ETV Bharat / state

ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ, ମାଆ-ପୁଅ ଗୁରୁତର

ଘରେ ପଶି ମହିଳା ଓ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ମାଆ-ପୁଅଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର । ଅଧିକ ପଢନ୍ତୁ

ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ, ଗୁରୁତର ଅବସ୍ଥାରେ ମାଆ-ପୁଅ ଡାକ୍ତରଖାନାରେ ଭର୍ତ୍ତି

author img

By

Published : Jul 31, 2022, 10:50 AM IST

କେନ୍ଦ୍ରାପଡା: ଘରେ ପଶି ମହିଳା ଓ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ । ମାଆ ଓ ପୁଅ ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ସେଠାରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର । ଏପରି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସାମୁଦ୍ରିକ ଥାନା ତନ୍ତିଆପାଳ ଅଧିନ ରାଙ୍କୀ ଗ୍ରାମରେ ।

ସୂଚନା ଅନୁଯାୟୀ ଗୋଆରେ କାମ କରୁଥିବା ଦେବାଶିଷ ନାୟକ ଗତ ୨୮ ତାରିଖରେ ଘରକୁ ଆସିଥିଲେ । ଦେବାଶିଷ ଘରୋଇ କାର୍ଯ୍ୟ ପାଇଁ ଟଙ୍କା ଆଣିଥିଲେ । କୌଣସି ସୂତ୍ରରୁ ଖବର ପାଇ ଦୁର୍ବୃତ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ ଅଚାନକ ଦେବାଶିଷ ଏବଂ ତାଙ୍କ ମାଆଙ୍କୁ ଆକ୍ରମଣ କରି ଏକ ଲକ୍ଷରୁ ଅଧିକ ଟଙ୍କା ସହିତ ସୁନା ଚେନ, ମୁଦି ତିନୋଟି କାନଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ମାଆ-ପୁଅ ଗୁରୁତର ଥିବାରୁ ଥାନାରେ ଲିଖିତ ଅଭିଯୋଗ କରାଯାଇନାହିଁ । ସେପଟେ ଗ୍ରାମବାସୀ ତନ୍ତିଆପାଳ ଥାନାରେ ଚୋରି ନେଇ ଫୋନ ଯୋଗେ ମୌଖିକ ଭାବେ ଜଣାଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.