ETV Bharat / state

ରୋଜଗାର ଛଡାଇଲା ଲକଡାଉନ, ରାହା ଦେଖାଇଲା ଫାଇନ ଆର୍ଟ

author img

By

Published : Oct 9, 2020, 4:39 PM IST

ଅଭାବ ଅସୁବିଧା ହିଁ ଉଦ୍ଭାବନର ଜନନୀ । କୋରୋନା ମହାମାରୀ ସମୟରେ ଏହି ଉକ୍ତି ନିଜ ଯଥାର୍ଥତା ପ୍ରତିପାଦନ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଧନିଆପଡା ଗ୍ରାମର ଯଶୋବନ୍ତ ବେହେରା ଏହାକୁ ଦେଇଛନ୍ତି ସଫଳତାର ରୂପ ।

kendrapara latest news, jasobanta behera of kendrapara, from marketing manager to bamboo artist, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡାର ଯଶୋବନ୍ତ ବେହେରା, ମାର୍କେଟିଂ ମ୍ୟାନେଜରରୁ ବାଉଁଶ କାରିଗର
ରୋଜଗାର ଛଡାଇଲା ଲକଡାଉନ, ରାହା ଦେଖାଇଲା ଫାଇନ ଆର୍ଟ

କେନ୍ଦ୍ରାପଡା: ଅଭାବ ଅସୁବିଧା ହିଁ ଉଦ୍ଭାବନର ଜନନୀ । କୋରୋନା ମହାମାରୀ ସମୟରେ ଏହି ଉକ୍ତି ନିଜ ଯଥାର୍ଥତା ପ୍ରତିପାଦନ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଧନିଆପଡା ଗ୍ରାମର ଯଶୋବନ୍ତ ବେହେରା ଏହାକୁ ଦେଇଛନ୍ତି ସଫଳତାର ରୂପ । ପେଶାରେ ଜଣେ ମାର୍କେଟିଂ ମ୍ୟାନେଜର ଥିବା 48 ବର୍ଷୀୟ ଯଶୋବନ୍ତ ଲକଡାଉନ ଓ ସଟଡାଉନରେ ରୋଜଗାର ହରାଇଥିବା ବେଳେ ଆତ୍ମନିର୍ଭରଶୀଳ ହେବା ପାଇଁ ସେ ପାଲଟିଯାଇଛନ୍ତି ଜଣେ ବାଉଁଶ କାରିଗର ।

ଘରେ ଥିବା ବାଉଁଶ ବୁଦାରୁ ବାଉଁଶ ଆଣି ସେ ପ୍ରଥମେ ଏକ ସିଢି ନିର୍ମାଣ କରିଥିଲେ । ଆଉ ସେହି ସିଢିରେ ଏବେ ସେ ଚଢିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ । ପାଠ ପଢୁଥିବା ସମୟରେ ଏକ ଘରୋଇ ଅନୁଷ୍ଠାନରୁ ଫାଇନ ଆର୍ଟର ଶିକ୍ଷା ଗ୍ରହଣ କରିଥିଲେ ଯଶୋବନ୍ତ । ପରେ ତାଙ୍କର ଏହି ଶିକ୍ଷାକୁ ମାର୍ଜିତ କରିଥିଲେ ବଢେଇ କାର୍ଯ୍ୟ କରୁଥିବା ତାଙ୍କ ପିତା । କିଛି ଭିନ୍ନ ଲକ୍ଷ୍ୟ ଥିବାରୁ ପରବର୍ତ୍ତୀ ସମୟରେ ସେ ଜଣେ ମାର୍କେଟିଂ ମ୍ୟାନେଜର ଭାବେ ଅବସ୍ଥାପିତ ହୋଇଥିଲେ ।

ହେଲେ ଭାଗ୍ୟର ଗତି ବା କିଏ ବଦଳାଇପାରେ । ଦିନେ କୌତୁହଳ ପାଇଁ ଶିଖିଥିବା କଳା ଯେ ଦିନେ ତାଙ୍କୁ ଅସୁବିଧା ସମୟରେ ଆତ୍ମନିର୍ଭରଶୀଳ କରାଇବାରେ ସାହାଯ୍ୟ କରିବ ତାହା କେବେ କଳ୍ପନା କରିନଥିଲେ ଯଶୋବନ୍ତ । ଏବେ ତାଙ୍କ ହାତ ତିଆରି ବାଉଁଶର କପ୍‌, ପେନ ଷ୍ଚାଣ୍ଡ, ଲାଇଟ ଷ୍ଟାଣ୍ଡ ଆଦିର ଚାହିଦା ଅଧିକ ଥିବା ବେଳେ ଯଦି ଟିକେ ସରକାରୀ ସାହାଯ୍ୟ ମିଳନ୍ତା ତାହେଲେ ରୋଜଗାରର ରାସ୍ତା ଆଉ ଟିକେ ପ୍ରଶସ୍ତ ହୋଇପାରନ୍ତା ବୋଲି କହିଛନ୍ତି ପତ୍ନୀ ତୁଷାରିକା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.