ETV Bharat / state

Kendrapara Panchayat Polls: ଶେଷ ଦିନରେ ୨୪୪୧ ଜଣ ୱାର୍ଡମେମ୍ବର ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ - ସରଗରମ କେନ୍ଦ୍ରାପଡ଼ା ରାଜନୀତି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପାଇଁ ନାମାଙ୍କନ ପତ୍ର ଦାଖଲ ଅବଧି ଶେଷ ହୋଇଛି । କେନ୍ଦ୍ରାପଡ଼ାରେ ୱାର୍ଡ ମେମ୍ବରଠୁ ନେଇ ସରପଞ୍ଚ ସମିତି ଓ ଜିଲ୍ଲା ପରିଷଦ ପଦାବୀ ପାଇଁ ହଜାରହଜାର ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

Kendrapara Panchayat Polls: ଶେଷ ଦିନରେ ୨୪୪୧ ଜଣ ୱାର୍ଡମେମ୍ବର ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ
ପ୍ରାର୍ଥୀପତ୍ର ଦାଖଲ ଶେଷ, ଶେଷ ଦିନରେ ୨୪୪୧ ଜଣ ୱାର୍ଡମେମ୍ବର ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ
author img

By

Published : Jan 22, 2022, 10:26 AM IST

Updated : Jan 22, 2022, 11:09 AM IST

କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଏହା ଶେଷ ହୋଇଛି । ଶେଷ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ପଞ୍ଚାୟତ, ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀ ମାନଙ୍କର ବେଶ୍‌ ଭିଡ଼ ଜମି ଥିଲା । ୱାର୍ଡ ମେମ୍ବରଠୁ ନେଇ ସରପଞ୍ଚ ସମିତି ଓ ଜିଲ୍ଲା ପରିଷଦ ପଦାବୀ ପାଇଁ ହଜାରହଜାର ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

Kendrapara Panchayat Polls: ଶେଷ ଦିନରେ ୨୪୪୧ ଜଣ ୱାର୍ଡମେମ୍ବର ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ

ପ୍ରାର୍ଥୀମାନେ ନିଜ ନିଜର ସମର୍ଥକଙ୍କୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ସର୍ବାଧିକ ୮୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ଜିଲ୍ଲାର ୯ଟି ବ୍ଳକରୁ ରେକର୍ଡ ସଂଖ୍ୟକ ୨୪୪୧ ଜଣ ୱାର୍ଡମେମ୍ବର, ୪୬୧ ଜଣ ସରପଞ୍ଚ,୩୬୮ଜଣ ସମିତିସଭ୍ୟ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାର୍ଥୀପତ୍ର ଦାଖଲ ଶେଷ, ଶେଷ ଦିନରେ ୨୪୪୧ ଜଣ ୱାର୍ଡମେମ୍ବର ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ
ପ୍ରାର୍ଥୀପତ୍ର ଦାଖଲ ଶେଷ, ଶେଷ ଦିନରେ ୨୪୪୧ ଜଣ ୱାର୍ଡମେମ୍ବର ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ

ସୋମବାରରୁ ଆରମ୍ଭ ହୋଇଥିବା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ବ ନାମାଙ୍କନ ପତ୍ର ଦାଖଲ ଶୁକ୍ରବାର ଶେଷ ହୋଇଥିବା ବେଳେ ଜିଲ୍ଲାରେ ଥିବା ମୋଟ ୩୬୯୮ ୱାର୍ଡମେମ୍ବର ଆସନ ପାଇଁ ୮୧୬୬ଜଣ, ୨୪ ୯ ସରପଞ୍ଚ ଆସନ ପାଇଁ ୧୨୮୫ଜଣ, ୨୪୯ଟି ସମିତିସଭ୍ୟ ଆସନ ପାଇଁ ୯୯୪ଜଣ ଓ ୩୨ଟି ଜିଲ୍ଲା ପରିଷଦ ଜୋନ ଆସନ ପାଇଁ ମୋଟ ୧୪୨ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥର ପ୍ରାର୍ଥୀମାନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି ।

ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ହୋଇଥିବା ନାମାଙ୍କନ ପତ୍ର ଦାଖଲ...
-ସୋମବାର: ୬୮୪ ୱାର୍ଡସଭ୍ୟ, ୮୩ସରପଞ୍ଚ, ୩୯ସମିତିସଭ୍ୟ, ୪ଜିଲ୍ଲା ପରିଷଦ ସଭ୍ୟ
-ମଙ୍ଗଳବାର: ୬୭୯ୱାର୍ଡସଭ୍ୟ, ୭୭ ସରପଞ୍ଚ, ୩୫ସମିତିସଭ୍ୟ, ୧ଜିଲ୍ଲା ପରିଷଦ
-ବୁଧବାର: ୨୪୫୪ୱାର୍ଡସଭ୍ୟ, ୩୮୨ ସରପଞ୍ଚ, ୩୧୦ସମିତିସଭ୍ୟ, ୧୯ଜଣ ଜିଲ୍ଲା ପରିଷଦ
-ଗୁରୁବାର: ୧୯୦୮ୱାର୍ଡସଭ୍ୟ, ୨୮୨ସରପଞ୍ଚ, ୨୪୨ସମିତିସଭ୍ୟ, ୨୯ଜଣ ଜିଲ୍ଲା ପରିଷଦ

-ଶୁକ୍ରବାର ସର୍ବାଧିକ: ୨୪୪୧ୱାର୍ଡସଭ୍ୟ, ୪୬୧ ସରପଞ୍ଚ, ୩୬୮ସମିତିସଭ୍ୟ ଓ ୮୯ଜଣ ଜିଲ୍ଲା ପରିଷଦ ସଭ୍ୟ

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jan 22, 2022, 11:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.