ETV Bharat / state

ଅସହାୟ ପ୍ରମିଳା: କାନ୍ଧରେ ଦୁଇ ଭାଇଙ୍କ ବୋଝ, ମାଗୁଛନ୍ତି ସରକାରୀ ସାହାଯ୍ୟ - ପ୍ରମିଳା

ବାପାମାଆ ଦୁହେଁ ଛାଡି ଆରପାରିକୁ ଚାଲିଗଲେ । ହେଲେ ବଢିଲା ଝିଅ ମୁଣ୍ଡରେ ଲଦି ଦେଇଗଲେ ପରିବାରର ବୋଝ । ଦୁଇ ସାନ ଭାଇଙ୍କୁ ନେଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି କେନ୍ଦ୍ରାପଡାର ପ୍ରମିଳା । ଅଧିକ ପଢନ୍ତୁ...

ଅସହାୟ ପ୍ରମିଳା; କାନ୍ଧରେ ଦୁଇ ଭାଇଙ୍କ ବୋଝ, ମାଗୁଛନ୍ତି ସରକାରୀ ସାହାଯ୍ୟ (vdo pending)

author img

By

Published : Sep 29, 2021, 4:50 PM IST

କେନ୍ଦ୍ରାପଡା: ଦଇବ ଦାଉ ସାଧିଛି । ପ୍ରଥମେ ବାପା ଓ ପରେ ମାଆ ଦୁଇ ଜଣ ଯାକ ଚାଲି ଯାଇଛନ୍ତି ଆରପାରିକୁ । ହେଲେ ବଢିଲା ଝିଅ ମୁଣ୍ଡରେ ଲଦି ଦେଇଯାଇଛନ୍ତି ଦ୍ରାରିଦ୍ୟତାର ବୋଝ । ନୂଆଁଣିଆ ଚାଳ ଛପର ଘରେ ବିତୁଛି ତିନି ପ୍ରାଣୀଙ୍କ ଜୀବନ । କେଉଁଠି ଘରର କାନ୍ଥ ଭାଙ୍ଗି ଯାଇଛି ତ ଆଉ କେଉଁଠି ଚାଳ କଣା ହୋଇ ଘରେ ବର୍ଷା ପାଣି ପଡୁଛି । ଦୁଇ ନାବାଳକ ଭାଇକୁ ନେଇ ସେହି ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି ୧୮ ବର୍ଷୀୟ ଯୁବତୀ ପ୍ରମିଳା ଦାସ । କେନ୍ଦ୍ରାପଡ଼ା ବ୍ଲକ ଧୂମାତ ଶାସନ ଗାଁରୁ ସାମ୍ନାକୁ ଆସିଛି ଏହି କରୁଣ ଚିତ୍ର । ଭାଇମାନଙ୍କୁ ନେଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏହି ଯୁବତୀ ।

ଅସହାୟ ପ୍ରମିଳା; କାନ୍ଧରେ ଦୁଇ ଭାଇଙ୍କ ବୋଝ, ମାଗୁଛନ୍ତି ସରକାରୀ ସାହାଯ୍ୟ

ଗାଁରେ ରହୁଥିବା ଯୁବତୀ ପ୍ରମିଳାଙ୍କ ବାପା ପାରେଶ୍ବର ଦାସ ଦୀର୍ଘ ୮ ବର୍ଷ ତଳେ ରୋଗରେ ପଡ଼ି ଆଖି ବୁଜିଛନ୍ତି । ତାଙ୍କ ମାଆଙ୍କର ମଧ୍ୟ ୪ ମାସ ହେଲାଣି ଦେହାନ୍ତ ହୋଇଯାଇଛି । ଉଭୟ ବାପାମାଆ ଆରପାରିକୁ ଚାଲିଯାଇଥିବାବେଳେ ଏବେ ପ୍ରମିଳାଙ୍କ କାନ୍ଧରେ ୧୩ ବର୍ଷୀୟ ସାନଭାଇ ତ୍ରିଲୋଚନ ଓ ୮ ବର୍ଷୀୟ ସାନଭାଇ ଶୁଭମଙ୍କ ଭାଗ୍ୟ ଓ ଭବିଷ୍ୟତ । ପ୍ରମିଳାଙ୍କୁ ସରକାରୀ ସାହାଯ୍ୟ ଭାବେ ମାସକୁ ୩୫ କିଲୋ ଚାଉଳ ମିଳୁଛି । ମାତ୍ର ତେଲଲୁଣ ପାଇଁ ତାଙ୍କୁ ଅନ୍ୟ ପାଖରେ ହାତ ପତାଇବାକୁ ପଡୁଛି । ବେଳେବେଳେ ଓଳିଏ ଖାଇ ଆର ଓଳି ଉପାସ ମଧ୍ୟ ରହିବାକୁ ପଡୁଛି ବାପାମାଆ ଛେଉଣ୍ଡ ତିନି ଭାଉଭଉଣୀଙ୍କୁ । ଏଭଳି ସ୍ଥିତିରେ ପେଟ ପୋଷିବା ପାଇଁ ସାନ ଦୁଇଭାଇ ଭିକ୍ଷା ମଧ୍ୟ କରୁଥିବା କାନ୍ଦକାନ୍ଦ ହୋଇ କହିଛନ୍ତି ପ୍ରମିଳା । ସେପେଟେ ମଝିଆ ଭାଇ ତ୍ରିଲୋଚନ ସ୍ଥାନୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାବେଳେ ସାନଭାଇ ଶୁଭମ ତୃତୀୟ ଶ୍ରେଣୀରେ ପଢୁଛି । କୋଭିଡ ଯୋଗୁଁ ଏବେ ବିଦ୍ୟାଳୟ ବନ୍ଦ ରହିଛି ଏବଂ ପିଲା ଅନଲାଇନରେ ପାଠ ପଢୁଛନ୍ତି । ହେଲେ ଦୁଇଓଳି ଖାଇବାକୁ ସଂଗ୍ରାମ କରୁଥିବା ପରିବାର ପାଖରେ ଅନଲାଇନ ପାଠପଢ଼ା ପାଇଁ ମୋବାଇଲ ପାଲଟିଛି ସାତ ସପନ । ଏଭଳି ସ୍ଥିତିରେ ସାନ ଦୁଇଭାଇଙ୍କୁ କିପରି ମଣିଷ କରିବେ, ସେନେଇ ଚିନ୍ତା ପ୍ରମିଳାଙ୍କୁ ଘାରିଛି ।

