ETV Bharat / state

କେନ୍ଦ୍ରାପଡାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଦ୍ଵିତୀୟ ଦିନରେ ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ ରାଜନଗର ନିର୍ବାଚନ ମଣ୍ଡଳୀର ଚାରିଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

author img

By

Published : Apr 4, 2019, 6:13 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଦ୍ଵିତୀୟ ଦିନରେ ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ ରାଜନଗର ନିର୍ବାଚନ ମଣ୍ଡଳୀର ଚାରିଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିଥିବା ନେତାଙ୍କ ମଧ୍ୟରେ ଦୁଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଗଣେଶ୍ୱର ବେହେରା ରହିଥିଲେ। ସେହିଭଳି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡି ଓ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ପ୍ରଶାସନିକ ଅଧିକାରୀ ପଦ୍ମନାଭ ଚୌଧୁରୀ ସ୍ୱାଧୀନ ଭାବରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ଅତନୁଙ୍କର ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ରାଜନଗର ବିଜେପିର ଅନ୍ତଃକନ୍ଦଳ ବାହାରେ ପଡିଥିବା ବେଳେ ବିଜେପି ଦଳରୁ ଆଶାୟୀ ଥିବା ତଥା ପ୍ରବାସୀ ଓଡ଼ିଆଙ୍କର ପ୍ରେରଣାରେ ଓଡିଶା ଆସି ନିଜ ଜନ୍ମ ମାଟି ରାଜନଗରର ସେବା କରିବା ପାଇଁ ଅଣ୍ଟା ଭିଡିଥିବା ଅଜୟ ବେହେରା ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅତନୁଙ୍କର ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ବିଜେଡି ସାଂସଦ ପ୍ରାର୍ଥୀ ତଥା ଓଲିଉଡ ଷ୍ଟାର ଅନୁଭବଙ୍କୁ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଶହଶହ ସମର୍ଥକ ବାଇକ ରାଲି କରିଥିଲେ।

କଂଗ୍ରେସ ମଧ୍ୟ ଦଳର ସାଂସଦ ପ୍ରାର୍ଥୀ ତଥା ଆଇନଜୀବୀ ଧରଣୀଧର ନାୟକଙ୍କୁ ମଇଦାନରେ ଓହ୍ଲାଇ ତାର ଭାଗ୍ୟ ପରୀକ୍ଷା କରୁଥିବା ଲକ୍ଷ୍ୟ କରାଯାଇଛି। ନାମାଙ୍କନ ପତ୍ର ଦାଖଲ ପରେ ଅତନୁ ମହାକାଳପଡ଼ା ଅଞ୍ଚଳର କୌଣସି ମନ୍ତ୍ରୀ କିମ୍ବା ବିଧାୟକ ନୁହଁନ୍ତି, ଘରଘରର ପୁଅ ବୋଲି କହିଥିବା ବେଳେ ଗଣେଶ୍ୱର କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ମୁରବୀ ଶୂନ୍ୟ ହୋଇଥିବାରୁ ଏଠାରୁ ବିଧାନସଭାରେ ସେ ପ୍ରତିନିଧିତ୍ୱ କରି ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି କରିବାର ସଂକଳ୍ପ କରିଛନ୍ତି।

ତେବେ ଏଯାବତ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀ ଦେଇପାରିନଥିବା ବେଳେ ନିର୍ବାଚନୀ ଗୋଳିପାଣି କାହାକୁ ସୁହାଇବ ତାହା ସମୟ କହିବ। ସେହିଭଳି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଅତନୁଙ୍କ ବିରୋଧରେ ବିଜେପି ଏକ ଡ଼ମୀ ପ୍ରାର୍ଥୀ ଦେଇଥିବା ବିଜେପି କର୍ମୀ ଅଭିଯୋଗ କରିଥିବା ବେଳେ ପୂର୍ବତନ ପ୍ରଶାସନିକ ଅଧିକାରୀ ପଦ୍ମନାଭ ଚୌଧୁରୀ ଏଠାରୁ ସ୍ୱାଧୀନ ଭାବରେ ଅତନୁଙ୍କୁ ବିରୋଧ କରିବେ ବୋଲି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.