ETV Bharat / state

କାଳିଆ ଯୋଜନାରେ ସରକାରଙ୍କ ମିଛ ପ୍ରତିଶୃତି, ଗର୍ଜିଲା ନବ ନିର୍ମାଣ କୃଷକ ସଙ୍ଗଠନ - କେନ୍ଦ୍ରାପଡାରେ କୃଷକଙ୍କ ଆନ୍ଦୋଳନ

ପାଣିରେ ଗାର ପରି ଧିରେ ଧିରେ ମିଳେଇବାରେ ଲାଗିଛି କାଳିଆ ଯୋଜନାରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି । ଏନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରତୀକାତ୍ମକ ବିକ୍ଷୋଭ ଓ ଧାରଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଛି। ଅଧିକ ଖବର ପଢନ୍ତୁ...

naba nirmana krushak sanghathan, kendrapara farmer protest, kendrapara latest news, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡାରେ କୃଷକଙ୍କ ଆନ୍ଦୋଳନ, ନବ ନିର୍ମାଣ କୃଷକ ସଙ୍ଗଠନ
କାଳିଆ ଯୋଜନାରେ ସରକାରଙ୍କ ମିଛ ପ୍ରତିଶୃତି, ଗର୍ଜିଲା ନବ ନିର୍ମାଣ କୃଷକ ସଙ୍ଗଠନ
author img

By

Published : Jan 6, 2020, 9:32 PM IST

କେନ୍ଦ୍ରାପଡା: ପାଣିରେ ଗାର ପରି ଧିରେ ଧିରେ ମିଳେଇବାରେ ଲାଗିଛି କାଳିଆ ଯୋଜନାରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି । ଏନେଇ ଗତ 13 ଦିନ ହେବ ନବ ନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆମରଣ ଅନଶନରେ ବସିଛନ୍ତି । ଅକ୍ଷୟ କୁମାରଙ୍କ ଏହି ଅନଶନକୁ ସମର୍ଥନ ଜଣାଇ କେନ୍ଦ୍ରାପଡା ଜିଲ୍ଲା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରତୀକାତ୍ମକ ବିକ୍ଷୋଭ ଓ ଧାରଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଛି ।

କାଳିଆ ଯୋଜନାରେ ସରକାରଙ୍କ ମିଛ ପ୍ରତିଶୃତି, ଗର୍ଜିଲା ନବ ନିର୍ମାଣ କୃଷକ ସଙ୍ଗଠନ

ଏଥିରେ ଚାଷୀମାନଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସମେତ କାଳିଆ ଯୋଜନାରେ ରାଜ୍ୟ ସରକାର ଘୋଷଣା କରିଥିବା 10,000 ଟଙ୍କା ବଦଳରେ 4000 ଟଙ୍କା ଦେବାର ନିଷ୍ପତ୍ତିକୁ ପ୍ରତିବାଦ, ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିବା, ପ୍ରଥମ କିସ୍ତି ପାଇଥିବା ଚାଷୀଙ୍କୁ ଦ୍ଵିତୀୟ କିସ୍ତି ଶୀଘ୍ର ମିଳିବା ଆଦି ଦାବି କରି ଚାଷୀମାନଙ୍କ ପକ୍ଷରୁ ଏକ ବିଶାଳ ଧାରଣା ଦିଆଯାଇଛି ।

ଜିଲ୍ଲାରେ 249ଟି ପଞ୍ଚାୟତ ଥିବା ବେଳେ କେତୋଟି ଧାନ ମଣ୍ଡି ରହିଛି ସେନେଇ ଜିଲ୍ଲା ପ୍ରଶାସନ ଉତ୍ତର ଦେବାକୁ ସଙ୍ଗଠନ ଦାବି ରଖିଛି। ଏଥିସହ ପୋଲିସ କେବଳ ହେଲମେଟ ଚେକିଂରେ ବ୍ୟସ୍ତ ଥିବା ବେଳେ ଚାଷୀମାନଙ୍କୁ ପ୍ରତାରିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ଦାବି କରିଛି ସଙ୍ଗଠନ। ଏନେଇ ସୋମବାର ଅପରାହ୍ନରେ ଉପଜିଲ୍ଲାପାଳ ବିକ୍ଷୋଭକାରୀଙ୍କ ନିକଟରେ ପହଞ୍ଚି ବୁଝାସୁଝା କରି ଏହି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:06.01.2020
Radhakanta Mohanty, Kendrapada
Slug-od_kpr_farmers demand_script_7204459
Anchor-କାଳିଆ ଯୋଜନାରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପରିଣତ ହେବାପରେ ଗତ ୧୩ଦିନ ହେବ ନବ ନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆମରଣ ଅନଶନରେ ବସିଛନ୍ତି।ଅକ୍ଷୟ କୁମାରଙ୍କ ଏହି ଅନଶନକୁ ସମର୍ଥନ ଜଣାଇ କେନ୍ଦ୍ରାପଡ଼ା ଜିଲ୍ଲା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରତୀକାତ୍ମକ ବିକ୍ଷୋଭ ଓ ଧାରଣା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି।ଚାଷୀ ମାନଙ୍କୁ ପ୍ରାଇସ, ପ୍ରେଷ୍ଟିଜ, ପେନସନ ସମେତ କାଳିଆ ଯୋଜନାରେ ରାଜ୍ୟ ସରକାର ଘୋଷଣା କରିଥିବା ୧୦୦୦୦ ଟଙ୍କା ପ୍ରତିବଦଳରେ ୪୦୦୦ ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଥିବା ପ୍ରତିବାଦ,ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିବା, ପ୍ରଥମ କିସ୍ତି ପାଇଥିବା ଚାଷୀଙ୍କୁ ଦ୍ଵିତୀୟ କିସ୍ତି ଶୀଘ୍ର ମିଳିବା ଦାବି କରି ଚାଷୀମାନଙ୍କ ପକ୍ଷରୁ ଏକ ବିଶାଳ ଧାରଣା ଦେଇଛନ୍ତି।ଜିଲ୍ଲାରେ ୨୪୯ଟି ପଞ୍ଚାୟତ ଥିବା ବେଳେ କେତୋଟି ଧାନମଣ୍ଡି ରହିଛି ସେନେଇ ଜିଲ୍ଲା ପ୍ରଶାସନ ଉତ୍ତର ଦେବାକୁ ସଙ୍ଗଠନ ଦାବି ରଖିଛି।ଏଥିସହ ପୋଲିସ କେବଳ ହେଲମେଟ ଚେକିଂ ରେ ବ୍ୟସ୍ତ ଥିବା ବେଳେ ଚାଷୀ ମାନଙ୍କୁ ପ୍ରତାରିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ଦାବି କରିଛି ସଙ୍ଗଠନ।ଅପରାହ୍ନରେ ଉପ ଜିଲ୍ଲାପାଳ ବିକ୍ଷୋଭକାରୀଙ୍କ ନିକଟରେ ପହଞ୍ଚି ବୁଝାସୁଝା କରି ଏହି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।
Body:Byt-ଦୋଳଗୋବିନ୍ଦ ସାହୁ(ଜିଲ୍ଲା ସଂଯୋଜକ, ନବନିର୍ମାଣ କୃଷକ ସଙ୍ଗଠନ)Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.