ETV Bharat / state

ଅନଲାଇନରେ ହାଇଟେକ୍ ଠକେଇ କରି ପଡୋଶୀ ଗିରଫ - kendrapara online fraud

ଅନଲାଇନ ନେଣଦେଣ କହି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷଲକ୍ଷ ଟଙ୍କା । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ । ପୋଲିସ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅନଲାଇନରେ ହାଇଟେକ୍ ଠକେଇ,
author img

By

Published : Oct 16, 2019, 8:03 PM IST

କେନ୍ଦ୍ରାପଡା: ଅନଲାଇନରେ ହାଇଟେକ୍ ଠକେଇ । ଠକାମିର ଶିକାର ହେଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ପୋଲିସ ଅଭିଯୋଗ ପରେ ଦୁଇ ଠକଙ୍କୁ ଗିରଫ କରିଛି କେନ୍ଦ୍ରାପଡା ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଏସପି ନୀତିଶେଖର ।

ଅନଲାଇନରେ ହାଇଟେକ୍ ଠକେଇ,

ପୁରା ଘଟଣା ଏମିତି, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଗୋଗୁଆ ଗାଁରେ ରୁହନ୍ତି ନିରଞ୍ଜନ ବଳ । ଯିଏକି ଅନଲାଇନ କାରବାର ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ । ଯାହାର ଭରପୂର ଫାଇଦା ଉଠାଇଥିଲେ ପଡୋଶୀ ପ୍ରତାପ ପାତ୍ର । ଅନଲାଇନ କାରବାର ସମ୍ପର୍କରେ ତାଙ୍କୁ ଜଣାଇବା ସହ ଅନଲାଇନ ଆପ ‘ଫୋନପେ’ରେ ଏକ ଆକାଉଣ୍ଟ ଖୋଲିଥିଲେ । ସେଥିରେ ଆର୍ଥିକ ନେଣଦେଣ କରିଥିଲେ । ଧିରେ ଧିରେ ନିରଞ୍ଜନଙ୍କ ବିଶ୍ବାସ ଜନ୍ମିବା ପରେ ନିଜ ସହଯୋଗୀ ସହ ମିଶି ତାଙ୍କ ଆକାଉଣ୍ଟରୁ 3ଲକ୍ଷ 10 ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ନିରଞ୍ଜନ ଜାଣିବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଘଟଣାର ତଦନ୍ତ ପାଇଁ ଏସପି ଏକ ଟିମ୍‌ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଏହି ଅନଲାଇନ ଠକେଇ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ 2 ଲକ୍ଷ 48 ହଜାର ଟଙ୍କା ଓ ଏକ ମୋବାଇଲ ଜବତ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:16.10.2019
Radhakanta Mohanty, Kendrapada
Slug-od_kpr_01_phone pay_script_7204459
Anchor-ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ଅନଲାଇନ ଠକେଇ କରି ଦୁଇଜଣ ଗିରଫ।ଏନେଇ ଆଜି ପଟ୍ଟାମୁଣ୍ଡାଇ ଥାନାରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସପି ଆରକ୍ଷୀ ଅଧିକ୍ଷକ ନୀତିଶେଖର ସୂଚନା ଦେଇ କହିଛନ୍ତି ଯେ, ପଟ୍ଟାମୁଣ୍ଡାଇ ଥାନା ଗୋଗୁଆ ଗ୍ରାମର ନିରଞ୍ଜନ ବଳ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିବାବେଳେ ଫୋନପେ ଭଳି ଅନଲାଇନ କାରବାର ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ।ପଡ଼ିଶାର ଜଣେ ଯୁବକ ପ୍ରତାପ ପାତ୍ର, ନିରଞ୍ଜନଙ୍କ ଫୋନପେ ରେ ଏକ ଆକାଉଣ୍ଟ ଖୋଲି ଆର୍ଥିକ ନେଣଦେଣ କାରବାର କରି ନିରଞ୍ଜନଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା।ତେବେ ପରବର୍ତ୍ତୀ ସମୟରେ ଲୋଭର ବଶବର୍ତ୍ତୀ ହୋଇ ପ୍ରତାପ ନିଜ ସାଙ୍ଗ ଅମରେନ୍ଦ୍ର ବଳଙ୍କ ସହ ମିଶି,ନିରଞ୍ଜନଙ୍କ ଅଜାଣତରେ ତିନିଲକ୍ଷ ଦଶହଜାର ଲୁଟକରି ନିଜ ସାଙ୍ଗ ଅମରେନ୍ଦ୍ରଙ୍କ ଆକାଉଣ୍ଟରେ ଜମା କରିଥିଲେ।ପରେ ବ୍ୟାଙ୍କ ଯାଇ ନିରଞ୍ଜନ ନିଜ ଆକାଉଣ୍ଟରୁ ତିନିଲକ୍ଷ ଦଶହଜାର ଟଙ୍କା କମ ଥିବା ଜାଣି ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ।ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସୂଚନା ଆଧାରରେ ଲୁଟ ଘଟଣାରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତ ପ୍ରତାପ ଓ ଅମରେନ୍ଦ୍ରଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ଦୁଇଲକ୍ଷ ଅଠଚାଳିଶି ହଜାର ଟଙ୍କା ଓ ଏକ ମୋବାଇଲ ଫୋନ ଜବତ କରିଥିବା କହିଛନ୍ତି ଏସପି।
Body:Byt-ନୀତିଶେଖର(ଏସପି, କେନ୍ଦ୍ରାପଡ଼ା)Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.