ETV Bharat / state

ଟିକଟକରେ ଅଶ୍ଳୀଳ ଭିଡିଓ ଭାଇରାଲ ପରେ ନାବାଳିକାଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା । ଟିକଟକରେ ଅଶ୍ଳୀଳ ଭିଡିଓ ଭାଇରାଲ ପରେ ନାବାଳିକାଙ୍କ ଆତ୍ମହତ୍ୟା । ଅଭିଯୁକ୍ତ ଦ୍ବୟ ଫେରାର ଥିବା ସୂଚନା ରହିଛି ।

author img

By

Published : Jun 2, 2019, 9:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ସୋସିଆଲ ମିଡ଼ିଆ ଟିକଟକରେ ଅଶ୍ଳୀଳ ଭିଡିଓ ଭାଇରାଲ ପରେ ଆତ୍ମହତ୍ୟା କରିଛନ୍ତି ଜଣେ ନାବାଳିକା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନାନୁସାରେ, ମୃତକ ଚଳିତଥର ଦଶମ ଶ୍ରେଣୀରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ମାଟ୍ରିକ ପରୀକ୍ଷା ପରେ +2 ନାମଲେଖାର ଆବେଦନ ପାଇଁ ଗାଁରେ ଥିବା ଏକ ଷ୍ଟୁଡିଓକୁ ଫଟୋ ଉଠାଇବାକୁ ଯାଇଥିଲେ । ମାତ୍ର ରୀମାଙ୍କ ପାଇଁ ଫଟୋ ଉଠାଇବା କାଳ ହୋଇଥିଲା ।

ମୃତକ ଫଟୋ ଉଠାଇ ଆସିବା ପରେ ଷ୍ଟୁଡିଓ ମାଲିକ ତଥା ଫଟୋଗ୍ରାଫର ଅମର ଦାସ ଏବଂ ତା'ର ସହଯୋଗୀ ରଶ୍ମିରଞ୍ଜନ ମଲ୍ଲିକ ତା' ଫଟୋକୁ ଏଡିଟ୍ କରି ଟିକଟକରେ ଅଶ୍ଲୀଳ ଭିଡିଓ କରି ଭାଇରାଲ କରିଥିଲେ । ଏହି ଏଡିଟ୍ ଫଟୋ ଗାଁ ତଥା ଅଞ୍ଚଳର ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା । ଏପରିକି ଚେନ୍ନାଇର ରହୁଥିବା ମୃତକଙ୍କ ବଡ଼ଭାଇଙ୍କ ମୋବାଇଲକୁ ମଧ୍ୟ ଏହି ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା । ଘଟଣାସମ୍ପର୍କରେ ଜାଣିବା ପରେ ପରଦିନ ମୃତକଙ୍କ ବଡଭାଇ ଗାଁକୁ ଫେରି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ ।

ଏସମ୍ପର୍କରେ ଅମର ଏବଂ ତାର ସହଯୋଗୀ ରଶ୍ମିରଞ୍ଜନକୁ ଭେଟି ମୃତକଙ୍କ ପରିବାର ଭିଡିଓ ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ଅଭିଯୁକ୍ତ ଦ୍ବୟ ମୃତକଙ୍କ ବଡ଼ଭାଇଙ୍କୁ ଅଶ୍ଳୀଳ ଭିଡିଓ ବ୍ୟବହାର କରିବା ସହିତ ଆହୁରି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ନେଇ ଧମକ ଦେଇଥିଲେ । ଏସବୁ ପରେ ମୃତକଙ୍କ ବଡ଼ଭାଇ ପାଟକୁରା ଥାନାରେ ଅଭିଯୁକ୍ତମାନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ମୃତକ ଲୋକଲଜ୍ୟାକୁ ସହି ନପାରି ରଶି ଲଗାଇ ଆତ୍ମହତ୍ୟା କରିଛି ।

ସେପଟେ ନିଜ ଅଳିଅଲି ସାନଝିଅକୁ ହରାଇ ଦୁଃଖରେ ପରିବାର ଲୋକେ । ମାତ୍ର ପୋଲିସର ତଦନ୍ତରେ ଶିଥିଳତା ଯୋଗୁଁ ଅଭିଯୁକ୍ତ ଦ୍ବୟ ଫେରାର ହେବାକୁ ସମର୍ଥ ହୋଇଛନ୍ତି ।

ଟିକଟକ୍ ଭିଡିଓରେ ଜଣେ ନିଷ୍ପାପ ଓ ନିରୀହ ନାବାଳିକାର ଜୀବନ ଯାଇଥିବା ବେଳେ ଜିଲ୍ଲାରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । ଏବେ ଅଭିଯୁକ୍ତ ଫେରାର ମାମଲାରେ ପୋଲିସର ନିଷ୍କ୍ରିୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

