ETV Bharat / state

କୋଭିଡ ମାଡରେ ବେହାଲ ମୂର୍ତ୍ତି, ସାଜ କାରିଗର - କୋରୋନା କୋପରେ ମୂର୍ତ୍ତି କାରିଗର

ଆସିଛି ପାର୍ବଣ, ହେଲେ ଆଉ ନାହିଁ ସେ ସାଜ ସଜା । ସବୁଠି ଖାଁ ଖାଁ, ନା ଶୁଭୁଛି ମନ୍ତ୍ର ଉଚ୍ଚାରଣ ନା ଦେଖିବାକୁ ମିଳୁଛି ତୋରଣ । ସେପଟେ ମଧ୍ୟ ହାତ ବାନ୍ଧି ବସିଛନ୍ତି ମୂର୍ତ୍ତି କାରିଗରଙ୍କ ଠାରୁ ଆରମ୍ଭ କରି ତୋରଣ କାରିଗର । ଅଧିକ ପଢନ୍ତୁ...

କୋଭିଡ ମାଡରେ ବେହାଲ ମୂର୍ତ୍ତି ଓ ସାଜ କାରିଗର
କୋଭିଡ ମାଡରେ ବେହାଲ ମୂର୍ତ୍ତି ଓ ସାଜ କାରିଗର
author img

By

Published : Oct 6, 2021, 3:54 PM IST

କେନ୍ଦ୍ରାପଡା: ପୀଠଗୁଡିକରେ ଆରମ୍ଭ ହୋଇଗଲାଣି ସିଂହବାହିନୀ ମା' ଦୂର୍ଗାଙ୍କ ଷୋଡଶ ଉପଚାର ପୂଜା । ପ୍ରତ୍ୟେକ ବର୍ଷ ବିଭିନ୍ନ ପୂଜା କମିଟିଗୁଡିକ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଷଷ୍ଠୀରୁ ବେଲ ବରଣୀ କରି ପୂଜା କରି ଆସୁଥିବା ବେଳେ ଦେବୀଙ୍କର ଏହି ପୂଜା ପାଇଁ ଚଞ୍ଚଳ ହୋଇ ଉଠୁଥିଲା କେନ୍ଦ୍ରାପଡ଼ା ଇନ୍ଦୁପୁର ଗାଁ ଓ ବଜାର । ହେଲେ ଗତ ୨ ବର୍ଷ ଧରି ପାର୍ବଣରେ କୋରୋନା କୋପ ଦେଖିବାକୁ ମିଳୁଛି । ନା ଶୁଭୁଛି ମନ୍ତ୍ର ଉଚ୍ଚାରଣ ନା ଦେଖିବାକୁ ମିଳୁଛି ତୋରଣ । ସେପଟେ ମଧ୍ୟ ହାତ ବାନ୍ଧି ବସିଛନ୍ତି ମୂର୍ତ୍ତି କାରିଗରଙ୍କ ଠାରୁ ଆରମ୍ଭ କରି ତୋରଣ କାରିଗର ।

କୋଭିଡ ମାଡରେ ବେହାଲ ମୂର୍ତ୍ତି ଓ ସାଜ କାରିଗର

ପ୍ରତିବର୍ଷ କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁରରେ ଦେବୀ ଦୁର୍ଗା ପୂଜା କମିଟି ସମେତ ବିଭିନ୍ନ କମିଟିରେ ଅନ୍ୟୁନ୍ୟ ୪୦ଟି ମେଢ ପୂଜା ପାଇ ଆସୁଥିଲା । ଏଥିପାଇଁ କମିଟିଗୁଡିକ ମୂର୍ତ୍ତୀ ନିର୍ମାଣ, ସାଜ ଓ ଡେକୋରେସନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ । ଗତ ଦୁଇ ବର୍ଷ ହେବ କୋଭିଡ ମହାମାରୀ ଜନିତ ସଂକ୍ରମଣକୁ ଦୃଷ୍ଟିରେ ରଖି ମୂର୍ତ୍ତିଗୁଡିକର ଉଚ୍ଚତା ୪ଫୁଟ ମଧ୍ୟରେ ସୀମିତ ରହିଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ନିଷେଧ ନିୟମ ଆଉ ପୂଜାକୁ କରିପାରୁନାହିଁ ଆକର୍ଷଣୀୟ । କେବଳ ବିଧିବ୍ୟବସ୍ଥା ଅନୁଯାୟୀ ମୂର୍ତ୍ତି ପୂଜା ପାଉଥିବା ସ୍ଥାନର ତିନି ପାର୍ଶ୍ୱକୁ ଆବଦ୍ଧ କରାଯାଉଛି ।

