କେନ୍ଦ୍ରାପଡା: ଦାଉ ସାଧିଲା ବର୍ଷା। ବିଗତ ଦୁଇ ଦିନ ଧରି ହୋଇଥିବା ଲଗାଣ ବର୍ଷା କାରଣରୁ କେନ୍ଦ୍ରପଡାର ଆଳି ଥାନା ଅଧିନସ୍ଥ ଗଣେଶ୍ବରପୁର ନୂଆସାହି ଗାଁରେ କାନ୍ଥ ପଡିଯିବାରୁ ଜଣେ ଵୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ, ତାଙ୍କ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ଗତ ଗୁରୁବାର ରାତିରେ ନୂଆସାହି ଗାଁର କୈଳାସ ସାମଲ ଓ ତାଙ୍କ ପତ୍ନୀ ଶୋଇବା ପରେ ସେମାନଙ୍କ ଉପରେ କାନ୍ଥ ପଡିଯାଇଥିଲା। ତେବେ ଏଥିରେ ପତ୍ନୀ ସୁଲୋଚନା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ, କୈଳାସଙ୍କ ମୃତ୍ୟୁ ଘଟିଛି।
ଏ ଘଟଣା ପରେ ମୃତକ କୈଳାସଙ୍କ ପତ୍ନୀ ସୁଲୋଚନାଙ୍କୁ, ଗାଁର ଅନ୍ୟଜଣଙ୍କ ଘରେ ଆଶ୍ରୟ ଦିଆଯାଇଛି। ତେବେ ଜିଲ୍ଲାରେ ଲଗାଣ ବର୍ଷା ତାଣ୍ଡବ ରଚିଥିବା ବେଳେ, ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଏହି ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