ମାଆ ରୋଗରେ ପଡିଥିବାବେଳେ ସ୍ଥାନୀୟ ବିଧାୟକ ତାଙ୍କ ଘରେ ପହଞ୍ଚି ପରିବାରକୁ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଯାଇଥିଲେ । ହେଲେ ଏ ଯାଏଁ କୌଣସି ସାହାଯ୍ୟ ପାଇନାହାନ୍ତି ଏହି ଅସହାୟ ପିଲା । ସେପଟେ ଘରଟିଏ ପାଇଁ ବାରମ୍ବାର ଆପତ୍ତି ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସକ ଓ ପ୍ରଶାସନ ପାଖରେ ଏମାନଙ୍କ ସ୍ବର ଯେପରି ନିସ୍ତବ୍ଧ ହୋଇଛି । ବିପଦପୂର୍ଣ୍ଣ ଭଙ୍ଗା ଘରେ ତିନୋଟି ଜୀବନ କିପରି ବଞ୍ଚିବ ଓ ଜୀବନ ଜୀଇଁବାକୁ ସଂଘର୍ଷ କରୁଥିବା ଏହି ତିନି ଭାଇ-ଭଉଣୀଙ୍କ ପାଇଁ କେବେ ସରକାର ଘରଟିଏ ଦେବେ ସେନେଇ ଅପେକ୍ଷାରେ ଅଛନ୍ତି ଗ୍ରାମବାସୀ ।

ଅନ୍ୟପଟେ କେନ୍ଦ୍ରାପଡ଼ା ବିଡ଼ିଓଙ୍କୁ ଏ ସମ୍ପର୍କରେ ଅବଗତ କରାଇବାରୁ ସେ ପ୍ରମିଳାଙ୍କୁ ଆତ୍ମନିର୍ଭର କରାଇବା ପାଇଁ ଯୋଜନା କରିବେ ଓ ଦୁଇ ସାନଭାଇଙ୍କୁ ଯେକୌଣସି ଘରୋଇ ବିଦ୍ୟାଳୟରେ ପଢ଼ାଇବାର ବ୍ୟବସ୍ଥା କରିବେ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଆବାସ ଘର ଯଦି ମିଳିନଥାଏ ତେବେ ସେମାନଙ୍କୁ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି । ସେପଟେ ଘରେ ଟେଲର ରହିଥିଲେ ହେଁ ମେସିନ ଚଳାଇବା ନ ଶିଖିଥିବା ଯୋଗୁଁ ପ୍ରମିଳା ତାହାର ଉପଯୋଗ କରିପାରୁ ନାହାନ୍ତି । ତେବେ ଯଦି କୌଣସି ସହୃଦୟ ବ୍ୟକ୍ତି ପ୍ରମିଳାଙ୍କୁ ସାହାଯ୍ୟ ପାଇଁ ଇଚ୍ଛୁକ, ତେବେ SBI A/C ନମ୍ବର-35080978167, IFSC-SBIN0000112 ଆକାଉଣ୍ଟ ନମ୍ବରରେ ସାହାଯ୍ୟ କରିପାରିବେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.