ETV Bharat / state

ଏମିତି ଗାଁ: ମଦ ପିଇବା ମନା, ମଦ ବିକିବା ମନା

ଗାଁଠୁ ସହର ଏବେ ସବୁଆଡେ ନିଶା ଓ ନିଶାଖୋରଙ୍କ ପ୍ରାଦୁର୍ଭାବ । କିନ୍ତୁ କେନ୍ଦ୍ରାପଡ଼ାର ପୁରୁଷୋତ୍ତମପୁର ଏମିତି ଏକ ଗାଁ ଯେଉଁଠି ମଦ ସମ୍ପୂର୍ଣ୍ଣ ନିଷେଧ । ଏହି ଗାଁରେ କେହି ମଦବିକ୍ରି କରିପାରିବେନି କି ମଦ ପିଇ ମଧ୍ୟ ପାରିବେନି ।

author img

By

Published : Sep 25, 2019, 4:03 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ଭାରତ ଥିଲା ସମ୍ପୂର୍ଣ୍ଣ ନିଶାମୁକ୍ତ ସମାଜ ଗଠନ । ଆଉ ଦିନ କେଇଟା ପରେ ସାରା ଦେଶ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରିବ । ଆଉ ଏହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଏମିତି ଗାଁ, ଯେଉଁଠାରେ ଯୁବକ ସଂଘ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଜଣେ ମହିଳା ସସ୍ମିତା ନିଜ ଗାଁକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ଦିଗରେ ଆଗେଇ ଆସିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ାର ପୁରୁଷୋତ୍ତମପୁର ଏମିତି ଏକ ଗାଁ ଯେଉଁଠି ମଦ ସମ୍ପୂର୍ଣ୍ଣ ନିଷେଧ । ଏହି ଗାଁରେ କେହି ମଦବିକ୍ରି କରିପାରିବେନି କି ମଦ ପିଇ ମଧ୍ୟ ପାରିବେନି । ଗାଁର ଯୁବକ ସଙ୍ଘ ପକ୍ଷରୁ ଆରମ୍ଭ ହୋଇଛି ଏହି ମଦ ବିରୋଧୀ ଅଭିଯାନ । ଏଥିରେ ଗାଁର ମହିଳାମାନେ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ଗାଁର ଯୁବକମାନେ ଏନେଇ ସଚେତନ କରିବା ପାଇଁ ଗାଁର ବିଭିନ୍ନ ସ୍ଥାନରେ ନିୟମିତ ଘରଘର ବୁଲି ଲୋକମାନଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ବୁଝାଇବା ସହିତ ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ ଗାଁ କରିପାରିଛନ୍ତି ।

ପୁରୁଷୋତ୍ତମପୁର ଗାଁରେ ମଦର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କୁ କେବଳ ଜୋରିମାନା କରାଯାଉଛି, ତାହା ନୁହେଁ ଏମାନଙ୍କୁ ଧରାଇଦେବା ଲୋକଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି । ମଦ୍ୟପଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ସହ ଅଭିଯୋଗ କଲେ ଏକହଜାର ଟଙ୍କାର ନଗଦ ଅର୍ଥ ପୁରସ୍କାର ଦେଉଛି ଗାଁର ହନୁମନ୍ତିଆଣି ଯୁବଜ୍ୟୋତି କ୍ଳବ ଯୁବକ ସଂଘ । ତେବେ ଏହି ଆଧାରରେ ଜଣେ ମହିଳା ସସ୍ମିତା ଜେନା ନିଜ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରି ପୁରସ୍କୃତ ବି ହୋଇଛନ୍ତି । ତେବେ ଜୋରିମାନା ଗଣିବା ପରେ ମହିଳାଙ୍କ ସ୍ବାମୀ ବି ମଦ ପିଇବା ଛାଡିଥିବା କହିଛନ୍ତି ।

