଧି ବସିଛନ୍ତି।
Byt-ବିଷ୍ଣୁ ସେଠୀ(ବିଜେପି ନେତା)
Conclusion:FVO-ପରିବର୍ତ୍ତିତ ପରିସ୍ଥିତିରେ ପାଟକୁରା ଭୋଟର କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ତାହା ସମୟ କହିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.