02.05.2019
Radhakanta Mohanty, Kendrapada
Slug-od_kpr_viral tiktok taken life_script_7204459
Anchor-ଟିକଟକ ଭିଡିଓ ଭାଇରଲ ପରେ ଆତ୍ମହତ୍ୟା କଲେ ନାବାଳିକା।ମ୍ୟାଟ୍ରିକ ପରୀକ୍ଷା ପରେ +୨ ନାମଲେଖା ଆବେଦନ ପାଇଁ ଫଟୋ ଉଠାଇବା କାଳ ହେଲା ନାବାଳିକାଙ୍କୁ।କେନ୍ଦ୍ରାପଡ଼ା ପାଟକୁରା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ଜନୈକ ବ୍ୟକ୍ତିଙ୍କ ସାନଝିଅ ଦେବସ୍ମିତା ସିଂହସାମନ୍ତ,ରୀମା(ଛଦ୍ମନାମ)ଚଳିତଥରଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।ପରୀକ୍ଷା ଫଳ ପ୍ରକାଶନ ପରେ ରୀମା ନିଜର କିଛି ସାଙ୍ଗମାନଙ୍କ ସହିତ ଗାଁରେ ଥିବା ଏକ ଷ୍ଟୁଡ଼ିଓକୁ ଫଟୋ ଉଠାଇବାକୁ ଯାଇଥିଲେ।ଫଟୋ ଉଠାଇ ଆସିବା ପରେ ଷ୍ଟୁଡିଓ ମାଲିକ ତଥା ଫଟୋଗ୍ରାଫର ଅମର ଦାସ ଓ ତା'ର ସହଯୋଗୀ ରଶ୍ମିରଞ୍ଜନ ମଲ୍ଲିକ ରୀମାର ଫଟୋକୁ ଏଡିଟ କରି ସାମାଜିକ ଗଣମାଧ୍ୟମ ଟିକଟକରେ ଅଶ୍ଳୀଳ ଭିଡିଓ କରି ପ୍ରତ୍ୟକ ମୋବାଇଲକୁ ଘୁରାଇ ଥିଲେ।ରୀମାର ଏଡିଟ ହୋଇଥିବା ଅଶ୍ଳୀଳ ଭିଡିଓ ଗାଁର ତଥା ଅଞ୍ଚଳର ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲିଥିଲା।ଏପରିକି ଚେନ୍ନାଇର ରହୁଥିବା ରୀମାର ବଡ଼ଭାଇଙ୍କ ମୋବାଇଲକୁ ମଧ୍ୟ ଏହି ଅଶ୍ଳୀଳ ଭିଡିଓ ଯାଇଥିଲା।ରୀମାର ବଡ଼ଭାଇ ଏଘଟଣା ଜାଣିବା ପରେ ପରଦିନ ଗାଁକୁ ଫେରି ସାନଭଉଣୀ ଠାରୁ ସମସ୍ତ ତଥ୍ୟ ବୁଝିବା ପରେ ଫଟୋଗ୍ରାଫର ଅମର ଓ ସହଯୋଗୀ ରଶ୍ମିରଞ୍ଜନକୁ ଏହି ଭିଡିଓ ବିଷୟରେ ପଚାରିଥିଲେ।ତେବେ ଅଭିଯୁକ୍ତ ଦ୍ବୟ ରୀମା ବଡ଼ଭାଇଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହିତ ଏଭଳି ଆହୁରି ଅନେକ ଭିଡିଓ ସେମାନେ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ପାଇଁ ଧମକ ଦେଇଥିଲେ।ଏସବୁ ପରେ ରୀମାର ବଡ଼ଭାଇ ପାଟକୁରା ଥାନାରେ ଅଭିଯୁକ୍ତ ମାନଙ୍କ ବିରୋଧରେ ଲିଖିତ ଅଭିଯୋଗ କରି ଫେରିଥିଲେ ମଧ୍ୟ ଲୋକଲଜ୍ଜାକୁ ସହି ନପାରି ରୀମା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।ନିଜର ଅଲିଅଳି ସାନଝିଅକୁ ହରାଇ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ପୋଲିସର ତଦନ୍ତରେ ଶିଥିଳତା ପାଇଁ ଅଭିଯୁକ୍ତ ଦ୍ବୟ ଫେରାର ହେବାକୁ ସମର୍ଥ ହୋଇଛନ୍ତି।
    ଭାଇରାଲ ଭିଡିଓ ଟିକଟକ ପାଇଁ ଜଣେ ନିଷ୍ପାପ ଓ ନିରୀହ ନାବାଳିକାର ଜୀବନ ଯିବା ଜିଲ୍ଲାରେ ପ୍ରଥମ ହୋଇଥିବା ବେଳେ ଭବିଷ୍ୟତରେ ଆଉ କିଏ ଏହାର ଶିକାର ନହେବ ସେକଥା କିଏ କହିବ???ଆହୁରିମଧ୍ୟ ପୋଲିସର ନିଷ୍କ୍ରିୟତା ପାଇଁ ଦୁଇ ଅଭିଯୁକ୍ତ ଫେରାର ହେବା ପୋଲିସର ସଫା ଭାବମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.