ETV Bharat / state

ଶେଷ ହେଲା ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା, ଗତବର୍ଷ ତୁଳନାରେ କଇଁଛଙ୍କ ସଂଖ୍ୟା ବୃଦ୍ଧି - ଅଲିଭ ରିଡଲେ କଇଁଛ

ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହୋଇଛି । ଗତବର୍ଷ ତୁଳନାରେ କଇଁଛଙ୍କ ସଂଖ୍ୟା ବୃଦ୍ଧି ନେଇ ସୂଚନା ରହିଛି । ଅଧିକ ପଢନ୍ତୁ

olive ridley turtles ovulation
olive ridley turtles ovulation
author img

By

Published : Mar 18, 2023, 2:15 PM IST

ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଶେଷ

କେନ୍ଦ୍ରାପଡା: କଇଁଛଙ୍କ ଭୂସ୍ବର୍ଗ ପାଲଟିଥିବା ଗହୀରମଥାରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହୋଇଛି । ଏହି ଅଣ୍ଡାଦାନ ପ୍ରକ୍ରିୟା ଚଳିତମାସ ୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗତକାଲି(ଶୁକ୍ରବାର) ଶେଷ ହୋଇଛି । ଗତବର୍ଷ ତୁଳନାରେ ଏବର୍ଷ ୧୦ ହଜାର ଅଧିକ କଇଁଛ ଆସିଥିବା ସୂଚନା ମିଳିଛି ।

ଶେଷ ହୋଇଛି ଅଲିଭ ରିଡଲେ କଇଁଛମାନଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା । ଚଳିତମାସ ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆପାତତଃ ଶେଷ ହୋଇଛି । ହ୍ବିଲର ଆଇଲାଣ୍ଡ ପାଖ ଗହୀରମଥା ନାସୀ-୨ରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ଗତ ୯ ତାରିଖରେ ଆରମ୍ଭ ହୋଇଥିବା ଏହି ସମୂହ ଅଣ୍ଡାଦାନ ଗତ ଗୁରୁବାର ଦିନ ଶେଷ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Odisha Assembly: ଛତିଶଗଡ ସରକାରଙ୍କ ଇଚ୍ଛାଶକ୍ତି ଆଗରେ ନବୀନଙ୍କ ଇଛାଶକ୍ତି ଦୁର୍ବଳ: ମୋହନ ମାଝୀ

ମୁଖ୍ୟତଃ ଏକ ହଜାରରୁ ଊର୍ଦ୍ଧ୍ବ କଇଁଛ ଏକ ସମୟରେ କୂଳକୁ ଆସି ଅଣ୍ଡାଦେବା ପ୍ରକ୍ରିୟାକୁ ସମୂହ ଅଣ୍ଡାଦାନ ବା ମାସ ନେଷ୍ଟିଂ କୁହାଯାଇଥାଏ । ଏକ ସପ୍ତାହ ଧରି ଚାଲିଥିବା ଏହି ସମୂହ ଅଣ୍ଡାଦାନ କାର୍ଯ୍ୟ ପାଇଁ ବନବିଭାଗ କର୍ମଚାରୀ ଦିନରାତି ଉପକୂଳକୁ ସୁରକ୍ଷା ଦେବା ସହ ବିଭିନ୍ନ ପ୍ରକାର ବନ୍ୟଜନ୍ତୁଙ୍କ ଠାରୁ ଏହି ଅଣ୍ଡା ଗୁଡିକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି । ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ୧୦ ହଜାର କଇଁଛ ଅଣ୍ଡା ଦେଇଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ । ଏହି ଅଣ୍ଡାଦାନ ପାଇଁ ଅଲିଭ ରିଡଲେ କଇଁଛମାନେ ସୁଦୂର ଆଟଲାଣ୍ଟିକ ଓ ପ୍ରଶାନ୍ତ ମହାସାଗର ଭଳି ଉଷ୍ମ କ୍ରାନ୍ତୀୟ ସାମୁଦ୍ରିକ ଅଞ୍ଚଳରୁ ଆସିଥାନ୍ତି । ଏମାନେ ଗହୀରମଥା, ନାସୀ-୨,ବାବୁବାଲି, ବରୁଣେଇ ମୁହାଣ, ମାଦିଲି ଭଳି ଅଞ୍ଚଳରେ ଅଣ୍ଡାଦେବା ପାଇଁ ପସନ୍ଦ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ: 5T Secretary Visits Nabarangpur: ନବରଙ୍ଗପୁର ଗସ୍ତରେ 5T ସଚିବ, ମାଆ ଭଣ୍ଡାର ଘରଣୀଙ୍କ ଦର୍ଶନ କଲେ

ଅନ୍ୟପଟେ ଜଙ୍ଗଲ ବିଭାଗ ନିୟମାନୁଯାୟୀ ଏମାନଙ୍କ ଅଣ୍ଡାଦାନ ପାଇଁ ନଭେମ୍ବର ୧ରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ହୁକିଟୋଲା ଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୬୮ କିଲୋମିଟର ଲମ୍ବ ତଥା ସ୍ଥଳଭାଗରୁ ୨୦ କିଲୋମିଟର ଦୂର ପର୍ଯ୍ୟନ୍ତ ସମୁଦ୍ରରେ ମାଛ ମାରିବା ବେଆଇନ ଘୋଷଣା କରାଯାଇଥିଲା । ତେବେ ଏହି ସମୟରେ ସମୁଦ୍ରରୁ ବେଆଇନ ମାଛ ମାରିବାକୁ ଯାଇ ଆଜିପର୍ଯ୍ୟନ୍ତ ୪୦ରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ମାଛଧରା ଟ୍ରଲରକୁ ଜବତ କରିଛି ବନବିଭାଗ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.