ETV Bharat / state

ନାଗପଡ଼ାରେ ଦୁର୍ବୃତ୍ତଙ୍କ ନାରକୀୟକାଣ୍ଡ : ବର୍ଷକରେ 6ଥର ଜାଳିଲେଣି ଘର ଗାଡ଼ି, ହାତ ବାନ୍ଧି ବସିଛି ପୋଲିସ - କେନ୍ଦ୍ରାପଡ଼ା ନାଗପଡ଼ାରେ ଜଳିଦେଲେ ଘର ଗାଡ଼ି

ନାଗପଡ଼ାରେ ଦୁର୍ବୃତ୍ତଙ୍କ ନାରକୀୟକାଣ୍ଡ । ବର୍ଷକରେ 6ଥର ଜାଳିଲେଣି ଘର ଗାଡ଼ି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନାଗପଡ଼ା ଗ୍ରାମରେ ଦୁର୍ବୃତ୍ତଙ୍କ ନାରକୀୟକାଣ୍ଡ । ଜାଳିଦେଲେ 8 ବଖରା ଘର ଜଳାଇଲେ ପିକଅପ ଭ୍ୟାନ। ଅଧିକ ପଢ଼ନ୍ତୁ

ନାଗପଡ଼ାରେ ଦୁର୍ବୃତ୍ତଙ୍କ ନାରକୀୟକାଣ୍ଡ : ବର୍ଷକରେ 6ଥର ଜାଳିଲେଣି ଘର ଗାଡ଼ି, ହାତ ବାନ୍ଧି ବସିଛି ପୋଲିସ

author img

By

Published : Nov 6, 2022, 4:58 PM IST

କେନ୍ଦ୍ରାପଡ଼ା : ନାଗପଡ଼ାରେ ଦୁର୍ବୃତ୍ତଙ୍କ ନାରକୀୟକାଣ୍ଡ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନାଗପଡ଼ା ଗ୍ରାମରେ ଦୁର୍ବୃତ୍ତଙ୍କ ନାରକୀୟକାଣ୍ଡ । ଜାଳିଲେ 8 ବଖରା ଘର ଜଳାଇଲେ ପିକଅପ ଭ୍ୟାନ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଏଥିରେ ଗ୍ରାମର ଦିବାକର ବାରିକ ଓ ବିଦ୍ୟାଧର ବାରିକ ଦୁଇ ଭାଇଙ୍କ 8 ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି ।

ନାଗପଡ଼ାରେ ଦୁର୍ବୃତ୍ତଙ୍କ ନାରକୀୟକାଣ୍ଡ : ବର୍ଷକରେ 6ଥର ଜାଳିଲେଣି ଘର ଗାଡ଼ି, ହାତ ବାନ୍ଧି ବସିଛି ପୋଲିସ

ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ହେଲେ ଏଯାଏଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଯାହାକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସୂଚନାନୁସାରେ, ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ହଠାତ ଗାଁ ଭିତରକୁ ପଶି ଆସିଥିଲେ ।

ଏହାପରେ ଗାଁ ଭିତରେ ଥିବା ଏକ ପିକଅପ ଭ୍ୟାନରେ ହଠାତ ନିଆଁ ଲଗାଇ ଦେଇଥିଲେ । ଗାଡ଼ିରେ ନିଆଁ ଲାଗିବା ପରେ ଏମାନେ ଗ୍ରାମର ଦିବାକର ବାରିକ ଓ ବିଦ୍ୟାଧର ବାରିକ ଦୁଇ ଭାଇଙ୍କ 8 ବଖରା ଘରେ ନିଆଁ ଲଗାଇଥିଲେ । ତେବେ ବାହାରେ ଦୁର୍ବୃତ୍ତ ଥିବାରୁ ଘରୁ କେହି ବାହାରି ପାରିନଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ଗ୍ରାମବାସୀଙ୍କ ଚିତ୍କାର ଶୁଣି ଦିବାକର ବାରିକ ଓ ବିଦ୍ୟାଧର ବାରିକଙ୍କ ପରିବାର ଲୋକ ଘରୁ ବାହାରି ଆସିଥିଲେ । ହେଲେ ସେତିକି ବେଳକୁ ସବୁ ଜଳି ପାଉଁଶ ହୋଇଯାଇଥିଲା ।

