ETV Bharat / state

ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛି ଚନ୍ଦନ, ଚିକିତ୍ସା ପାଇଁ ଲୋଡା ସହାୟତା - ଚନ୍ଦନ ଚିକିତ୍ସା ପାଇଁ ଲୋଡା ସହାୟତା

ହସଖୁସିର ସଂସାର ଉପରକୁ ଘୋଟି ଆସିଛି ଦୁଃଖର କଳା ବାଦଲ । ଦିନେ ହସଖୁସିରେ ଫାଟି ପଡୁଥିବା ପରିବାର ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି । ଦୁର୍ଘଟଣାରେ ହସ୍ପିଟାଲ ବେଡରେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛି ୬ ବର୍ଷର ପୁଅ ଚନ୍ଦନ ମଲିକ । ଆଉ ତାର ଏ ଅବସ୍ଥା ଦେଖି ଛାତି ଫଟାଇ କାନ୍ଦୁଛନ୍ତି ପରିବାର । ପୁଅର ଜୀବନ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ପରିବାର । ଅଧିକ ପଢନ୍ତୁ

ପୁଅକୁ ବଞ୍ଚାଇବା ପାଇଁ ମା'ମାଗୁଛି ଭିକ
ପୁଅକୁ ବଞ୍ଚାଇବା ପାଇଁ ମା'ମାଗୁଛି ଭିକ
author img

By

Published : Dec 22, 2021, 3:26 PM IST

କେନ୍ଦ୍ରାପଡା: ଡିସେମ୍ବର ୧୬ ତାରିଖ । କଟକ -ଚାନ୍ଦବାଲି ରାସ୍ତା ନାଗପଡା ଛକ ସଡକରେ ଘଟିଯାଏ ଏକ ଦୁର୍ଘଟଣା । ବଦଳିଯାଏ ସବୁକିଛି । ହସଖୁସିର ସଂସାର ଉପରକୁ ଘୋଟି ଆସିଛି ଦୁଃଖର କଳା ବାଦଲ । ଦିନେ ହସଖୁସିରେ ଫାଟି ପଡୁଥିବା ପରିବାର ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି । ଦୁର୍ଘଟଣାରେ ହସ୍ପିଟାଲ ବେଡରେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛି ୬ ବର୍ଷର ପୁଅ ଚନ୍ଦନ ମଲିକ । ଆଉ ତାର ଏ ଅବସ୍ଥା ଦେଖି ଛାତି ଫଟାଇ କାନ୍ଦୁଛନ୍ତି ପରିବାର । ପୁଅର ଜୀବନ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ପରିବାର । ବାର ଦୁଆର କାନିପାତି ଭିକ ମାଗୁଛି ମାଆ । ଏପରି କିଛି ହୃଦୟବିଦାରକ ଦୃଶ୍ୟ ହେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଳକାଟି ଗ୍ରାମରେ ।

ପୁଅକୁ ବଞ୍ଚାଇବା ପାଇଁ ମା'ମାଗୁଛି ଭିକ

ହସ୍ପିଟାଲ ବେଡ଼ରେ ଜୀବନମରଣ ସହ ଲଢ଼ୁଛି ଚନ୍ଦନ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ଭାଙ୍ଗି ପଡିଛି ପୁରା ପରିବାର। ତାକୁ ଭଲକରିବା ପାଇଁ ଦିନୁଟିଏ ପାଇଁ ବାହାରକୁ ଗୋଡ଼ କାଢିନଥିବା ଭୁଆଷୁଣି ମା' ଗୋଡ଼ କାଢି ଆଜି ଦୁଆର ଦୁଆର ବୁଲି ଭିକ ମାଗୁଛି l ଯାହା କିଛି ସାହାଯ୍ୟ ମିଳୁଛି ସେଥିରେ ନିଜ ଛୁଆର ଚିକିତ୍ସା ପାଇଁ ଖର୍ଚ୍ଚ କରୁଛନ୍ତି । ଲୋକମାନେ ମଧ୍ୟ ନିଜ ସକ୍ଷମ ଅନୁଯାୟୀ ଛୁଆର ଜୀବନ ବଞ୍ଚାଇବା ପାଇଁ ପ୍ରାଣପ୍ରଣେ ଚେଷ୍ଟା ଜାରି ରଖିଛନ୍ତି l ଚନ୍ଦନଙ୍କ ବାପା ଦିନ ମଜୁରିଆ ଭାବେ କାମ କରନ୍ତି। କାମକୁ ଗଲେ ଘରେ ଚୁଲି ଜଳେ । ଚନ୍ଦନର ଚିକିତ୍ସା ନିମନ୍ତେ ଅର୍ଥ କେଉଁଠୁ ପାଇବେ ସେ ଚିନ୍ତାରେ ପୁରା ପରିବାର l ଘରେ ଯାହା କିଛି ଟଙ୍କା ସୁନା ଥିଲା ସବୁକିଛି ବିକ୍ରି କରି ଖର୍ଚ୍ଚ ସରିଲାଣି । ଆଉ ପାଖରେ କିଛି ବି ସମ୍ବଳ ନାହିଁ । ଦାନ ଟଙ୍କାରେ ଚାଲିଛି ଚନ୍ଦନଙ୍କ ଚିକିତ୍ସା । ଚିକିତ୍ସା ପାଇଁ ବାରଦ୍ୱାର ବୁଲିଥିଲେ ମଧ୍ୟ ଭିକ୍ଷାର ଅର୍ଥ ସମୁଦ୍ରକୁ ଶଙ୍ଖେ ପରି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗ ଏକାନ୍ତ କାମ୍ୟ ହୋଇଛି ।

କେହି ସହୃଦ ବ୍ୟକ୍ତି କିମ୍ବା ସରକାରୀ ସହାୟତା ମିଳିଲେ ନୂଆ ଜୀବନ ପାଇ ପାରିବ ଚନ୍ଦନ । ଏ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନିଆ ଯାଇଥିଲା । ଚନ୍ଦନକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଚନ୍ଦନକୁ ସହଯୋଗ କରିବା ପାଇଁ ନିଵେଦନ କରିଛନ୍ତି ଗ୍ରାମବାସୀ । ତେବେ ଆପଣ ବି ଚାହିଁଲେ ଚନ୍ଦନଙ୍କୁ ସାହାଯ୍ୟର ହାତ ବଢାଇ ପାରିବେ । ସାହାଯ୍ୟ କରିବାକୁ ଚାହୁଁଥିଲେ A/C No-16900110125809 IFSC-UCBA0001690 Uco Bank,Aul Branch Card Holder-Mamata Mallik ଠିକଣାରେ ଯୋଗାଯୋଗ କରିପାରିବେ । ଆପଣଙ୍କ ଛୋଟିଆ ସହଯୋଗ କୁନିପୁଅ ଚନ୍ଦନର ଜୀବନ ବଞ୍ଚାଇବାରେ ସହାୟକ ହୋଇପାରେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.