ETV Bharat / state

ଭିତରକନିକାରେ ବଢିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା, ଗତ 3ବର୍ଷରେ ସର୍ବାଧିକ - bhitarakanika national park bird counting

ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବଢିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା । 7 ଦିନ ଧରି ଚାଲିଥିବା ଗଣନାରେ ମିଳିଛି ତଥ୍ୟ । ଗତ 3ବର୍ଷରେ ସର୍ବାଧିକ ବୋଲି ବନ ବିଭାଗର ସୂଚନା । ଅଧିକ ପଢନ୍ତୁ...

ଭିତରକନିକାରେ ବଢିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା, ଗତ 3 ବର୍ଷରେ ସର୍ବାଧିକ

author img

By

Published : Aug 31, 2021, 5:02 PM IST

କେନ୍ଦ୍ରାପଡା: ଗତବର୍ଷ ଅପେକ୍ଷା ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ ଜାତୀୟ ଉଦ୍ୟାନରେ 97,866 ପକ୍ଷୀ ରହିଥିବାବେଳେ ଚଳିତବର୍ଷ 1,08,639 ପକ୍ଷୀ ରହିଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । 7 ଦିନ ଧରି ଜାତୀୟ ଉଦ୍ୟାନରେ ଚାଲିଥିବା ପକ୍ଷୀ ଗଣନା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଭିତରକନିକାରେ ବଢିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା, ଗତ 3 ବର୍ଷରେ ସର୍ବାଧିକ

ସୂଚନା ଅନୁସାରେ, ଗତ ୨୩ ତାରିଖରୁ 7ଜଣ ସଦସ୍ୟ ବିଶିଷ୍ଟ 2ଟି ଟିମ ସପ୍ତାହେ ବ୍ୟାପୀ ଜାତୀୟ ଉଦ୍ୟାନର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଜାରି ରଖିଥିଲେ । ମଠଆଡ଼ିଆ, ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆ ଭଳି ସ୍ଥାନରେ ବର୍ଷା ଋତୁ ଆଗମନରେ ଦେଶର କୋଣ ଅନୁକୋଣରୁ ପକ୍ଷୀ ନିଜର ବଂଶ ବିସ୍ତାର ପାଇଁ ଆସିଥାନ୍ତି । ଗେଣ୍ଡାଳିଆ, ରାଣୀବଗ, ମଝିଆ ବଗ, ଛୋଟବଗ, ପାଣିକୁଆ, ଅନ୍ଧାରିଆ ବଗ,ଦାଆବେଣ୍ଟିଆ,କାପରଖାଇ ପ୍ରଭୃତି 10 ପ୍ରଜାତିର ପକ୍ଷୀଙ୍କ ଗଣନା ହୋଇଥିବା ଜଣାପଡିଛି । ଗତ 3ବର୍ଷ ମଧ୍ୟରେ ଚଳିତବର୍ଷ ସର୍ବାଧିକ ପକ୍ଷୀ ଭିତରକନିକାକୁ ଆଗମନ କରିଥିବା ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ । ଏପରି ତଥ୍ୟ ମିଳିବା ପରେ ପରିବେଶବିତ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.