ETV Bharat / state

କୁମ୍ଭୀର ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ, ବନବିଭାଗ କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା

author img

By

Published : May 26, 2022, 10:17 PM IST

କେନ୍ଦ୍ରାପଡ଼ା ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ଝାରପଡା ଗାଁର କୈଳାସ ଜେନାଙ୍କ ସ୍ତ୍ରୀ ଜାନକୀକୁ କୁମ୍ଭୀର ଟାଣି ନେଇଥିଲା । ଦୀର୍ଘ ଦୁଇଘଣ୍ଟା ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ଜାନକୀଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

କୁମ୍ଭୀର ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ, ବନବିଭାଗ କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା
କୁମ୍ଭୀର ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ, ବନବିଭାଗ କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ଝାରପଡା ଗାଁର କୈଳାସ ଜେନାଙ୍କ ସ୍ତ୍ରୀ ଜାନକୀ ଆଜି(ଗୁରୁବାର) ଅପରାହ୍ନରେ ଖାଇସାରି ବାସନ ଧୋଇବାକୁ ଘର ପଛରେ ଥିବା ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିଲା । ତେବେ ଦୀର୍ଘ ଦୁଇଘଣ୍ଟା ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ଜାନକୀଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି ।

ଚାନ୍ଦି ବାଉଁଶମୂଳ ଦକ୍ଷିଣ ଭେଡାର ଈଶ୍ବର ଗୋପାଳଙ୍କ ଘର ପଛପଟେ ବୋହିଯାଇଥିବା ବ୍ରାହ୍ମଣୀ ନଦୀରୁ ଉଦ୍ଧାର କରାଯାଇଛି ତାଙ୍କ ମୃତଦେହ । ଏହି ଏକ ବର୍ଷ ମଧ୍ୟରେ କୁମ୍ଭୀର ଆକ୍ରମଣରେ ଏହା ଚତୁର୍ଥ ମୃତ୍ୟୁ ହୋଇଥିବା ବେଳେ ଏଥିପ୍ରତି ବନବିଭାଗ କର୍ତ୍ତୃପକ୍ଷଙ୍କ ନିଘା ନଥିବାରୁ ତିବ୍ର ଜନ ଅସନ୍ତୋଷ ସୃଷ୍ଟି କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.