ETV Bharat / state

Resident Bird Census: ସରିଲା ପକ୍ଷୀ ଗଣନା, ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି - ସରିଲା ପକ୍ଷୀ ଗଣନା

ଭିତରକନିକା ଜାତୀୟ ଉଦ୍ୟାନରେ ବଢ଼ିଲା ଦେଶୀୟ ପକ୍ଷୀ । ଚଳିତ ବର୍ଷ ଆସିଛନ୍ତି ୭୭୯୭ଟି ଅଧିକ ପକ୍ଷୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 13, 2023, 7:43 AM IST

ଭିତରକନିକାରେ ପକ୍ଷୀ ଗଣନା ଶେଷ

କେନ୍ଦ୍ରାପଡା: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଲଗାତାର ତୃତୀୟ ବର୍ଷରେ ମଧ୍ୟ ରେକର୍ଡ ସଂଖ୍ୟକ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି । ଚଳିତ ବର୍ଷ ୨୬,୧୧୮ଟି ବସାରୁ ୧,୨୩,୮୬୭ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୨୪,୬୬୪ଟି ବସାରୁ ୧,୧୬,୦୭୦ ପକ୍ଷୀ ଗଣନା କରାଯାଇଥିଲା । ତେଣୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନକୁ ୭୭୯୭ଟି ପକ୍ଷୀ ଅଧିକ ଆସିଛନ୍ତି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

ପକ୍ଷୀଙ୍କ ଭୂସ୍ବର୍ଗ କୁହାଯାଉଥିବା ଭିତରକନିକାରେ ଗେଣ୍ଡାଳିଆ, ବଗ, ଦା ବେଣ୍ଟିଆ, କାପରଖାଇ, ଅଞ୍ଜନା, ପ୍ରଭୃତି ପକ୍ଷୀ ବସା ବାନ୍ଧି ସେମାନଙ୍କର ବଂଶ ବିସ୍ତାର କରିଥାନ୍ତି । ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଦେଶୀୟ ପକ୍ଷୀ ଗଣନା ଚାଲିଥିଲା । ମୁଖ୍ୟତଃ ୧୦ଟି ପ୍ରଜାତିର ପକ୍ଷୀଙ୍କୁ ଗଣନା କରାଯାଇଛି । ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଥିଲା । ପ୍ରତି ଟିମରେ ୪ରୁ ଊର୍ଦ୍ଧ୍ବ ବନ କର୍ମଚାରୀ ନିୟୋଜିତ ହୋଇଥିଲେ । ତେବେ ପ୍ରତିବର୍ଷ କନିକା ରେଞ୍ଜ ଅଧିନରେ ମଠଆଡିଆ, ଲକ୍ଷ୍ମୀ ପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆରେ ପକ୍ଷୀ ଗଣନା କରାଯାଉଥିବା ବେଳେ ଏହି ବର୍ଷ ରାଜନଗର ରେଞ୍ଜରେ ପ୍ରଥମକରି ଏକମାଣିଆ ଓ ବାଲିଡିଆ ଠାରେ ଦେଶୀୟ ପକ୍ଷୀ ମାନଙ୍କ ଗଣନା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ଥିବାରୁ ପକ୍ଷୀ ପ୍ରେମୀ, ପରିବେଶବିତ୍ ଓ ବନ ବିଭାଗ ଖୁସି ବ୍ୟକ୍ତ କରିବା ସହ ଭିତରକନିକା ଉଭୟ ଦେଶୀୟ ଓ ବିଦେଶୀ ପକ୍ଷୀଙ୍କ ପାଇଁ ଅଭୟାରଣ୍ୟ ପାଲଟିଛି ବୋଲି କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବର୍ଷା ଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ଦେଶୀୟ ପକ୍ଷୀ ନିଜର ବଂଶ ବିସ୍ତାର ପାଇଁ ସୁରକ୍ଷିତ ମନେ କରି ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥାନ୍ତି। ଜାନୁଆରୀରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଥିବା ବେଳେ ସେପ୍ଟେମ୍ବର ମାସରେ ଦେଶୀୟ ପକ୍ଷୀ ଗଣନା କରାଯାଏ । ଏଥର ସେପ୍ଟେମ୍ବର ୩ ତାରିଖରୁ ୭ ତାରିଖ ଯାଏଁ ଦେଶୀୟ ପକ୍ଷୀ ଗଣନା କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ମାଛଧରା ଜାଲରେ ପଡିଲା କୁମ୍ଭୀର ଛୁଆ, ଲୋକେ ଆତଙ୍କିତ

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.