ETV Bharat / state

ନିର୍ଦ୍ଦୟ ମାଆ ! ମାସକର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ

author img

By

Published : Jul 5, 2023, 10:26 AM IST

Updated : Jul 5, 2023, 3:03 PM IST

କେନ୍ଦ୍ରାପଡାରେ ମାସକର ଶିଶୁକନ୍ୟାକୁ ତା'ର ମାଆ ହତ୍ୟା କରିଥିବା ଅଭିଯୋଗ । ଥାନାର ଦ୍ବାରସ୍ତ ହେଲେ ଶାଶୁ ଓ ଶ୍ବଶୁର । ଅଧିକ ପଢନ୍ତୁ

ମାସକର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ
ମାସକର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡା: ନିର୍ଦ୍ଦୟ ମାଆ । ନିଜ ହାତରେ ଅନ୍ତଫାଡି ଜନ୍ମ ଦେଇଥିବା ଶିଶୁର ନେଲା ଜୀବନ । ମାସକର ଶିଶୁକନ୍ୟାକୁ ହତ୍ୟା କଲା । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନଦୀନାଳ ଘେରା ପଦନୀପାଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗ୍ରାମର ରଶ୍ମିତା ମହାନ୍ତି ନାମକ ମହିଳା ନିଜର ମାସକର ଶିଶୁକନ୍ୟାକୁ ହତ୍ୟା କରିଥିବା ତାଙ୍କ ଶାଶୁ ଶ୍ବଶୁର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ମହିଳାଙ୍କ ଶାଶୁ ଅଭିଯୋଗ କରିଛନ୍ତି ଯେ, ସୋମବାର ରାତିରେ ବୋହୂ ରଶ୍ମିତା ୩ ବର୍ଷର ନାତି ଓ ମାସକର ନାତୁଣୀକୁ ନେଇ ଶୋଇଥିଲେ । ହେଲେ ପରଦିନ ସକାଳୁ ନାତୁଣୀ ନାକରୁ ରକ୍ତ ବାହାରୁଥିବା ସେ ଦେଖିଥିଲେ । ଏହାପରେ ସଙ୍ଗେ ସଙ୍ଗେ ପାଖ ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ଡାକ୍ତର ସେଠାରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ବୋହୂ ହିଁ ନିଜ ମାସକର ଝିଅକୁ ହତ୍ୟା କରିଛି ବୋଲି ଶାଶୁ ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଳି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ରଶ୍ମିତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଶ୍ବଶୁର ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରଶ୍ମିତା ସବୁବେଳେ ଘରେ ପାଟିତୁଣ୍ଡ କରୁଥିଲେ । ଏମିତିକି ସେ ନିଜ ସ୍ବାମୀଙ୍କ ମଧ୍ୟ ଆକ୍ରମଣ କରିଥିଲେ । ଶିଶୁକନ୍ୟାଟି କାନ୍ଦିଲେ ରାଗ ତମତମ ହୋଇ ତାକୁ ମାଡ଼ ଦେଉଥିଲେ । ପୂର୍ବରୁ ଅନେକ ଥର ବୋହୂ ଏମିତି ମାଡ ମାରିଛି । ତେଣୁ ସେ ହିଁ ନିଜ ହାତରେ ଝିଅକୁ ହତ୍ୟା କରିଥିବା ଶ୍ବଶୁର ଅଭିଯୋଗ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଉପାନ୍ତରେ ଥମୁନି ହାତୀ ଉପଦ୍ରବ, ଘରକୁ ଫେରିବା ବାଟରେ ଦଳିଦେଲା ଦନ୍ତା

ରଶ୍ମିତାଙ୍କ ସ୍ବାମୀ ଅମୀୟ ଜଣେ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରନ୍ତି । ମାତ୍ର ଦୁଇଦିନ ତଳେ ସେ ରୋଜଗାର ଅନ୍ବେଷଣରେ ବାହାର ରାଜ୍ୟକୁ ଯାଇଥିଲେ । ଏହାରି ଭିତରେ ତାଙ୍କର ମାସକର ଝିଅକୁ ସ୍ତ୍ରୀ ହତ୍ୟା କରିଥିବା ବାପାମାଆ ଅଭିଯୋଗ କରିଛନ୍ତି । ଗତ ମେ' ତାରିଖରେ ପିଲାଟିର ଜନ୍ମ ହୋଇଥିଲା । ଘର ଲୋକେ ତା' ନାମ ତ୍ରିଶାଖା ରଖିଥିଲେ । ତେବେ ଜନ୍ମକଲା ମାଆ କେମିତି ଏତେ ନିଷ୍ଠୁର ହୋଇପାରିଲା ସେନେଇ ଚର୍ଚ୍ଚା ହେଉଥିବା ବେଳେ ମହିଳାଙ୍କ ମାନସିକ ଅବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Jul 5, 2023, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.