ଗ୍ରାମବାସୀଙ୍କ କହିବା ଅନୁସାରେ, ଗତ 1 ବର୍ଷ ହେବ ଏହି ଗାଁରେ ଦୁର୍ବୃତ୍ତଙ୍କ ଏଭଳି ନାରକୀୟକାଣ୍ଡ ଦେଖିବାକୁ ମିଳିଛି । ରାତି ହେଲେ ଜାଳୁଛନ୍ତି ଗାଡ଼ି ଓ ଘର । ବେଫିକର ହୋଇ ଗାଁ ଭିତରକୁ ପଶୁଛନ୍ତି ଦୁର୍ବୃତ୍ତ । ଆଉ ଘଟାଉଛନ୍ତି ଅମାନବୀୟ କାଣ୍ଡ । କେତେବେଳେ ବାଇକ ଓ ବଡ଼ ଗାଡ଼ିରେ ନିଆଁ ଲଗାଉଛନ୍ତି ତ କେତେବେଳେ ଘରେ ପଶି ନିଆଁ ଲଗାଉଛନ୍ତି । ଏ ନେଇ ଥାନାରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବି ପୋଲିସ ହାତ ବାନ୍ଧି ବସିଛି । ଫଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ । ବର୍ଷକ ଭିତରେ ଏଭଳି ଘଟଣା 6ଥର ଘଟି ସାରିଲାଣିି । ହେଲେ ଏବେ ବି ପୋଲିସ ହାତ ଖାଲି । ନାଁ ଗିରଫ କରିପାରୁଛି ଦୁର୍ବୃତ୍ତଙ୍କୁ ନା ଏଭଳି ଘଟଣାରେ ଲଗାଇ ପାରୁଛି ରୋକ୍ । ଯାହାକୁ ନେଇ ଅଣନିଶ୍ବାସୀ ହୋଇ ପଡ଼ିଲେଣି ଗ୍ରାମବାସୀ ।

ସେହିପରି ଗତ ବର୍ଷ ମଧ୍ୟ ନାଗପଡ଼ାରେ ଏକ ବୋଲେରୋ ଭ୍ୟାନ ଜାଳି ଦେବା ସହିତ ପୂର୍ବତନ ସରପଞ୍ଚ ଦିବାକର ନାୟକଙ୍କ ଘର ଜାଳି ଦେଇଥିଲେ କିଛି ଦୁର୍ବୃତ୍ତ । ଏହି ଘଟଣାର ଅଭିଯୁକ୍ତଙ୍କୁ ମଧ୍ୟ ଏଯାବତ ପୋଲିସ ଗିରଫ କରିନାହିଁ । ତେବେ ପୋଲିସର ଏଭଳି ଖାମଖିଆଲିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଏଭଳିକାଣ୍ଡ ବର୍ଷକ ମଧ୍ୟରେ ବାରମ୍ବାର ଘଟୁଥିବା ବେଳେ ଏହାର ନିରାକରଣ ଓ ଦୁଇଭାଇଙ୍କୁ ବାସଗୃହ ସହାୟତା ଯୋଗାଇଦେବା ପାଇଁ ମାଜିଷ୍ଟ୍ରେଟ ତଥା ଆଳି ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ।

ଗ୍ରାମବାସୀଙ୍କ ମୁହଁରୁ :

