ETV Bharat / state

ଡାକ୍ତରଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁପୁତ୍ରର ମୃତ୍ୟୁ !

ଡାକ୍ତରଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ । ମୃତ ଶିଶୁପୁତ୍ରକୁ ଧରି ମେଡିକାଲ ପରିସରରେ ଧାରଣା ଦେଲେ ପରିବାର । ଅଧିକ ପଢନ୍ତୁ

author img

By

Published : May 15, 2022, 11:14 AM IST

ଡାକ୍ତରଙ୍କ ଅବହେଳା ଯୋଗୁଁ ନବଜାତର ମୃତ୍ୟୁ !
ଡାକ୍ତରଙ୍କ ଅବହେଳା ଯୋଗୁଁ ନବଜାତର ମୃତ୍ୟୁ !

କେନ୍ଦ୍ରାପଡା: ଡାକ୍ତରଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ । ଶନିବାର କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଅଭିଯୋଗ ହୋଇଛି । ମେଡିକାଲ କର୍ମଚାରୀଙ୍କ ବେପରୁଆ ନୀତି ଯୋଗୁଁ ସଠିକ ମେଡ଼ିସିନ ବଦଳରେ ନବଜାତକୁ ଅନ୍ୟ କୌଣସି ମେଡିସିନ ଦିଆଯିବାରୁ ତା'ର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ମୃତ ଶିଶୁକୁ ଧରି ସେମାନେ ମେଡିକାଲ ପରିସରରେ ଧାରଣା ଦେଇଛନ୍ତି ।

ଡାକ୍ତରଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁପୁତ୍ରର ମୃତ୍ୟୁ !

ଶୁକ୍ରବାର ଦିନ ଡେରାବିଶ୍ ଥାନା ନୀଳକଣ୍ଠପୁର ଗାଁର ଗୌରାଙ୍ଗ ମହାରଣାଙ୍କ ପତ୍ନୀ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁପୁତ୍ରଟିକୁ ଜନ୍ମ ଦେଇଥିଲେ। ଶିଶୁଟି ସୁସ୍ଥ ହୋଇ ଜନ୍ମ ହୋଇଥିଲା । ଗତକାଲି(ଶନିବାର) ମେଡିକାଲ ଡାକ୍ତର ଓ କର୍ମଚାରୀ ଟୀକା ମେଡିସିନ ଦେବା ପରେ ଶିଶୁଟିର ନାକ ଓ ପାଟିରୁ ଫେଣ ବାହାରି ଥିଲା ଏବଂ ପର ମୁହୂର୍ତ୍ତରେ ତା'ର ମୃତ୍ୟୁ ହୋଇଯାଇଥିଲା । ସୁସ୍ଥ ହୋଇ ଜନ୍ମ ହୋଇଥିବା ଶିଶୁପୁତ୍ରକୁ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ନର୍ସମାନେ ଟିକା ବଦଳରେ ଅନ୍ୟ କୌଣସି ମେଡିସିନ ଦେଇଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ମୃତ ନବଜାତର ବାପା । ଏହି ଘଟଣାକୁ ନେଇ ସେ ମେଡିକାଲ ଡାକ୍ତରଙ୍କୁ ଅଭିଯୋଗ କରିଥିବା ବେଳେ ତାଙ୍କର ଅଭିଯୋଗ ପ୍ରତି କେହି କର୍ଣ୍ଣପାତ କରିନଥିଲେ । ତେଣୁ ମୃତ ଶିଶୁପୁତ୍ରକୁ ଧରି ମେଡିକାଲ ପରିସରରେ ପରିବାର ଲୋକେ ଧାରଣାରେ ବସିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.