ETV Bharat / state

କାର୍ଯ୍ୟରତ ପୋଲିସ ବାବୁଙ୍କ ମାନବିକତା, ଗୁରୁତରଙ୍କୁ ଉଦ୍ଧାର କରି ପହଞ୍ଚାଇଲେ ହସ୍ପିଟାଲ - ତାଳଚୁଆ ପୋଲିସ ଅଧିକାରୀ ଶ୍ରୀକାନ୍ତ ବାରିକ

ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ପଡିଥିବା ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ପୋଲିସ ବାବୁ । ଜାଣନ୍ତୁ କେଉଁଠି:

କାର୍ଯ୍ୟରତ ପୋଲିସ ବାବୁଙ୍କ ମହନୀୟତା
author img

By

Published : Nov 21, 2019, 9:06 PM IST

କେନ୍ଦ୍ରାପଡା: ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି ପୋଲିସ ବାବୁ । ଦୁର୍ଘଟଣାର ଶିକାର ଦୁଇ ଜଣଙ୍କୁ ରାସ୍ତା ଉପରେ ବେସାହାରା ପଡିଥିବାର ଦେଖି ସହାୟତାର ହାତ ବଢାଇଛନ୍ତି ତାଳଚୁଆ ମେରାଇନ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ । ଘଟଣାଟି ହେଉଛି ଜରିମୂଳ ଛକର । ଯେଉଁଠାରେ ଗୁରୁବାର ବାଛୁରୀ ସହ ପିଟି ହୋଇ ଗୁରୁତର ହୋଇଥିଲେ ଦୁଇଜଣ ।

କାର୍ଯ୍ୟରତ ପୋଲିସ ବାବୁଙ୍କ ମହନୀୟତା

ଥାନାରୁ କେନ୍ଦ୍ରାପଡା କୋର୍ଟ ଅଭିମୁଖେ ଯାଉଥିବା ସମୟରେ ଏହି ଘଟଣାକୁ ଦେଖି ଅଟକି ଯାଇଥିଲେ ପୋଲିସ ବାବୁ । ଘଟଣାରେ ଜଣେ ଯୁବକଙ୍କ ଡାହାଣ ଗୋଡ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ବୃଦ୍ଧଙ୍କ ମୁହଁ ମାଡ ହୋଇଥିଲା । ତେବେ ଏସବୁ ଦେଖିବା ପରେ କାଳ ବିଳମ୍ବ କରି ସେମାନଙ୍କୁ ଶ୍ରୀକାନ୍ତ ତୁରନ୍ତ ନିଜ ପୋଲିସ ଭ୍ୟାନ ଯୋଗେ ଚିକିତ୍ସା ପାଇଁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।

କାର୍ଯ୍ୟରତ ପୋଲିସ ବାବୁଙ୍କର ଏହି ମହାନୀୟତାକୁ ନେଇ ଏବେ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । ତେଣେ ଏହା ପୂର୍ବରୁ ବାତ୍ୟା ଫନି ସମୟରେ ଜଣେ ପ୍ରସୂତି ଓ ତାଙ୍କ ଦୁଇ ମାସର ଶିଶୁଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ଆଣିବା ପରେ ଚର୍ଚ୍ଚାକୁ ଆସିଥିଲେ ଶ୍ରୀକାନ୍ତ ବାରିକ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:21.11.2019
Radhakanta Mohanty,Kendrapada
Slug-od_kpr_01_humanity shown by cop_script_7204459
Anchor-ପୋଲିସ ବାବୁଙ୍କ ମହାନତା।କେନ୍ଦ୍ରାପଡ଼ା ତାଳଚୁଆ ମେରାଇନ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ଆଜି ଥାନାରୁ କେନ୍ଦ୍ରାପଡ଼ା କୋର୍ଟ ଅଭିମୁଖେ ଆସୁଥିବା ବେଳେ ଜରିମୂଳ ଛକ ନିକଟରେ ଏକ ବାଛୁରୀ ସହିତ ଧକ୍କା ହୋଇ ଦୁଇଜଣ ବ୍ୟକ୍ତି ପଡିରହିଥିଲେ।ଗାଡି ଚଳାଉଥିବା ଯୁବକ ଜଣଙ୍କର ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ପଛରେ ବସିଥିବା ବୃଦ୍ଧଙ୍କର ମୁହଁ ମାଡ ହୋଇଥିଲା।ପରେ ଦୁଇଜଣ ଆହତଙ୍କୁ ଅଧିକାରୀ ଶ୍ରୀ ବାରିକ ନିଜ ପୋଲିସ ଭ୍ୟାନ ଯୋଗେ ତୁରନ୍ତ ଚିକିତ୍ସା ପାଇଁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।ପୋଲିସ ବାବୁଙ୍କର ଏହି ମହାନ କାର୍ଯ୍ୟ ପାଇଁ ଚାରିଆଡୁ ତାଙ୍କୁ ସାଧୁବାଦ ଜଣାଉଛନ୍ତି।ସୂଚନାଯୋଗ୍ୟ ଗତ ଫୋନି ମହାବାତ୍ୟା ସମୟରେ ଜଣେ ପ୍ରସୂତି ଓ ତାଙ୍କ ଦୁଇମାସର ଶିଶୁଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ଆଣିବାପାଇଁ ଚର୍ଚ୍ଚାରେ ଥିଲେ ଶ୍ରୀକାନ୍ତ ବାରିକ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.