କେନ୍ଦ୍ରାପଡା: ଦୁବୃର୍ତ୍ତମାନେ ଦୋକାନ ଭିତରେ ପଶି ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ଟଙ୍କା । ଏପରି ଘଟଣା ଘଟିଛି ସଦର ଥାନା ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ କାକତିଆ ବଜାରରେ । ସିମେଣ୍ଟ ବ୍ୟବସାୟୀ ପ୍ରଭାତ କୁମାର ଦାଶଙ୍କୁ ଛୁରୀ ଦେଖାଇ 60 ହାଜର ଟଙ୍କା ଲୁଟି ନେଇଥିବା ହୋଇଛି ଅଭିଯୋଗ ।
ସୂଚନାଥାଉକି, ସନ୍ଧ୍ୟା 8ଟା ସମୟରେ ପ୍ରଭାତଙ୍କୁ ଦୋକାନରେ ଏକୁଟିଆ ପାଇ 2ଜଣ ଦୃର୍ବୁତ୍ତ ବାଇକରେ ଆସିଥିଲେ । ତାଙ୍କୁ ଛୁରୀ ଦେଖାଇ 60ହାଜର ଟଙ୍କା ଓ ବ୍ୟାଙ୍କ କାଗଜପତ୍ର ଲୁଟି ନେଇଛନ୍ତି । ଏନେଇ ସେ ଚାନ୍ଦୋଳ ପୋଲିସ ପୋଷ୍ଟରେ ଅଭିଯୋଗ କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