କେନ୍ଦ୍ରାପଡ଼: ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗାଁ ନିକଟରେ ଅଘଟଣ । ଜଣେ ଅଚିହ୍ନା ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିବାବେଳେ ମୁର୍ମୁଷ ଅବସ୍ଥାରେ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ।
ସୂଚନାମୁତାବକ, ଜଣେ ବିବାହିତା ମହିଳାଙ୍କୁ କେହି ମାରିଦେଇ ଫିଙ୍ଗି ଦେଇଥିବାବେଳେ ନିକଟରେ ଶିଶୁପୁତ୍ରଟିର ମୁଣ୍ଡକୁ ପଥରରେ ଛେଚି ପିଙ୍ଗି ଦିଆଯାଇଥିବା ଆଜି ସକାଳୁ ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶିଶୁ ପୁତ୍ରଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି ।
ଏପଟେ ଘଟଣାସ୍ଥଳରେ ହାତ ଗ୍ଲୋବସ, ମଦ ବୋତଲ, ଗୋଟିଏ ମଙ୍ଗଳସୁତ୍ର ଏବଂ ଗୋଟିଏ ଗାମୁଛା ପଡିଥିବା ଦେଖିବାକୁ ମିଳିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଏପଟେ ମୃତ ମହିଳାଙ୍କ ପରିଚୟ ଏଯାବତ ମିଳିପାରି ନାହିଁ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