ETV Bharat / state

ସଲମାନଙ୍କୁ ଲାଇକ ଓ ଟିକଟିକ ବ୍ୟବହାର ପାଇଁ କହି ଫେସବୁକରେ ହଟହଟା ସାଂସଦ - କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି

ସୋସିଆଲ ମିଡିଆରେ ବି-ଟାଉନର ଦବଙ୍ଗ ବୟ ସଲମାନ ଖାନଙ୍କୁ ଲାଇକ ମାଗି ସମାଲୋଚନାର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି । 'RAJA NANDA-THE INDIAN' ନାମକ ଏକ ଫେସବୁକ ପେଜରେ ସାଂସଦ ଅନୁଭବଙ୍କୁ କଟାକ୍ଷ କରାଯାଇଛି । ସେହିପରି ଅନୁଭବଙ୍କ ଟିକଟକ ବ୍ୟବହାର କରିବାକୁ ନେଇ ମଧ୍ୟ ଉକ୍ତ ଫେସବୁକ୍ ୟୁଜର୍ସ ଜଣଙ୍କ ତାଙ୍କୁ କଡା ନିନ୍ଦା କରିଛନ୍ତି । ଅଧିକ ପଢନ୍ତୁ...

MP Anubhav mohanty troll in facbook
ସଲମାନଙ୍କୁ ଲାଇକ୍ ଓ ଟିକଟିକ ବ୍ୟବହାର ପାଇଁ କହି ଫେସବୁକରେ ହଟହଟା ଅନୁଭବ
author img

By

Published : Jul 6, 2020, 7:58 PM IST

କେନ୍ଦ୍ରାପଡା: ସାମାଜିକ ଗଣମାଧ୍ୟମରେ ବି-ଟାଉନର ଦବଙ୍ଗ ବୟ ସଲମାନ ଖାନଙ୍କୁ ଲାଇକ ମାଗିବା ଘଟଣାରେ ବାରମ୍ବାର ସମାଲୋଚନାର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । 'RAJA NANDA-THE INDIAN' ନାମକ ଏକ ଫେସବୁକ ପେଜରେ ସାଂସଦ ଅନୁଭବଙ୍କୁ କଟାକ୍ଷ କରାଯାଇଛି । ରାଜ୍ୟ ଓ ଦେଶର ଏଭଳି ସ୍ଥିତିରେ ଜଣେ ରାଜନେତା ହୋଇ ଟ୍ବିଟରରେ ଲାଇକ ମାଗିବା ଶୋଭନୀୟ ନୁହେଁ ବୋଲି କୁହାଯାଇଛି । 6 ମିନିଟ 7 ସେକେଣ୍ଡ ବିଶିଷ୍ଟ ଏହି ଫେସବୁକ ପୋଷ୍ଟରେ ଅନୁଭବଙ୍କୁ ପିଲାଳିଆମୀ ଛାଡିବାକୁ କୁହାଯାଇଥିବା ବେଳେ ସାଢ଼େ 4 କୋଟି ଓଡ଼ିଆଙ୍କ ପ୍ରତିନିଧିତ୍ବ କରୁଥିବା ଜଣେ ଲିଡ଼ର ପକ୍ଷରେ ଏଭଳି ଆଚରଣ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କୁହାଯାଇଛି ।

ସଲମାନଙ୍କୁ ଲାଇକ୍ ଓ ଟିକଟିକ ବ୍ୟବହାର ପାଇଁ କହି ଫେସବୁକରେ ହଟହଟା ଅନୁଭବ

ସେହିପରି ଚାଇନା ଆପ ଟିକଟକ ବ୍ୟବହାର କରିବାକୁ ଅନୁଭବ ନିଜର ପୂର୍ବ ଟ୍ବିଟରେ କହିଥିବା ବେଳେ ଏନେଇ ଅନୁଭବଙ୍କ ଉପରେ ବର୍ଷିଛନ୍ତି ଏହି ଭିଡ଼ିଓରେ ଥିବା ବ୍ୟକ୍ତି ଜଣକ । ସାମାଜିକ ଗଣମାଧ୍ୟମରେ ନିଜର ନୃତ୍ୟଗୀତ ଭିଡିଓ ଛାଡୁଥିବା ଅନୁଭବ ଯଦି ଓଡ଼ିଶାରେ କର୍ମ ନିଯୁକ୍ତି ଓ ନୂତନ କଳ କାରଖାନା ସ୍ଥାପନ ସମ୍ପର୍କରେ କିଛି ଭିଡିଓ ଜାରି କରନ୍ତେ ତେବେ ଏହା ଭଲ ହୁଅନ୍ତା ବୋଲି କୁହାଯାଇଛି । ଭିଡ଼ିଓରେ ଥିବା ବ୍ୟକ୍ତି ଜଣଙ୍କ ଅନୁଭବଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ଓଡ଼ିଆ ଚଳଚ୍ଚିତ୍ର ଅନ୍ୟ ଭାଷାରୁ କପି ହୋଇ କରାଯାଉଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କଟାକ୍ଷ ହୋଇଥିବା ଏହି ଭିଡ଼ିଓକୁ 13 ହଜାର ଲାଇକ, 4 ହଜାର କମେଣ୍ଟସ, 13 ହଜାର ସେୟାର ଓ 5 ଲକ୍ଷ 80 ହଜାର ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଦେଖି ସାରିଛନ୍ତି ।

MP Anubhav mohanty troll in facbook
ସଲମାନଙ୍କୁ ଲାଇକ୍ ଓ ଟିକଟିକ ବ୍ୟବହାର ପାଇଁ କହି ଫେସବୁକରେ ହଟହଟା ଅନୁଭବ
MP Anubhav mohanty troll in facbook
ସଲମାନଙ୍କୁ ଲାଇକ ଓ ଟିକଟିକ ବ୍ୟବହାର ପାଇଁ କହି ଫେସବୁକରେ ହଟହଟା ସାଂସଦ

ପ୍ରକାଶ ଥାଉ କି, ଜୁଲାଇ ୩ ମଧ୍ୟରାତ୍ରି ୨ଟା ୫୦ମିନିଟରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଏକ ଟ୍ବିଟ୍ କରିଛନ୍ତି । ଉକ୍ତ ଭିଡିଓରେ ସେ ସଲମାନ ଖାନଙ୍କୁ ଟ୍ୟାଗ୍ କରି ଗୋଟିଏ ଲାଇକ୍ ପାଇବାକୁ ଅନୁରୋଧ କରିଥିଲେ । ସାଂସଦ ଅନୁଭବ ମହାନ୍ତିଙ୍କ ଏଭଳି ଟ୍ବିଟ ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.