ETV Bharat / state

ପ୍ରହସନ ପାଲଟିଲା ପାଠପଢ଼ା, ବ୍ରିଜ୍‌ କୋର୍ସ ନାଁରେ କୋଟି କୋଟି ଟଙ୍କା ଚଳୁ !

author img

By

Published : Jun 6, 2022, 8:32 PM IST

ବ୍ରିଜ୍‌ କୋର୍ସ ନାଁରେ ଖାଇଗଲେ କୋଟି କୋଟି ଟଙ୍କା । କୋର୍ସ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳି ପାରିଲା ନାହିଁ ଉଦ୍ଦିଷ୍ଟ ପାଠ୍ୟ ପୁସ୍ତକ । କେନ୍ଦ୍ରାପଡ଼ା କଂସାର-ସାହସପୁର ନୋଡାଲ ହାଇସ୍କୁଲରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ପ୍ରହସନ ପାଲଟିଲା ପାଠପଢ଼ା, ବ୍ରିଜ୍‌ କୋର୍ସ ନାଁରେ କୋଟିକୋଟି ଟଙ୍କା ଚଳୁ

କେନ୍ଦ୍ରାପଡ଼ା: ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଅନେକ ନୀତି ଓ ଯୋଜନା କରାଯାଉଛି । ତେବେ ଏହି ଯୋଜନା କେବଳ ଫାଇଲପତ୍ରରେ ସୀମିତ ହୋଇ ରହିଯାଉଛି । କେନ୍ଦ୍ରାପଡ଼ାରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । କଂସାର ସାହସପୁର ନୋଡାଲ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବ୍ରିଜ୍‌ କୋର୍ସ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକ ବଦଳରେ ପୁରୁଣା ଉଜ୍ଜ୍ବଳ, ଉତ୍ଥାନ ବହିରେ ପାଠପଢ଼ା ଯାଇଛି । ବ୍ରିଜ୍‌ କୋର୍ସ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ୭୦ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏହି ଟଙ୍କା କାହା ସ୍ବାର୍ଥରେ ଖର୍ଚ୍ଚ ହୋଇଛି ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ।

କୋଭିଡ ମହାମାରୀ ଯୋଗୁଁ ୨୦୨୦ରୁ ଦୀର୍ଘ ଦୁଇବର୍ଷ ଧରି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏହାକୁ ଭରଣା କରିବାକୁ ଗ୍ରୀଷ୍ମ ଛୁଟି ବିଳମ୍ବ କରି ଆରମ୍ଭ ହୋଇଥିଲା ବ୍ରିଜ୍‌ କୋର୍ସ । ପୁରୁଣା ପାଠକୁ ମନେ ପକାଇ ପିଲାଙ୍କ ମୂଳଦୁଆ ସୁଦୃଢ଼ କରିବା ଥିଲା ଏହି ବ୍ରିଜ୍‌ କୋର୍ସର ମୂଳ ଲକ୍ଷ୍ୟ । ଡହଡହ ଖରାରେ ପିଲାଏ ବିଦ୍ୟାଳୟକୁ ଆସିଲେ ସତ । ହେଲେ ସେମାନଙ୍କୁ ବ୍ରିଜ୍‌ କୋର୍ସ ପାଠ୍ୟ ପୁସ୍ତକ ବଦଳରେ ପୁରୁଣା ଶ୍ରେଣୀର ବହିରେ ପାଠପଢ଼ାଗଲା । ପିଲାମାନେ ପୂର୍ବରୁ ପ୍ରଚଳିତ ହେଉଥିବା ଉଜ୍ଜ୍ବଳ, ଉତ୍ଥାନ ବହି ପଢିବାକୁ ବାଧ୍ୟ ହୋଇଛନ୍ତି । ୨୦୧୯ରେ ଏହି ଉଜ୍ଜ୍ବଳ, ଉତ୍ଥାନ ବହି ପ୍ରକାଶନ ହୋଇଥିଲା । ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲାଙ୍କୁ ଉଜ୍ଜ୍ବଳ ବହିରେ ପାଠ ପଢ଼ା ଯାଉଥିଲା । ସେହିଭଳି ଷଷ୍ଟରୁ ଅଷ୍ଟମ ଯାଏଁ ଉତ୍ଥାନ ବହିରେ ପାଠ ପଢ଼ୁଥିଲେ ଛାତ୍ରାଛାତ୍ରୀ ।

