ETV Bharat / state

ପୌର ଫାଇଟ: ପ୍ରଚାର ମଇଦାନରେ ତିନି ହେବିଓ୍ବେଟ, ସମ୍ମାନ ବଞ୍ଚାଇବାକୁ ଚାଲିଛି କସରତ

author img

By

Published : Mar 22, 2022, 2:13 PM IST

ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉଷ୍ମ ହେଉଛି ପୌର ନିର୍ବାଚନ ତାତି । ମତଦାନ ସମୟ ଯେତେ ପାଖଉଛି ପ୍ରଚାର ସେତେ ଜୋରଦାର ହେଉଛି । ଆଜି ପ୍ରଚାରର ଶେଷ ଦିନ ଥିବାରୁ ତତ୍ପର ହୋଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର ହେବିଓ୍ବେଟ ନେତା ଓ ପ୍ରାର୍ଥୀ । ଖାଲି ପତିଆରା ନୁହଁ ବରଂ ନିଜ ସମ୍ନାନ ବଞ୍ଚାଇବାକୁ ହେବିଓ୍ବେଟଙ୍କ ମଧ୍ୟରେ ଚାଲିଛି ଘମାସନ ଲଢେଇ । ଅଧିକ ପଢନ୍ତୁ

ପୌର ଫାଇଟ:  ପୌର ପ୍ରଚାର ମଇଦାନରେ ତିନି ହେବିଓ୍ବେଟ, ସମ୍ମାନ ବଞ୍ଚାଇବାକୁ ଚାଲିଛି କସରତପୌର ଫାଇଟ:  ପୌର ପ୍ରଚାର ମଇଦାନରେ ତିନି ହେବିଓ୍ବେଟ, ସମ୍ମାନ ବଞ୍ଚାଇବାକୁ ଚାଲିଛି କସରତ
ପୌର ଫାଇଟ: ପୌର ପ୍ରଚାର ମଇଦାନରେ ତିନି ହେବିଓ୍ବେଟ, ସମ୍ମାନ ବଞ୍ଚାଇବାକୁ ଚାଲିଛି କସରତ

କେନ୍ଦ୍ରାପଡା: ସରି ସରି ଆସୁଛି ପୌର ନିର୍ବାଚନ ପ୍ରଚାର । ଆଜି ଶେଷ ଦିନ ଥିବା ବେଳେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୌର ପରିଷଦରେ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ଶେଷ ସମୟରେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମାନଙ୍କ ସହ ନେତା ମାନେ ଦିନ ରାତି ଏକ କରି ପ୍ରଚାର କରୁଛନ୍ତି। ଗ୍ରୀଷ୍ମ ତାତି ଠାରୁ ପଟ୍ଟାମୁଣ୍ଡାଇ ପୌର ନିର୍ବାଚନର ରାଜନୈତିକ ଉଷ୍ମତା ବେଶ ବଢି ଯାଇଛି।

ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପ୍ରାର୍ଥୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳ ପଟ୍ଟାମୁଣ୍ଡାଇ ପୌର ପରିଷଦ ଦଖଲ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିଜେଡି ପକ୍ଷରୁ ରାଜନଗର ବିଧାୟକ ଧ୍ରୁବ ସାହୁ ନେତୃତ୍ବ ନେଇଥିବା ବେଳେ କଂଗ୍ରେସ ପୂର୍ବତନ ରାଜନଗର ବିଧାୟକ ତଥା ବର୍ତ୍ତମାନ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଛି ଦଳ । ପଟ୍ଟାମୁଣ୍ଡାଇ ପୌର ପରିଷଦରେ ଏହି ୩ ନେତାଙ୍କ ମଧ୍ୟରେ ଲଢେ଼ଇ ଜୋରଦାର ହେଉଥିବା ବେଳେ ପତିଆରା ଓ ସମ୍ମାନର ଲଢେ଼ଇ ରେ କିଏ ବାଜି ମାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଏଭଳି ସ୍ଥିତିରେ ଭୋଟ ହାତେଇବାକୁ ବିଜେଡି ନବୀନ ପଟ୍ଟନାୟକଙ୍କ ସଫଳତା ସହ ସଫଳ ଯୋଜନାକୁ ମୁଦ୍ଦା କରିଥିବା ବେଳେ କଂଗ୍ରେସ ସରକାରଙ୍କ ବିଫଳତା ସହ ପୌର ପରିଷଦରେ ହୋଇଥିବା ଦୁର୍ନୀତିକୁ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାରି ହେବାକୁ ଚେଷ୍ଟା କରୁଛି। ଅନୁରୂପ ଭାବେ ବିଜେପି କେନ୍ଦ୍ର ସରକାରଙ୍କ ସଫଳତା ସହ ପଟ୍ଟାମୁଣ୍ଡାଇ ପୌରପାଳିକାରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ଆୟୁଧ କରି ନିର୍ବାଚନ ଲଢୁଛି।

ଅପରପକ୍ଷରେ ୧୯୮୮ ମସିହାରେ ପଟ୍ଟାମୁଣ୍ଡାଇକୁ ଏନଏସି ମାନ୍ୟତା ପ୍ରଦାନ କରିଥିଲେ ସରକାର । ଏହା ମଧ୍ୟରେ ୫ଥର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୩ଥର ପୁରୁଷ ଓ ୨ଥର ମହିଳା ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ୨ଥର କଂଗ୍ରେସ,୨ଥର ବିଜେଡି ଓ ଥରେ ସ୍ବାଧୀନ ଦଖଲକୁ ଯାଇଛି ପଟ୍ଟାମୁଣ୍ଡାଇ ପୌର ପରିଷଦ । ହ୍ୟାଟ୍ରିକ ଲକ୍ଷ୍ୟରେ ଉଭୟ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ବିଜେପି ଖାତା ଖୋଲି ନିଜର ସ୍ଥିତି ଜାହିର କରିବା ପାଇଁ ଦିନରାତି ଏକ କରିଛି।ଏହା ଭିତରେ ପୌରାଞ୍ଚଳରେ ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ସରକାର ୨୦୧୪ ମସିହାରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ମାନ୍ୟତା ପ୍ରଦାନ କରିଛନ୍ତି।

ପୌର ପରିଷଦର ପ୍ରଥମ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଛି। ପୌର ପରିଷଦର କଳେବର ବଦଳିଥିବା ବେଳେ ଏବେ ବି ପଟ୍ଟାମୁଣ୍ଡାଇ ବସଷ୍ଟାଣ୍ଡ,ପରିମଳ ବ୍ୟବସ୍ଥା,ଭେଣ୍ଡିଙ୍ଗ ଜୋନ ଓ ପାନୀୟ ଜଳ ସମସ୍ୟା ଆଦି ସମସ୍ୟା ମଧ୍ୟ ଲାଗି ରହିଥିବା ବେଳେ ଏହି ସବୁ ସମସ୍ୟା ସମାଧାନ କରିବା ସହ ଭୋଟରଙ୍କ ମନ ଜଣିବା ବିଜେଡି,କଂଗ୍ରେସ ଓ ବିଜେପି ଭଳି ୩ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ ବୋଲି ରାଜନୈତିକ ବିଶ୍ଲେଷକ ମାନେ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.