ଗୋଟିଏ ପାର୍ଶ୍ୱକୁ କପଡ଼ାରେ ଢାଙ୍କି ରଖାଯାଉଛି । ଏଭଳି ପରିସ୍ଥିତିରେ ପୂଜା କମିଟିଗୁଡିକ ଟଙ୍କା ଖର୍ଚ୍ଚ କରି ମୂର୍ତ୍ତି କରିବାକୁ ମନ ବଳାଉନାହାନ୍ତି । ଫଳରେ ହାତ ବାନ୍ଧି ବସିରହିଛି ଶିଳ୍ପୀ ।ଛୋଟଛୋଟ ମୂର୍ତ୍ତି ପାଇଁ ବହୁତ କମ ପାରିଶ୍ରମିକ ମିଳୁଥିବାରୁ ମୂର୍ତ୍ତି ନିର୍ମାଣରେ କାରିଗରଙ୍କ ସଂଖ୍ୟା ମଧ୍ୟ କମିଯାଇଛି । ଫଳରେ ନିଜର ଗୁଜୁରାଣ ମେଣ୍ଟାଇବାକୁ ମଧ୍ୟ ଅସମର୍ଥ କାରିଗର । ଏପରିସ୍ଥିତିରେ ଗୁଜୁରାଣ ମେଣ୍ଟାଇବା ମଧ୍ୟ କାଠିକର ପାଠ ହୋଇଯାଇଛି ଏହି କାରିଗରମାନଙ୍କ ପାଇଁ ।

ସେହିଭଳି ମା'ଙ୍କ ପୂଜାରେ ଆକର୍ଷଣୀୟ ତୋରଣ ତଥା ସାଜ ତିଆରି କରୁଥିବା କାରିଗର ମଧ୍ୟ ଏବେ ବେହାଲ ଅବସ୍ଥାରେ । ମୂର୍ତ୍ତି ଛୋଟ ସାଙ୍ଗକୁ ବାଜାବାଣ ଓ ତୋରଣ ପାଇଁ ନିଷେଧାଦେଶ ଥିବାବେଳେ ସାଜ ପାଇଁ ପୂଜା କମିଟିଗୁଡିକ ଆଉ ମନ ବଳାଉନଥିବା କହିଛନ୍ତି ଜଣେ ସାଜ କାରିଗର । କୌଳିକ ବୃତ୍ତି ଭାବେ ଏହି ସାଜ ତିଆରିରେ ନିମଗ୍ନ କାରିଗର ପରିବାର ଗତ ଦୁଇବର୍ଷ ଧରି କୋଭିଡ ଯୋଗୁଁ ଯନ୍ତ୍ରଣା ଜର୍ଜରିତ । ଅପରପକ୍ଷରେ ପରିବାରର ଛୁଆ ଠୁ ବୁଢା ଏହି କାମରେ ମାତିଥିବା ବେଳେ ଚାହିଦା ନଥିବାରୁ ଏଗୁଡିକର ବିକ୍ରି କିପରି ହେବ ସେନେଇ ଚିନ୍ତାରେ କାରିଗର ।

ତେବେ ଗତବର୍ଷ ମାର୍ଚ୍ଚ ମାସରୁ କୋରୋନା ସମଗ୍ର ମାନବ ସମାଜକୁ ଏକ ପ୍ରକାର ବନ୍ଦୀ କରିଦେଇଛି । ଆଗକୁ କିପରି ଏ ମହାମାରୀର ବିନାଶ ଘଟିବ ଏବଂ ପୁଣି ସାଧାରଣ ଜୀବନ ଯାପନ ଆରମ୍ଭ ହେବ ସେନେଇ ମା'ଙ୍କ ନିକଟରେ ଗୁହାରୀ କରିଛି ଭକ୍ତ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.