ETV Bharat / state

କେନ୍ଦ୍ରାପଡାରେ ଗଣପତିଙ୍କ ଭସାଣି ଶୋଭାଯାତ୍ରା, ୨୫ ମେଢ଼ ସାମିଲ - ଭସାଣି ଶୋଭାଯାତ୍ରା

କେନ୍ଦ୍ରାପଡ଼ା ସହରରେ ଚାଲିଛି ଗଣପତିଙ୍କ ଭସାଣି ଶୋଭାଯାତ୍ରା । ସାମିଲ ହୋଇଛନ୍ତି ୨୫ଟି ମେଢ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ଗଣପତିଙ୍କ ଭସାଣି ଶୋଭାଯାତ୍ରା, ୨୫ ମେଢ଼ ସାମିଲ

author img

By

Published : Sep 5, 2022, 8:06 PM IST

କେନ୍ଦ୍ରାପଡ଼ା: ବିଘ୍ନ ବିନାଶକଙ୍କ ଭସାଣି ଉତ୍ସବ ପାଇଁ ଚଳଚଞ୍ଚଳ ହୋଇଉଠିଛି କେନ୍ଦ୍ରାପଡ଼ା ସହର । ଗତ ବୁଧବାର ଠାରୁ ୬ଦିନ ଧରି ସହରର ୨୫ଟି ମଣ୍ଡପରେ ପୂଜା ପାଉଥିବା ଗଣପତି ବପ୍ପାଙ୍କ ଭସାଣି ଉତ୍ସବ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି । ଏହି ଭସାଣି ଉତ୍ସବରେ ୨୫ଟି ମେଢ ସାମିଲ ହୋଇଛନ୍ତି ।

କେନ୍ଦ୍ରାପଡାରେ ଗଣପତିଙ୍କ ଭସାଣି ଶୋଭାଯାତ୍ରା, ୨୫ ମେଢ଼ ସାମିଲ

ସହରର ସମସ୍ତ ମେଢ଼ ଅପରାହ୍ନ ୫ଘଟିକା ସୁଦ୍ଧା ପୁରୁଣା ବସଷ୍ଟାଣ୍ଡର ମେଳଣ ପଡ଼ିଆରେ ପହଞ୍ଚିଥିଲେ । ଏହାପରେ ମେଳଣ ପଡ଼ିଆରରୁ ୧୧ଟି ମେଢ଼ ନୂଆ ବସଷ୍ଟାଣ୍ଡ ଅଭିମୁଖେ ଓ ୧୪ଟି ମେଢ଼ କେଶପୁର ଅଭିମୁଖେ ବିସର୍ଜନ ଘାଟ ଅଭିମୁଖେ ବାହାରିଥିଲେ । କେଉଁ ମେଢ଼ କେଉଁଠି ବିସର୍ଜନ କରାଯିବ ସେନେଇ ଆଗରୁ ସ୍ଥିର ହୋଇଥିଲା । ଏହି ଭସାଣି କାର୍ଯ୍ୟକ୍ରମ ରାତି ୧୦ଟା ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିବାରୁ ଗଣେଶ ପୂଜା ସମନ୍ବୟ ସମିତିର ସଭାପତି ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କୁ ଦିଆଯାଇଥିବା ସମୟ ମଧ୍ୟରେ ଭସାଣି କାର୍ଯ୍ୟକ୍ରମ ଶେଷ କରିବାକୁ ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ- କେନ୍ଦ୍ରାପଡାରେ ଷଷ୍ଠ ଦିନରେ ପଞ୍ଚିଲା ଓସାର ଧାରଣା, ନିଦା ବିଷ୍ଣୁ ସାଜିଛି ପ୍ରଶାସନ

ଏହି ଭସାଣି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୬ ପ୍ଲାଟୁନ ପୋଲିସ ଫୋର୍ସ, ୧୦ଜଣ ଇନସ୍‌ପେକ୍ଟର, ଜଣେ ଏଏସ୍‌ପି, ୨ଜଣ ଡ଼ିଏସ୍‌ପି ଓ ନିଜେ ଆରକ୍ଷୀ ଅଧୀକ୍ଷକ ଭସାଣି ଉତ୍ସବରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ଭସାଣି ଶୋଭାଯାତ୍ରାରେ ଜିଲ୍ଲା ତଥା ରାଜ୍ୟର ବହୁ ନାମିଦାମୀ ବାଦ୍ୟଯନ୍ତ୍ର ପାର୍ଟି ଯୋଗ ଦେଇଛନ୍ତି । ତେବେ ଭସାଣି ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ପାର୍ଟି ସେମାନଙ୍କର ଜଲୱା ଦେଖାଉଛନ୍ତି ।

ଦୀର୍ଘ ଦୁଇବର୍ଷ ପରେ କୋଭିଡ କଟକଣା ବିନା ଭସାଣି ମେଲଣ ହେଉଥିବାରୁ ଖୁସିବ୍ୟକ୍ତ କରିଛନ୍ତି ସହରବାସୀ । କୋରୋନା ମହାମାରୀ ସମୟରେ ଭିଡ଼କୁ ବାରଣ ଥିବାରୁ ଭସାଣି ଉତ୍ସବରେ ଭକ୍ତମାନେ ସାମିଲ ହୋଇପାରୁନଥିଲେ । ଏହା ସହିତ ନିରାଡମ୍ବରରେ ଭସାଣି ଯାତ୍ରା ହେଉଥିଲା । ମାତ୍ର ଚଳିତ ବର୍ଷ ବିନା କଟକଣାରେ ପୂଜା ସାଙ୍ଗକୁ ଭସାଣି ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି ।

ଏ ନେଇ ସମନ୍ବୟ ସମିତି ସଭାପତି ଭାବଗ୍ରାହୀ ସିଂହ କହିଛନ୍ତି, "କେନ୍ଦ୍ରାପଡ଼ା ସହରରେ ଦୀର୍ଘ ୨୫ ବର୍ଷ ଧରି ଏହି ଭସାଣି ଉତ୍ସବ ପାଳିତ ହୋଇଯାଉଛି । ସହରରେ ମେଢ ସଂଖ୍ୟା ବଢିବା ପରେ ଗୋଟିଏ ଦିନରେ ଭସାଣି କରିବାକୁ ସ୍ଥିର କରାଯାଇଥିଲା । ଆଜି ପାଗ ଭଲ ଥିବାରୁ ସୁରୁଖୁରୁରେ ଭସାଣି ଉତ୍ସବ ଚାଲିଛି । "

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.