ETV Bharat / state

ସୂଚନା ଅଧିକାର ଆଇନ କର୍ମଶାଳାରେ ଢୁଳାଉଛନ୍ତି ଅଧିକାରୀ - RTI workshop in kendrapara

ରାଜ୍ୟରେ ଅନେକ ସୂଚନା ଅଧିକାରୀଙ୍କୁ ମାରି ଦିଆଯାଉଥିବା ବେଳେ ଏପଟେ ସୂଚନା ଅଧିକାରୀଙ୍କ ଚାଲିଥିବା କର୍ମଶାଳାରେ ଢୁଳାଉଛନ୍ତି ବିଭାଗୀୟ ଅଧିକାରୀ । କେଉଁଠି ଚାଲିଥିଲା ଏହି କର୍ମଶାଳା ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Officials are asleep at the RTI workshop
ସୂଚନା ଅଧିକାର ଆଇନ କର୍ମଶାଳାରେ ଢୁଳାଉଛନ୍ତି ଅଧିକାରୀ
author img

By

Published : Mar 4, 2020, 8:28 PM IST

କେନ୍ଦ୍ରାପଡା: ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ କାର୍ଯ୍ୟକାରିତାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଏକ କର୍ମଶାଳା ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ଅଧିକାର ଆଇନ କର୍ମଶାଳାରେ ଢୁଳାଉଛନ୍ତି ଅଧିକାରୀ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ସୂଚନା ଅଧିକାର ଆଇନ ବଳରେ ପ୍ରତ୍ୟେକ ନାଗରିକ ସମସ୍ତ ସରକାରୀ ଦପ୍ତରରୁ ସୂଚନା ପାଇପାରିବେ ଓ ଏଥିରେ ମଗାଯାଇଥିବା ସୂଚନା ପ୍ରତ୍ୟେକ ନାଗରିକଙ୍କୁ ଏକମାସ ମଧ୍ୟରେ ପ୍ରଦାନ କରାଯିବା ପାଇଁ ଵ୍ୟଵସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ତେବେ ସୂଚନା ଅଧିକାର ଆଇନ କର୍ମଶାଳା ଚାଲିଥିବା ବେଳେ କିଛି ବିଭାଗୀୟ ଅଧିକାରୀ ଢୁଳାଇବା ଦୃଶ୍ୟ କ୍ୟାମେରାର କଏଦ ହେବାପରେ ଏହି ଆଇନ କିପରି କାର୍ଯ୍ୟକାରୀ ହେଉଛି ସେନେଇ ଉଠିଛି ପ୍ରଶ୍ନ ?

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.