ETV Bharat / state

ଇଟିଭି ଭାରତରେ ଖବର ପ୍ରସାରଣ ପରେ ନିଲମ୍ବିତ ହେଲେ ଲାଞ୍ଚୁଆ RI - ରାଜସ୍ୱ ନିରୀକ୍ଷକ ପାଲୁରାମ କିସ୍କୋ

ଇଟିଭି ଭାରତରେ ଖବର ପ୍ରସାରଣ ପରେ ନିଲମ୍ବିତ ହେଲେ ମହାକାଳପଡ଼ା ତହସିଲ ରାଜସ୍ୱ ନିରୀକ୍ଷକ ପାଲୁରାମ କିସ୍କୋ । ଅଧିକ ପଢନ୍ତୁ

ଇଟିଭି ଭାରତର ପ୍ରଭାବ,  ନିଲମ୍ବିତ ହେଲେ ଲାଞ୍ଚୁଆ RI

author img

By

Published : Nov 19, 2021, 9:00 AM IST

କେନ୍ଦ୍ରାପଡ଼ା: ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣ ପରେ ନିଲମ୍ବିତ ହେଲେ ମହାକାଳପଡ଼ା ତହସିଲ ରାଜସ୍ୱ ନିରୀକ୍ଷକ ପାଲୁରାମ କିସ୍କୋ । ସୂଚନା ଅନୁଯାୟୀ ରାଜସ୍ୱ ନିରୀକ୍ଷକ ଜଣଙ୍କ ଅଳାଇଲୋ ରାଜସ୍ବ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଜମିର ଭ୍ୟାଲୁଏସନ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ଆମ ଚ୍ୟାନେଲରେ ଖବର ପ୍ରସାରଣ ହୋଇଥିଲା । ତେବେ ଖବର ବାଜିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ତ୍ୱରିତ ପଦକ୍ଷେପ ସ୍ୱରୂପ ରାଜସ୍ୱ ନିରୀକ୍ଷକ ପାଲୁରାମ କିସ୍କୋଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି ।

ଇଟିଭି ଭାରତର ପ୍ରଭାବ,  ନିଲମ୍ବିତ ହେଲେ ଲାଞ୍ଚୁଆ RI
ଇଟିଭି ଭାରତର ପ୍ରଭାବ, ନିଲମ୍ବିତ ହେଲେ ଲାଞ୍ଚୁଆ RI

ଏଥି ସହ ତାଙ୍କୁ ନିର୍ଦ୍ଦେଶାନାମା ଜାରି ହେବା ମାତ୍ରେ କେନ୍ଦ୍ରାପଡ଼ା ତହସିଲରେ ଯୋଗ ଦେବା ସହ କୌଣସି ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ା ତହସିଲ ଛାଡିବା ଉପରେ ନିଷେଧାଦେଶ ଜାରି କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ଜନସାଧାରଣ ସ୍ୱାଗତ ଜଣାଇବା ସହ ଏଭଳି ଠୋସ ପଦକ୍ଷେପ ନିଆ ଗଲେ ଅସାଧୁ କର୍ମଚାରୀମାନେ ଲାଞ୍ଚ ନେବାପାଇଁ ଭୟ କରିବେ ବୋଲି କହିଛନ୍ତି ବୁଦ୍ଧିଜୀବି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.