ETV Bharat / state

Poll Violence In Kendrapara: ପୋଲିସକୁ ପିଟିଲେ ଲୋକେ, ବନ୍ଧୁକ ଦେଖାଇଲେ SI

କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ପୋଲିସ ଜନତା ମୁହାଁମୁହିଁ । ପୋଲିସକୁ ମାଡ ମାରିଲେ ଲୋକେ । ବନ୍ଧୁକ ଦେଖାଇ ଭୟଭୀତ କଲେ ଏସଆଇ । ଅଧିକ ପଢନ୍ତୁ

panchayat Polls Violence: କେନ୍ଦ୍ରାପଡାରେ ପୋଲିସକୁ ପିଟିଲେ ଲୋକେ, ବନ୍ଧୁକ ଦେଖାଇଲେ SI

author img

By

Published : Feb 20, 2022, 1:33 PM IST

କେନ୍ଦ୍ରାପଡା: ମତଦାନ ସମୟରେ ବଢୁଛି ନିର୍ବାଚନୀ ହିଂସା । ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଥିବାବେଳେ ଗୋଟିଏ ପରେ ହିଂସାକାଣ୍ଡ ଘଟି ଚାଲିଛି । କେଉଁଠି ଭଙ୍ଗାରୁଜା ହେଲାଣି ତ ଆଉ କେଉଁଠି ଖବରଦାତାଙ୍କୁ ପିଟୁଛନ୍ତି ଲୋକେ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ମତଦାନ କେନ୍ଦ୍ରରେ ମଧ୍ୟ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଏଠାରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଜନତା । ଏପରିକି ଲୋକେ ପୋଲିସକୁ ପିଟିଥିବାର ମଧ୍ୟ ଜଣାପଡିଛି ।

panchayat Polls Violence: କେନ୍ଦ୍ରାପଡାରେ ପୋଲିସକୁ ପିଟିଲେ ଲୋକେ, ବନ୍ଧୁକ ଦେଖାଇଲେ SI

ଯାହା ସୂଚନା ରହିଛି, ରାଜନଗର ବ୍ଲକ ଗୋଖଣି ବିଦ୍ୟାଳୟରେ ବୁଥ ରିଗିଂ ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ନିଜ ପୋଲିସ ଫୋର୍ସ ଧରି ଯାଇଥିଲେ । ସେଠାରେ ଜଣେ ନାବାଳକ ଏଜେଣ୍ଟ ସାଜି ବୁଥ ମଧ୍ୟରେ ବସିଥିବା ଜାଣିବା ପରେ ହଠାତ ଭୋଟରଙ୍କ ଉପରେ ଲାଠିଚାଳନା କରିଥିଲେ ପୋଲିସ । ଏହାପରେ ଜନତା ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ମାଡ ମାରିବାରୁ ଏସଆଇ ସୌମ୍ୟ ବନ୍ଧୁକ ବାହାର କରି ଲୋକମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ସେପଟେ ଏସଆଇ ଏପରି ବନ୍ଧୁକ ଦେଖାଇ ଭୟଭୀତ କରିବା ଘଟଣା ପରେ ବୁଥ୍‌ରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଏସଆଇ ନିଜ କାର୍ଯ୍ୟ ପାଇଁ ଭୁଲ ମାଗନ୍ତୁ ବୋଲି ଅଡି ବସିଛନ୍ତି ଲୋକେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.