ETV Bharat / state

ଦୁବାଇରୁ ଫେରିଲା ଓଡିଆଙ୍କ ମୃତଦେହ, ହୃଦଘାତରେ ହୋଇଥିଲା ମୃତ୍ୟୁ

author img

By

Published : Apr 13, 2022, 9:41 PM IST

କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ଵର ଅନ୍ତର୍ଗତ ଗରାପୁର ଅଞ୍ଚଳର ୪୧ ବର୍ଷୀୟ ଶେଖ୍ ସାଜିଦ ଗତ ୨୦୧୮ ମସିହାରୁ ବାହାରିନର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ । ହେଲେ ଗତ ଅପ୍ରେଲ ୯ ତାରିଖରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ପରିବାର ସଦସ୍ୟ ଜାଣିବା ପରେ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । ଅଧିକ ପଢନ୍ତୁ

ଦୁବାଇରୁ ଫେରିଲା ଓଡିଆଙ୍କ ମୃତଦେହ, ହୃଦଘାତରେ ହୋଇଥିଲା ମୃତ୍ୟୁ
ଦୁବାଇରୁ ଫେରିଲା ଓଡିଆଙ୍କ ମୃତଦେହ, ହୃଦଘାତରେ ହୋଇଥିଲା ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ଵର ଅନ୍ତର୍ଗତ ଗରାପୁର ଅଞ୍ଚଳର ୪୧ ବର୍ଷୀୟ ଶେଖ୍ ସାଜିଦ ଗତ ୨୦୧୮ ମସିହାରୁ ବାହାରିନର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ । ହେଲେ ଗତ ଅପ୍ରେଲ ୯ ତାରିଖରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ପରିବାର ସଦସ୍ୟ ଜାଣିବା ପରେ ଅସ୍ତବ୍ୟସ୍ତ ହୋଇ ପଡିଥିଲେ ।

ସେହିପରି ହସ୍ପିଟାଲ ସମ୍ବନ୍ଧରେ ଅଜ୍ଞ ଥିବାରୁ ବ୍ୟବଚ୍ଛେଦ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ସୂଚନା ପାଇବା ପରେ "ଓଡ଼ିଶା ମୋ ପରିବାର" ପକ୍ଷରୁ ତୁରନ୍ତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ । ମୋ ପରିବାର ପ୍ରତିନିଧି ତଥା ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ ଦୁବାଇରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଡଃ.ଅମନ ପୁରିଙ୍କ ସହିତ ଯୋଗାଯୋଗ କରି ସଙ୍ଗେସଙ୍ଗେ ତାଙ୍କୁ ଦୁବାଇ ସ୍ଥିତ ଡାକ୍ତରଖାନାରେ ସାଜିଦଙ୍କ ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟାରେ ସମସ୍ତ ସାହାଯ୍ୟ କରିବା ସହିତ ନ୍ୟାୟିକ ପ୍ରକ୍ରିୟାରେ ପାର୍ଥିବ ଶରୀରକୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ ।

ତେବେ ସାଜିଦଙ୍କ ପାର୍ଥିବଶରୀର ଓଡ଼ିଶା ପହଞ୍ଚିବା ପରେ "ଓଡ଼ିଶା ମୋ ପରିବାର" ପ୍ରତିନିଧିମାନେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ସାଜିଦଙ୍କ ମୃତ ଶରୀର ତାଙ୍କ ଗ୍ରାମ ଗରାପୁରକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ସାଜିଦ ପରିବାରର ଏକମାତ୍ର ରୋଜଗାର କ୍ଷମ ସଦସ୍ୟ ଥିଲେ ତେଣୁ ପରିବାରର ଭବିଷ୍ୟତକୁ ନଜରରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଶା ମୋ ପରିବାର ମାଧ୍ୟମରେ ତାଙ୍କୁ ତିରିଶ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହିତ ଆଗାମୀ ଦିନରେ ଜୀବିକା ନିର୍ବାହ ପାଇଁ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ମୋ ପରିବାରର ଆବାହକ ପ୍ରତିଶୃତି ଦେଇଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.