ETV Bharat / state

ସମବାୟ ସଭାପତି ନିର୍ବାଚନରେ ପକ୍ଷପାତିତା ଅଭିଯୋଗ, ସାନି ନିର୍ବାଚନ ଦାବି - କେନ୍ଦ୍ରାପଡା ସମବାୟ ସମିତି ନିର୍ବାଚନ ସମସ୍ୟା

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଧନିଆପଡା, ନୂଆଗାଁ ସମବାୟ ସମିତି ନିର୍ବାଚନରେ ବ୍ଯାପକ ଅନିୟମିତତା ଅଭିଯୋଗ । ଅଧିକ ପଢନ୍ତୁ

ସମବାୟ ସଭାପତି ନିର୍ବାଚନରେ ପକ୍ଷପାତିତା ଅଭିଯୋଗ, ସାନି ନିର୍ବାଚନ ପାଇଁ ଦାବି

author img

By

Published : Jun 30, 2022, 8:19 PM IST

କେନ୍ଦ୍ରାପଡା: ସମବାୟ ସମିତି ନିର୍ବାଚନରେ ବ୍ଯାପକ ଅନିୟମିତତା ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଧନିଆପଡା, ନୂଆଗାଁ ସମବାୟ ସମିତି ନିର୍ବାଚନରେ ବ୍ଯାପକ ଅନିୟମିତତା ଅଭିଯୋଗ ହୋଇଛି । ଏହି ସମବାୟ ସମିତିରେ ୧୧ ଜଣ ନିର୍ଦ୍ଦେଶକ ଜିତିବା ପରେ ସେମାନଙ୍କ ମଧ୍ୟରୁ ସଭାପତି ଚୟନ ପାଇଁ ନିର୍ବାଚନ କରାଯିବା ପାଇଁ ପ୍ରସ୍ତୁତି ହୋଇଥିଲା ।

ସମବାୟ ସଭାପତି ନିର୍ବାଚନରେ ପକ୍ଷପାତିତା ଅଭିଯୋଗ, ସାନି ନିର୍ବାଚନ ପାଇଁ ଦାବି

ନିର୍ବାଚନ ଅଧିକାରୀ ଭାବେ ମହାକାଳପଡ଼ା ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭସ୍ମିତା ପରିଜାଙ୍କୁ ଦାୟିତ୍ଵ ଦିଆଯାଇଥିଲା । ତାଙ୍କୁ ସହଯୋଗ କରିବା ପାଇଁ ପଞ୍ଚାୟତ ସମ୍ପାଦକ ନାରାୟଣ ଅଧିକାରୀ ଏବଂ ପୋଲିସ କର୍ମଚାରୀ ମଧ୍ୟ ଥିଲେ । ମାତ୍ର ଏକତରଫା ଭାବେ ଜଣଙ୍କ ଠାରୁ ସଭାପତି ପଦ ପାଇଁ ମନୋନୟନ ପତ୍ର ଗ୍ରହଣ କରାଯାଇଥିଲା । ଅନ୍ୟ ଜଣଙ୍କ ଠାରୁ ନିର୍ବାଚନ ଅଧିକାରୀ ବିଳମ୍ବ ହୋଇଥିବା ଦର୍ଶାଇ ମନୋନୟନ ପତ୍ର ଗ୍ରହଣ କରିନଥିଲେ ।

ଫଳରେ ଉତ୍ତେଜନା ଦେଖାଦେଇଛି । ନିର୍ବାଚନ ଅଧିକାରୀ ଅସୁସ୍ଥ ଥିବା ଦର୍ଶାଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ସେପଟେ ପୁନର୍ବାର ନିର୍ବାଚନ ପାଇଁ ନିର୍ଦ୍ଦେଶକମାନେ ଅଡି ବସିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.