ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡିଲେନି, ନବୀନଙ୍କ ଭଣଜା କହି ଚାକିରି ବାଣ୍ଟୁଥିଲା ଠକ - ଭିକେ ପାଣ୍ଡିଆନଙ୍କ ଜାଲ ଦସ୍ତଖତ ଦେଖାଇ ଠକେଇ

କେନ୍ଦ୍ରାପଡାରେ ଚାକିରି ଦେବା ନାଁରେ ଟଙ୍କା ଠକେଇ । ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଭଣଜା ପରିଚୟ ଦେଇ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଜାଲ ଦସ୍ତଖତ ଦେଖାଇ ଏକ ଲକ୍ଷ ଲୁଟି ନେଲା ଠକ । ଅଧିକ ପଢନ୍ତୁ

ଖ୍ୟମନ୍ତ୍ରୀଙ୍କ ଭଣଜା କହି 5T ସଚିବଙ୍କ ଜାଲ ସ୍ୱାକ୍ଷରରେ ୧ ଲକ୍ଷ ଠକେଇ
ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡିଲେନି, ନବୀନଙ୍କ ଭଣଜା କହି ଚାକିରି ବାଣ୍ଟୁଥିଲା ଠକ
author img

By

Published : Jul 16, 2022, 12:41 PM IST

Updated : Jul 16, 2022, 6:52 PM IST

କେନ୍ଦ୍ରାପଡା: ‘ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଣଜା, ମୁଁ ଆପଣଙ୍କ ପିଲାଙ୍କ ଚାକିରି କରାଇଦେବି, ମୋତେ ଟଙ୍କା ଦିଅନ୍ତୁ ମୁଁ ଚାକିରି ଦେବି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’ ଏମିତି ମିଛ କହି ନିଯୁକ୍ତି ପତ୍ରରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଜାଲ ଦସ୍ତଖତ କରି ଚାକିରି ଦେବ କହି ଟଙ୍କା ଠକିନେଲା ଠକ । ଏଭଳି ଅଭିଯୋଗ ଆସିଛି ପାଟକୁରା ଥାନା ଅନ୍ତର୍ଗତ ତଳକୁସୁମା ଗ୍ରାମରୁ । ଠକାମିର ଶିକାର ହୋଇଛନ୍ତି ଗୋଟିଏ ପରିବାର ତିନି ଭାଇ ଭଉଣୀ ।

ଖ୍ୟମନ୍ତ୍ରୀଙ୍କ ଭଣଜା କହି 5T ସଚିବଙ୍କ ଜାଲ ସ୍ୱାକ୍ଷରରେ ୧ ଲକ୍ଷ ଠକେଇ
ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡିଲେନି, ନବୀନଙ୍କ ଭଣଜା କହି ଚାକିରି ବାଣ୍ଟୁଥିଲା ଠକ

ଚାକିରି ଦେବା ଆଳରେ ପ୍ରଥମେ ପରିବାର ସହ ସମ୍ପର୍କ ଯୋଡିବା ପରେ ପିଲାଙ୍କ ଚାକିରି କରାଇଦେବା କହି ମାଆଙ୍କୁ ପ୍ରଲୋଭନ ଦେଖାଇଥିଲା ଠକ ମହେଶ୍ୱର ପ୍ରଧାନ । ପାର୍ବତୀ ବେହେରାଙ୍କ ଝିଅ ସ୍ମୁତିମୟୀ ବେହେରା ଦୁଇପୁଅ ରଶ୍ମିରଞ୍ଜନ ବେହେରା ଏବଂ ସତ୍ୟରଞ୍ଜନ ବେହେରାଙ୍କ ଚାକିରି ଦେବା ପାଇଁ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ମହେଶ୍ୱର ପ୍ରଧାନ ନାମକ ଯୁବକ ପ୍ରତିଶୃତି ଦେଇଥିଲା । ପ୍ରତିଶୃତି ପରେ ଚାକିରି ଦେବା ପାଇଁ ଗତ ଫେବୃଆରୀ ମାସରେ ତିନି ଲକ୍ଷ ଟଙ୍କା ମଧ୍ୟ ମାଗିଥିଲା । ଏକକାଳୀନ ତିନିଲକ୍ଷ ଟଙ୍କା ଦେବାପାଇଁ ସମ୍ବଳ ନଥିବାରୁ ଏକ ଲକ୍ଷ ଟଙ୍କା ଦେଇଥିଲେ ପାର୍ବତୀ । କିନ୍ତୁ ଟଙ୍କା ନେବା ପରେ ବିଭିନ୍ନ ବାହାନା କରି ଚାକିରି ଦେବା ପାଇଁ ସମୟ ଗଡ଼ାଇଥିଲା ଠକ ମହେଶ୍ୱର ପ୍ରଧାନ ।

ପରେ ରଶ୍ମିରଞ୍ଜନ ଓ ସ୍ମୁତିମୟୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଡାକ ଯୋଗେ ପଠା ଯାଇଥିଲା ଯେଉଁଥିରେ 5T ସଚିବଙ୍କ ମଧ୍ୟ ଦସ୍ତଖତ ଥିଲା । ପୁରୀ ଓ ଭଦ୍ରକରେ ପିଲାଙ୍କ ପୋଷ୍ଟିଙ୍ଗ ହେବ ବୋଲି କହିଥିଲା ମହେଶ୍ୱର । ତେବେ ବିଗତ ମାସେ ହେବ ମହେଶ୍ୱର ଫୋନ ସ୍ୱିଚ ଅଫ କରି ଦେଇଥିବାରୁ ପରିବାର ଲୋକେ ଭଦ୍ରକ ବାସୁଦେବପୁର ଓ ପୁରୀରୁ ଚିଠି ଆସିଥିବା ସରକାରୀ କାର୍ଯ୍ୟାଳୟରେ ଯାଇ ଏ ବିଷୟରେ ବୁଝିଥିଲେ । କିନ୍ତୁ ନିଯୁକ୍ତି ପତ୍ର ଦେଖି କାର୍ଯ୍ୟାଳୟରେ ସମସ୍ତେ ହଡବଡେଇ ଯାଇଥିଲେ ।

ଏହାପରେ ଠକାମୀର ଶିକାର ହୋଇଥିବା ଜାଣିପାରି ଦୁଇ ଦିନ ତଳେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ ପାର୍ବତୀ । ଅଭିଯୋଗକୁ ଗୁରୁତର ଭାବେ ନେଇ ପାଟକୁରା ଥାନା ଅଧିକାରୀ ଏକ ମାମଲା ରୁଜୁ କରିଛନ୍ତି ।

Last Updated : Jul 16, 2022, 6:52 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.