ମେ ୨ ତାରିଖରୁ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ପିଲାଙ୍କୁ ବ୍ରିଜ୍‌ କୋର୍ସରେ ପାଠ ପଢ଼ା ଯାଇଥିଲା । ବ୍ରିଜକୋର୍ସ ଆରମ୍ଭ ତ ଦୂରର କଥା ବ୍ରିଜକୋର୍ସ ପାଇଁ ସ୍ବତନ୍ତ୍ର ପୁସ୍ତକା ପିଲାମାନଙ୍କ ପାଖରେ ପହଞ୍ଚି ପାରିଲାନାହିଁ । ଏଭଳି ସମସ୍ୟା କେବଳ କେନ୍ଦ୍ରାପଡ଼ା ନୁହେଁ ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ାରେ ୧୭୧୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଛାତ୍ରଛାତ୍ରୀ ସଂଖ୍ୟା ୧ ଲକ୍ଷ ୪୫ ହଜାରରୁ ଅଧିକ । ହେଲେ ସେମାନଙ୍କୁ ପାଠପଢ଼ିବାକୁ ପୁସ୍ତକଟିଏ ମିଳିପାରିନାହିଁ ।

ବ୍ରିଜକୋର୍ସ ଆରମ୍ଭ ସମୟରେ ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବ୍ରିଜକୋର୍ସ ପାଇଁ ସ୍ୱତନ୍ତ୍ର ପୁସ୍ତିକା ଟେଣ୍ଡର ସରିଥିବା କଥା କହିଥିଲେ । ଖୁବଶୀଘ୍ର ପିଲାମାନଙ୍କୁ ଏହି ସ୍ବତନ୍ତ୍ର ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ବୋଲି ଯେଉଁ ପ୍ରତିକ୍ରିୟା ଦେଇଥିଲେ ତାହା ପାଣିର ଗାର ପାଲଟିଛି । କୌଣସି ଛାତ୍ରଛାତ୍ରୀଙ୍କ ପାଖରେ ବ୍ରିଜ୍‌ କୋର୍ସ ପୁସ୍ତକ ପହଞ୍ଚି ପାରିନାହିଁ । ଏହି କୋର୍ସ ପାଇଁ ୭୦ କୋଟି ଟଙ୍କା ଯଦି ଖର୍ଚ୍ଚ କରାଯାଇଛି ତେବେ ପିଲାମାନଙ୍କ ପାଖରେ ବହି କିପରି ପହଞ୍ଚି ପାରିଲା ନାହିଁ ସେନେଇ ପ୍ରଶ୍ନ ଉଠିଛି । ଏଭଳି ପାଠ୍ୟକ୍ରମକୁ ନେଇ ଖୋଦ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ନଥିବା ବେଳେ, ହଠାତ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କାହିଁକି ଲଦି ଦିଆଗଲା ? ଏମିତି କି ବ୍ରିଜକୋର୍ସ ପାଇଁ ତାଲିମ ପ୍ରଦାନ ବ୍ୟବସ୍ଥା ରହିଥିବା ବେଳେ ଜିଲ୍ଲାର କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ତାଲିମ ପାଇନାହାନ୍ତି । ଅନଲାଇନ ହ୍ଵାଟ୍‌ସ୍‌ ଆପ୍‌ ଗ୍ରୁପରେ ଯାହା ପାଠ ଆସୁଥିଲା ତାହାକୁ ସିଲାବସ କରି ପିଲାମାନଙ୍କୁ ପାଠ ପଢ଼ାଯାଥିଲା । ଏହାକୁ ନେଇ ଜଣେ ଶିକ୍ଷୟିତ୍ରୀ ଖୋଦ ପ୍ରତିକ୍ରିୟା ଦେଇଛନ୍ତି ।

ବ୍ରିଜକୋର୍ସର ସଫଳ ରୂପାୟନ ସମ୍ପର୍କରେ ଅନୁସନ୍ଧାନ ବେଳେ । କଂସାର ସାହସପୁର ନୋଡାଲ ହାଇସ୍କୁଲ ଛଡ଼ା ,ଫୋରଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇଟିପୁର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦି ବିଦ୍ୟାଳୟରେ ବ୍ରିଜକୋର୍ସ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଉଦ୍ଦିଷ୍ଟ ପାଠ୍ୟ ପୁସ୍ତକ ବଦଳରେ ପୁରୁଣା ପୁସ୍ତକ ପାଠ ପଢ଼ୁଥିଲେ ଛାତ୍ରାଛାତ୍ରୀ । ତେବେ ରାଜ୍ୟ ସରକାର ପରିକଳ୍ପନା କରିଥିବା ବ୍ରିଜ୍‌ କୋର୍ସ ଫେଲ୍‌ ମାରିଥିବା ମନେ ହେଉଛି ।

ଏହାପରେ ଆଜି(ଜୁନ୍‌-୬)ଠାରୁ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ସ୍କୁଲ୍‌ ଖୋଲିବା ପରେ ଛାତ୍ରଛାତ୍ରୀଙ୍କୁ ନୂଆ ବହିରେ ପାଠପଢ଼ା ହେବ ନା ପୁରୁଣା ତାହା ସମୟ କହିବ । ତେବେ ବ୍ରିଜ୍‌ କୋର୍ସ ପାଇଁ ସରକାର ଖର୍ଚ୍ଚ କରିଥିବା ୭୦ କୋଟି ଟଙ୍କାର ହିସାବ ଦେବା ଜରୁରୀ ହୋଇପଡ଼ିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.