ETV Bharat / state

ମାର୍ଶାଘାଇରେ ଫୁଟିଲା ଗୁଳି, ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍‌

author img

By

Published : Sep 16, 2022, 2:34 PM IST

ବନ୍ଧୁକରୁ ଗୁଳି ଫୁଟାଇ ବ୍ୟାଙ୍କ ସେଲ୍ସ ଅଫିସରଙ୍କ ଠାରୁ ମୋବାଇଲ ଝାମ୍ପିଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ମାର୍ଶାଘାଇ ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ

ମାର୍ଶାଘାଇରେ ଫୁଟିଲା ଗୁଳି, ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ

କେନ୍ଦ୍ରାପଡା: ଦୀର୍ଘଦିନର ନୀରବତା ପରେ ପୁଣି ଅଶାନ୍ତ ହେଲା କେନ୍ଦ୍ରାପଡା । ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି । ବନ୍ଧୁକରୁ ଗୁଳି ଫୁଟାଇ ବ୍ୟାଙ୍କ ସେଲ୍ସ ଅଫିସରଙ୍କ ଠାରୁ ମୋବାଇଲ ଝାମ୍ପିଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ମାର୍ଶାଘାଇ ଥାନା ଅଞ୍ଚଳରେ । ଲୁଟର ଶିକାର ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା IDFC ବ୍ଯାଙ୍କର ସେଲ୍ସ ଅଫିସର ରଘୁନାଥ ବେହେରା । ଥାନାଠାରୁ ମାତ୍ର ୫୦୦ ମିଟର ଦୂରତା ମଧ୍ୟରେ ଏହି ଦୁର୍ବୃତ୍ତ ମାନେ ଗୁଳି ଫୁଟାଇ ଲୁଟ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ IDFC ବ୍ଯାଙ୍କର ସେଲ୍ସ ଅଫିସର ରଘୁନାଥ ବେହେରା ମାର୍ଶାଘାଇ ଥାନା ଯଦୁପୁର ଗାଁକୁ କୌଣସି କାମରେ ଯାଇ ଆଜି କେନ୍ଦ୍ରାପଡା ଫେରୁଥିଲେ । ସେ ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର କାନପୁର ଛକ ନିକଟରେ ହୋଇଥିବାବେଳେ, ହଠାତ ଏକ କଳା ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ଗୁଳି ଫୁଟାଇ ରଘୁନାଥଙ୍କୁ ଅଟକାଇ ଥିଲେ ।

ଏହା ପରେ ବ୍ୟାଙ୍କ କର୍ମଚାରୀ ଜଣଙ୍କର ପକେଟ ଏବଂ ଗାଡିର ଡିକି ଖୋଜିଥିଲେ । କିନ୍ତୁ ଟଙ୍କା ନମିଳିବାରୁ ରଘୁନାଥଙ୍କ ଠାରୁ ମୋବାଇଲ ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ । ଏନେଇ ରଘୁନାଥ ବେହେରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛିଦିନ ହେବ ମାର୍ଶାଘାଇ ଅଞ୍ଚଳରେ ବୋମାମାଡ ଏବଂ ଗୁଳିକାଣ୍ଡ ବନ୍ଦ ରହିଥିବା ବେଳେ ପୁଣି ଥାନାରୁ ମାତ୍ର ୫୦୦ ମିଟର ବ୍ୟବଧାନରେ ଏହି ଗୁଳିକାଣ୍ଡ ଘଟଣା ଘଟିବା ଅପରାଧୀଙ୍କ ପୋଲିସକୁ ଖୋଲା ଚ୍ଯାଲେଞ୍ଜ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଏହା ମଧ୍ୟ ପଢନ୍ତୁ-ସୂର୍ଯ୍ୟକିରଣ ଏୟାର ସୋ’ ଦେଖିଲେ ରାଜ୍ୟବାସୀ, ଆକାଶମାର୍ଗରୁ ବୀରତ୍ବ ଦେଖାଇଲେ ବାୟୁବୀର

ଏହି ଘଟଣାରେ ମାର୍ଶାଘାଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ, କେଉଁ ମାନେ ଏହି ଲୁଟ୍‌ ଘଟଣାରେ ସାମିଲ ରହିଛନ୍ତି ତାର ଛାନଭିନ କରୁଛି । ଲୁଟର ଶିକାର ହୋଇଥିବା ବ୍ୟାଙ୍କ କର୍ମଚାରୀ ରଘୁନାଥ ବେହେରା ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେଇନଥିବାବେଳେ, ପୋଲିସ ତରଫରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତଦନ୍ତ ପରେ ଏହି ଲୁଟ୍‌ ଘଟଣାରେ ସାମିଲଥିବା ଅପରାଧିଙ୍କ ଚେହେରା ସାମ୍ନାକୁ ଆସିବ ।

ଗତ ଜୁଲାଇ ମାସରେ କେନ୍ଦ୍ରାପଡା ଜିଲ୍ଲା ସାମୁଦ୍ରିକ ଥାନା ତନ୍ତିଆପାଳ ଅଧିନ ରାଙ୍କୀ ଗ୍ରାମରେ ଘରେ ପଶି ଲୁଟ୍‌ ଉଦ୍ୟମ କରିଥିଲେ କିଛି ଦୁର୍ବୃତ୍ତ । ମରଣାନ୍ତଙ୍କ ଆକ୍ରମଣ କରି ଟଙ୍କା ସହିତ ସୁନା ଚେନ, ମୁଦି ତିନୋଟି କାନଫୁଲ ଲୁଟି ନେଇଥିଲେ ଲୁଟେରା । ରାଙ୍କୀ ଗ୍ରାମର ଦେବାଶିଷଙ୍କ ଘରୁ ଏହି ଚୋରି ହୋଇଥିବାବେଳେ, ଦୁଇ ଜଣ ଗୁରୁତର ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.