ETV Bharat / state

ଜମି ପାଇଁ ମା'ର ଜୀବନ ନେଲା ପୁଅ ! - ମା'ର ଜୀବନ

ପିଶାଚ ସାଜିଲା ଜନ୍ମକଲା ପୁଅ । ଜମି ପାଇଁ ନେଲାଗଲା ମା'ର ଜୀବନ । ଘରେ କେହି ନଥିବାର ସୁଯୋଗ ନେଇ ମାକୁ ପୋଡ଼ି ମାରିଥିବା ଅଭିଯୋଗ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 5, 2019, 10:52 AM IST

Updated : Jul 5, 2019, 2:38 PM IST

କେନ୍ଦ୍ରାପଡା: ରାଜନଗର ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ ସୌଳେନ୍ଦ୍ରସରାଇରେ ଅଭାବନୀୟ କାଣ୍ଡ। ଜମିଜମା ବିବାଦ ତଥା ପାରିବାରିକ ଗଣ୍ଡଗୋଳକୁ ନେଇ ନିଜ ଜନ୍ମକଲା ମା'କୁ ପୁଅ ହତ୍ୟା କରିଥିବା ଅଭିଯୋଗ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା

ତାଳଚୁଆ ପୋଲିସ ୨୯/୧୯ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ପୁଅକୁ ପୋଲିସ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ଅଭିଯୋଗ ମୁତାବକ ସୌଳେନ୍ଦ୍ରସରାଇ ଗାଁର ମୁକ୍ତକେଶୀ ଓଝାଙ୍କର ଦୁଇପୁଅ ମଧ୍ୟରୁ ସାନପୁଅ ସୁକଦେଵ ଓଝା ଜମିବାଡ଼ି ବିବାଦକୁ ନେଇ ଘରେ ସବୁବେଳେ ଝଗଡା କରୁଥିଲା । ଯେହେତୁ ମୁକ୍ତକେଶୀ ତାଙ୍କ ବଡ଼ପୁଅ ଶ୍ରୀକାନ୍ତ ଓଝାଙ୍କ ପାଖରେ ରହୁଥିଲେ। ଜମିବାଡିକୁ ନେଇ ମତମତାନ୍ତର ଅଧିକ ଉଗ୍ରରୂପ ନେବାରୁ ଗୁରୁବାର ଘରେ କେହି ନଥିବାର ସୁଯୋଗ ନେଇ ସାନପୁଅ ସୁକଦେଵ ମା ମୁକ୍ତକେଶୀଙ୍କୁ ପୋଡ଼ି ମାରିଦେଇଛି ।

ମା' କୁ ମାରିଦେବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ପ୍ରୟାସ କରୁଥିଲା ସାନପୁଅ । ତେବେ ବଡ଼ ପୁଅ ଶ୍ରୀକାନ୍ତ ଥାନାରେ ଅଭିଯୋଗ କରିଛି । ଅନ୍ୟପକ୍ଷରେ ପୋଲିସ ତଦନ୍ତ ଜୋରଦାର କରିଥିବା ବେଳେ ସୁକଦେବକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:05.07.2019
Radhakanta Mohanty,Kendrapada
Slug-od_kpr_01_inhumanity_script_7204459
Anchor-କେନ୍ଦ୍ରାପଡା ରାଜନଗର ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ ସୌଳେନ୍ଦ୍ରସରାଇରେ ଅଭାବନୀୟ କାଣ୍ଡ।ଜମିଜମା ବିବାଦ ତଥା ପାରିବାରିକ ଗଣ୍ଡଗୋଳକୁ ନେଇ ନିଜ ଜନ୍ମକଲା ମା'କୁ ପୁଅ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଆଉ ଜଣେ ପୁଅ।ତାଳଚୁଆ ପୋଲିସ ୨୯/୧୯ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।ଅଭିଯୋଗ ମୁତାବକ ସୌଳେନ୍ଦ୍ରସରାଇ ଗାଁର ମୁକ୍ତକେଶୀ ଓଝାଙ୍କର ଦୁଇପୁଅ ମଧ୍ୟରୁ ସାନପୁଅ ସୁକଦେଵ ଓଝା ଜମିବାଡ଼ି ପାଇଁ ଘରେ ସବୁବେଳେ ଝଗଡା କରୁଥିବାରୁ ମୁକ୍ତକେଶୀ ତାଙ୍କ ବଡ଼ପୁଅ ଶ୍ରୀକାନ୍ତ ଓଝାଙ୍କ ପାଖରେ ରହୁଥିଲେ।ଜମିବାଡିକୁ ନେଇ ମତମତାନ୍ତର ଅଧିକ ଉଗ୍ରରୂପ ନେବାରୁ ଗତକାଲି ଘରେ କେହି ନଥିବାର ସୁଯୋଗ ନେଇ ସାନପୁଅ ସୁକଦେଵ କୌଶଳ କରି ନିଆଁରେ ପୋଡ଼ି ମା'କୁ ମାରିଦେଇଥିବା ଓ ପରେ ଏହାକୁ ଦୁର୍ଘଟଣାର ରୂପ ଦେବାପାଇଁ ପ୍ରୟାସ କରୁଥିବା ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ ପୋଲିସ ତଦନ୍ତ ଜୋରଦାର କରିଥିବା ବେଳେ ସୁକଦେବକୁ ଅଟକ ରଖି ପଚରାଉଚୁରା କରୁଛି।Body:BreakingConclusion:Breaking
Last Updated : Jul 5, 2019, 2:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.