ETV Bharat / state

ଦକ୍ଷିଣ ଆଫ୍ରିକାରେ ଓଡ଼ିଆ ଶ୍ରମିକଙ୍କ ଦୁଃଖ, ଉଦ୍ଧାର ପାଇଁ ନିବେଦନ - ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ୧୪ଜଣ ଓଡିଆ ଶ୍ରମିକ

ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ୧୪ଜଣ ଓଡିଆ ଶ୍ରମିକ । ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ କଲେ ଆକୁଳ ନିବେଦନ । ଅଧିକ ପଢନ୍ତୁ

ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ୧୪ ଓଡିଆ ଶ୍ରମିକ

author img

By ETV Bharat Odisha Team

Published : Nov 13, 2023, 1:48 PM IST

Updated : Nov 13, 2023, 2:26 PM IST

ଦକ୍ଷିଣ ଆଫ୍ରିକାରେ ଓଡ଼ିଆ ଶ୍ରମିକଙ୍କ ଦୁଃଖ

କେନ୍ଦ୍ରାପଡା: ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ୧୪ଜଣ ଓଡିଆ ଶ୍ରମିକ । ଉଦ୍ଧାର କରିବା ଲାଗି ଭିଡିଓ ମାଧ୍ୟମରେ ସରକାରଙ୍କୁ କଲେ ନିବେଦନ । ଅଧିକ ରୋଜଗାର କରିବା ଆଶାରେ କେନ୍ଦ୍ରାପଡା ଜିଲ୍ଲାରୁ ୧୪ ଜଣ ଶ୍ରମିକ ଯାଇଥିବା ବେଳେ ସେଠାରେ ନିର୍ଯାତନା ଦିଆଯାଉଥିବା ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି । ସେପଟେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

ସୂଚନା ମୁତାବକ, ଜିଲ୍ଲାର ରାଜକନିକା ବ୍ଲକ୍ ଅନ୍ତର୍ଗତ ଜୟନଗର, କୋଇଲିପୁର ଓ ତ୍ରୈଲୋକ୍ୟପୁର ଗ୍ରାମ ପଞ୍ଚାୟତ ୧୪ଜଣ ଶ୍ରମିକ ୨୦୨୨ ମସିହା ଜୁନ୍‌ ମାସରେ ନିଜ ପରିବାର ପ୍ରତିପୋଷଣ ଲାଗି ଅଧିକ ଟଙ୍କା ରୋଜଗାର ଆଶାରେ ସାଉଥ ଆଫ୍ରିକାର ସନ୍‌ରାଇଜ୍‌ ପ୍ଲାଇଉଡ୍‌ କମ୍ପାନୀକୁ କାମ କରିବାକୁ ଯାଇଥିଲେ । ହେଲେ ଏବେ ସେମାନେ ସେଠାରେ ନିର୍ଯାତନାର ଶିକାର ହେଉଥିବା ଏକ ଭିଡିଓ ଜାରି କରି ସେଠାରୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ସେମାନଙ୍କ ସହିତ ଅନ୍ୟ ରାଜ୍ୟର ୭ ଜଣ ଶ୍ରମିକ ବି ରହିଛନ୍ତି । ଏବେ ସେଠାରେ ମୋଟ ୨୧ ଜଣ ଶ୍ରମିକ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ଏହି ୨୧ ଜଣ ଶ୍ରମିକଙ୍କୁ ଦକ୍ଷିଣ ଆଫ୍ରିକାର ସନ୍ ରାଇଜ୍ କମ୍ପାନୀରେ ୪ ମାସ ହେବ ଦରମା ମିଳିନାହିଁ । ଏମାନେ ଜଙ୍ଗଲ ଭିତରେ କମ୍ପାନୀରେ ରହୁଛନ୍ତି, ସେଠାରେ ବିଦ୍ୟୁତ ନାହିଁ, ଜେନେରେଟର ଚାଲିଲେ ପାଣି ଆସୁଛି । କମ୍ପାନୀ ମଲିକ ଆଉ ଜେନେରେଟର ଚଲାଉ ନଥିବାରୁ ପାଣି ବି ଆସୁ ନାହିଁ, ପିଇବାକୁ ପାଣି ନାହିଁ କି ରୋଷେଇ କରି ଖାଇବାକୁ ପାଣି ନାହିଁ l ଦେହ ଖରାପ ହେଲେ ଡାକ୍ତରୀ ଚିକିତ୍ସା ନାହିଁ ବୋଲି ଅଭିଯୋଗ କରିଛନ୍ତି ଫସିଥିବା ଓଡ଼ିଆ ଶ୍ରମିକ l

ଏହା ମଧ୍ୟ ପଢନ୍ତୁ- ବିଦେଶରେ ଫସିଛନ୍ତି ଦାଦନ, ଉଦ୍ଧାର ପାଇଁ କଲେ ଆକୁଳ ମିନତି

ଏଥିସହ ସେମାନଙ୍କୁ ମାଡ଼ ମରାଯିବା ସହିତ ପିଇବା ପାଇଁ ପାନୀୟ ଜଳ ସମସ୍ୟା ଓ ପାସ୍‌ପୋର୍ଟରେ ଭିଜା ହେଉନଥିବାରୁ ପ୍ରତିଦିନ ପୋଲିସ ସେମାନଙ୍କୁ ଉଠାଇନେବା ସହିତ ହଇରାଣ କରାଯାଉଥିବା ଭିିଡିଓରେ କହିଛନ୍ତି ଫସିଥିବା ଶ୍ରମିକ । ଏବେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ସେଠାରୁ ଉଦ୍ଧାର କରିବାକୁ ୨୧ ଜଣ ଶ୍ରମିକ ନିବେଦନ କରିଛନ୍ତି । ଅନ୍ୟପଟେ ଏ ଭିଡ଼ିଓ ପରିବାର ଲୋକେ ଦେଖିବା ପରେ ଘରେ କାନ୍ଦ ବୋବାଳି ପଡ଼ିଛି । ଘରର ଆର୍ଥିକ ଅନଟନ ପାଇଁ ଘର ଛାଡି ସୁଦୂର ବିଦେଶକୁ ଯାଇଥିବା ବେଳେ ସେଠି ଠିକାଦାରର ନିର୍ଯାତନର ଶିକାର ହେବାକୁ ପଡ଼ିଛି । ଏନେଇ ଚିନ୍ତାରେ ପରିବାର ଲୋକେ । ତେଣୁ ତୁରନ୍ତ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ଫେରାଇ ଆଣିବାକୁ ସେମାନେ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Nov 13, 2023, 2:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.