ସ୍ଥାନିୟ ବାସିନ୍ଦା କୃଷ୍ଣଚନ୍ଦ୍ର ପଣ୍ଡା କହିଛନ୍ତି, "ଗତ 1 ବର୍ଷ ହେବ ବାଳକାଟି ପଞ୍ଚାୟତର ନାଗପଡ଼ା ଗାଁରେ ଏଭଳି ଘଟଣା ଘଟୁଛି । ରାତି ହେଲା ମାତ୍ରେ କିଛି ଲୋକ ଆସି ଗାଁ ଭିତରେ ପଶି ଘର ଭିତରେ ନିଆଁ ଲଗାଉଛନ୍ତି । ଘର ଉପରେ ନିଆଁ ଲଗାଉଛନ୍ତି ଏବଂ ଗାଡ଼ିରେ ନିଆଁ ଲଗାଉଛନ୍ତି । ଏନେଇ ବାରମ୍ବାର ଥାନାରେ ଅଭିଯୋଗ ହୋଇଛି । ହେଲେ ପୋଲିସ ଏଯାବତ କୌଣସି ଦୁର୍ବୃତ୍ତଙ୍କୁ ଗିରଫ କରିପାରି ନାହିଁ । ତେଣୁ ପୋଲିସ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଏହାସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରୁ । ତେବେ ଦୁର୍ବୃତ୍ତଙ୍କ ଏଭଳି ଅମାନବୀୟକାଣ୍ଡରେ ଦିନେ ନା ଦିନେ ମଣିଷର ଜୀବନ ଚାଲିଯିବ ଏଥିରେ ସନ୍ଦେହ ନାହିଁ ।"

ଦିବାକର ବାରିକ । ଦିବାକରଙ୍କ ଘର ପୋଡ଼ି ଦେଇଥିଲେ ଦୁର୍ବୃତ୍ତ । ଏନେଇ ଦିବାକର କହିଛନ୍ତି, "ଆମ ଘର ପାଖରେ ଥିବା ଜଣଙ୍କ ଗାଡ଼ିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ । ଏନେଇ ମୋ ସହ ମୋ ପରିବାର ଓ ଗ୍ରାମବାସୀ ମିଳିତ ହୋଇ ଗାଡ଼ିରେ ଲାଗିଥିବା ନିଆଁକୁ ଲିଭାଉଥିଲୁ । ସେହି ସମୟରେ ମୋ ଘରେ ମଧ୍ୟ ଦୁର୍ବୃତ୍ତମାନେ ପଶି ନିଆଁ ଲଗାଇ ଦେଇଥିଲେ । ଏଥିରେ ଆମ ଘର ଭିତରେ ଥିବା ସମସ୍ତ ଆସବାପତ୍ର ସହ ଖାଦ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଏନେଇ ଥାନାରେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ମିଳୁନି ।"

ସୁଧାକର ନାୟକ । ସୁଧାକରଙ୍କ ଗାଡ଼ି ପୋଡ଼ି ଦେଇଥିଲେ ଦୁର୍ବୃତ୍ତ । ଏନେଇ ସୁଧାକର କହିଛନ୍ତି, ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗାଡ଼ି ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ମୋ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ତେବେ ଆମେ ସମସ୍ତେ ଶୋଇଥିବାରୁ ଘରେ ନିଆଁ ଲାଗିଥିବାର ପ୍ରଥମେ ଜାଣି ପାରିନଥିଲୁ । ପରେ ପୋଡ଼ଶୀଙ୍କ ଡାକରେ ଜାଣିପାରିଥିଲୁ ଯେ ଘରେ ନିଆଁ ଲାଗିଛି । ତେବେ ଏହି ଘଟଣାକୁ ମିଶାଇ ଗାଁରେ 6ଥର ଏଭଳି ଘଟଣା ଘଟିଲାଣି । ହେଲେ ଏଯାବତ ପୋଲିସ ହାତ ଖାଲି ରହିଛି । ଏନେଇ ଅଭିଯୋଗ ହେଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।

ଇଟଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.