ETV Bharat / state

ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ ନବନିର୍ମାଣ କୃଷକ ସଙ୍ଗଠନ - Farmer public meeting in Kendrapara

ଚାଷୀଙ୍କ ହିତ ପାଇଁ ନିର୍ବାଚନକୁ ଓହ୍ଲାଇବ ନବନିର୍ମାଣ କୃଷକ ସଙ୍ଗଠନ । ଆସନ୍ତା ବିଧାନସଭା ନିର୍ବାଚନରେ ସଂଗଠନ ପ୍ରାର୍ଥୀ ଦେବ । ଅଧିକ ପଢନ୍ତୁ

ନବନିର୍ମାଣ କୃଷକ ସଙ୍ଗଠନ ସମାବେଶ
ନବନିର୍ମାଣ କୃଷକ ସଙ୍ଗଠନ ସମାବେଶ
author img

By

Published : Jun 9, 2023, 3:09 PM IST

ନବନିର୍ମାଣ କୃଷକ ସଙ୍ଗଠନ ସମାବେଶ

କେନ୍ଦ୍ରାପଡା: ରାଜ୍ୟରେ ଚାଷକୂଳର ସ୍ବାର୍ଥ ପାଇଁ ରାଜନୀତିରେ ଏଣ୍ଟ୍ରି କରିବ ନବନିର୍ମାଣ କୃଷକ ସଂଗଠନ । ଆସନ୍ତା ବିଧାନସଭା ନିର୍ବାଚନରେ ଏହି କୃଷକ ସଂଗଠନ ପ୍ରାର୍ଥୀ ଦେବ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । କୃଷକ ସଂଗଠନର ରାଜ୍ୟ ସଭାପତି ଅକ୍ଷୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ "ଆମର ଦରକାର୍ ଚାଷୀ ସରକାର୍" ନାରା ଦିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କ ସ୍ବାର୍ଥକୁ ଅଣଦେଖା କରୁଥିବାରୁ ଚାଷୀ ସଂଗଠନ ନିଜେ ଶାସନକୁ ଓହ୍ଲାଇବ ଓ ନିଜର ଦାବି ନିଜେ ହାସଲ କରିବ ବୋଲି କହିଛନ୍ତି ସଙ୍ଗଠନ ସଦସ୍ୟ ।

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ କରି ଏହି ଅଭିଯାନ ରାଜନଗର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରାଯାଇଛି । ଯେହେତୁ ଅତୀତରେ ବିଭିନ୍ନ ସ୍ଥାନରେ ପରାଜୟ ବରଣ କରିଥିବା ସ୍ବର୍ଗତ ବିଜୁ ପଟ୍ଟନାୟକ ଏହି ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିଥିଲେ ସେଥିପାଇଁ ଠିକ ଏହି ସ୍ଥାନରୁ ହିଁ କୃଷକମାନେ ସେମାନଙ୍କ ବିଜୟ ଅଭିଯାନ ଆରମ୍ଭ କରିବେ ବୋଲି ସଙ୍ଗଠନ ସଦସ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପରବର୍ତ୍ତୀ ସମୟରେ ଓଡ଼ିଶାର ଅନ୍ୟ ୧୪୬ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ସମାବେଶ କରି କୃଷକମାନଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ ।

କୃଷକ ସଂଗଠନ ସରକାରକୁ ଆସିଲେ ପ୍ରଥମେ ବାର୍ଦ୍ଧକ୍ୟ ଭତ୍ତା ୨ ହଜାର, ଧାନର ସର୍ବନିମ୍ନ ମୂଲ୍ୟ ୩ ହଜାର ଟଙ୍କା ଓ ୨୦ ବର୍ଷରୁ ଊର୍ଦ୍ଧ୍ବ କୃଷକମାନଙ୍କୁ ପ୍ରୋତ୍ସାହନ ରାଶି ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସମାବେଶରେ ଘୋଷଣା କରିଛି ନବ ନିର୍ମାଣ କୃଷକ ସଂଗଠନ । ଏହି ସମାବେଶରେ ରାଜନଗର ନିର୍ବାଚନ ମଣ୍ଡଳୀର ଶହଶହ କୃଷକମାନେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ନବନିର୍ମାଣ କୃଷକ ସଙ୍ଗଠନ ଗତ କିଛି ମାସ ଧରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହ ଯୋଗାଯୋଗରେ ଥିବା ଓ ଭାରତ ରାଷ୍ଟ୍ର ସମିତି(BRS) ସହ ମିଶି ପ୍ରାର୍ଥୀ ଦେବା ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି । ଏଭଳି ସମୟରେ କୃଷକମାନେ ରାଜନୀତିକୁ ଓହ୍ଲାଇବା ପାଇଁ ସଜବାଜ ହେବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ମହଙ୍ଗା ପଡିବାର ସମ୍ଭାବନା ଉଜ୍ଜୀବିତ ହୋଇଛି । ଦୀର୍ଘଦିନ ଧରି କୃଷକମାନେ ସେମାନଙ୍କ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ସରଞ୍ଜାମ, କୃଷିଜାତ ଦ୍ରବ୍ୟର ଉଚିତ ବଜାର ମୂଲ୍ୟ, କୃଷକଙ୍କ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦିଗରେ ବିନା ସୁଧରେ ଋଣ ଦାବି କରି ବାରମ୍ବାର ବିଫଳ ହେବା ପରେ ଚାଷୀ ସରକାର ଆମର ଦରକାର ନାରାରେ ପ୍ରକମ୍ପିତ ହୋଇଛି ସଭାସ୍ଥଳ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.