କେନ୍ଦ୍ରାପଡ଼ାର ଗ୍ରାମାଞ୍ଚଳରେ ମଦ ନିଶାର ପ୍ରସାର କରୁଥିବା ଚୋରା ବ୍ୟବସାୟୀଙ୍କ ଉପରେ ଅବକାରୀ ବିଭାଗ ଲଗାମ୍ କଷିବାର ଆବଶ୍ୟକତା ରହିଛି | ତେବେ ସସ୍ମିତାଙ୍କ ପରି ଅନ୍ୟ ମହିଳାମାନେ ଆଗେଇ ଆସିଲେ ଏକ ମଦ ମୁକ୍ତ ଓଡିଶା ଗଠନର ସ୍ଵପ୍ନ ବେଶୀ ଦୂର ନୁହେଁ |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:25.09.2019
Radhakanta Mohanty, Kendrapada
Slug-od_kpr_01_liquor free_script_7204459
Anchor-ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ଭାରତ ଥିଲା ସମ୍ପୂର୍ଣ୍ଣ ନିଶାମୁକ୍ତ ସମାଜ ଗଠନ।ଆଉ ଦିନ କେଇଟା ପରେ ସାରା ଦେଶ ଗାନ୍ଧୀଜୀଙ୍କର ୧୫୦ତମ ଜୟନ୍ତୀ ପାଳନ କରିବ।ଆଉ ଏହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଏମିତି ଗାଁ ଯେଉଁଠାରେ ଯୁବକ ସଂଘ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଜଣେ ମହିଳା ସସ୍ମିତା ନିଜ ଗାଁକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ଦିଗରେ ଆଗେଇ ଆସିଛନ୍ତି।ମଦ୍ୟପ ସ୍ୱାମୀ ବିରୁଦ୍ଧରେ ଅଭିଯୋଗ କରି ସ୍ତ୍ରୀ ପୁରସ୍କୃତ ହୋଇଛି । ସ୍ୱାମୀର ବଦଭ୍ୟାସ ଛଡ଼େଇବା ପାଇଁ ଏମିତି ଏକ ଦୁଃସାହସିକ ପଦକ୍ଷେପ ନେଇଛନ୍ତି କେନ୍ଦ୍ରାପଡା ବ୍ଲକ ପୁରୁଷୋତ୍ତମ ପୁର ଗାଁ ର ସସ୍ମିତା ଜେନା। ଗାଁ ଯୁବକ ସଙ୍ଘ ଦ୍ୱାରା ଏହି ଗାଁ କୁ ମଦମୁକ୍ତ ଗାଁ ଭାବେ ଘୋଷଣା କରାଯିବା ପରେ ସସ୍ମିତା ନିଜ ଭିତରେ ସାହାସ ସଞ୍ଚୟ କରି ସ୍ୱାମୀ ମଦ୍ୟପାନ କରୁଥିବା ନେଇ ସଙ୍ଘ ନିକଟରେ ଅଭିଯୋଗ କରିଥିଲେ । ପରେ ଯୁବକମାନେ ସସ୍ମିତା ଙ୍କୁ ଆର୍ଥିକ ପୁରସ୍କାର ତ ଦେଲେ ଅନ୍ୟପକ୍ଷରେ ମଦ୍ୟପ ସ୍ଵାମୀ ଙ୍କୁ ତଣ୍ଡ ଗଣିବାକୁ ପଡିଲା ।
Body:VO1-ଗାଁ ଠୁ ସହର ଏବେ ସବୁଆଡେ ନିଶା ଓ ନିଶାଖୋର ମାନଙ୍କ ପାଦୁର୍ଭାବ । କିନ୍ତୁ କେନ୍ଦ୍ରାପଡ଼ା ବ୍ଲକ ପୁରୁଷୋତ୍ତମ ପୁର ଏମିତି ଏକ ଗାଁ ଯେଉଁଠି ମଦ ସମ୍ପୂର୍ଣ୍ଣ ନିଷେଧ । ଏହି ଗାଁ ରେ କେହି ମଦ ବିକ୍ରି କରିପାରିବେନି କିମ୍ବା ମଦ ପିଇ ମଧ୍ୟ ପାରିବେନି । ଗାଁର ଯୁବକ ସଙ୍ଘ ପକ୍ଷରୁ ଆରମ୍ଭ ହୋଇଛି ଏହି ମଦ ବିରୋଧୀ ଅଭିଯାନ। ଗ୍ରାମବାସୀଙ୍କ ପକ୍ଷରୁ ମିଳିତ ଭାବେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଗାଁରେ ମଦ ବିକ୍ରି କଲେ ଅଥବା ପିଇଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ହେବ । ଏଥିରେ ଗାଁର ମହିଳାମଣ୍ଡଳର ସଭ୍ୟାମାନେ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ଏକଦା ଗାଁରେ ମଦର ପ୍ରଚାର ପ୍ରସାର କରି ଯେଉଁମାନେ ଉତ୍ପାତ କରୁଥିଲେ ସେମାନେ ଏବେ ପୂରାପୂରି ସାବାଡ଼ । ଗାଁର ଯୁବକମାନେ ଏନେଇ ସଚେତନତା କରିବା ପାଇଁ ଗାଁର ବିଭିନ୍ନ ସ୍ଥାନରେ ନିୟମିତ ଘରଘର ବୁଲି ଲୋକମାନଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ବୁଝାଇବା ସହିତ ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ ଗାଁ କରିପାରିଛନ୍ତି।ସେଥିପାଇଁ ନା ଏବେ ଗାଁରେ କେଉଁଠି ଦେଖିବା ପାଇଁ ମିଳୁଛି ମଦବୋତଲ ନା ରାସ୍ତାକଡରେ ପଡୁଛନ୍ତି ମଦ୍ୟପ ।ତେବେ ସରକାର ମଦରୁ ଯେଉଁ ରାଜସ୍ୱ ପାଉଛନ୍ତି ତାହା ରାଜ୍ୟରେ ବିଭିନ୍ନ ପ୍ରକାରର ମାଗଣା ଯୋଜନାରେ ବିନିଯୋଗ କରାଯାଉଥିବା କୁହାଯାଉଥିବା ବେଳେ ଏହି ଗାଁର ମହିଳା ଓ ପୁରୁଷ ସେମାନଙ୍କୁ ମାଗଣା ଜିନିଷର ଆବଶ୍ୟକତା ନାହିଁ କି ମଦ ଆବଶ୍ୟକ ନାହିଁ ବୋଲି ରୋକଠୋକ ଜଣାଇଛନ୍ତି।
Byt1-ମୀନକେତନ ମହାନ୍ତି(ଗ୍ରାମବାସୀ)
Byt2-ଗଣେଶ୍ୱର ରାଉତ(ଯୁବକ ସଂଘ ସଦସ୍ୟ)
VO2-ପୁରୁଷୋତ୍ତମପୁର ଗାଁରେ ମଦର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କୁ କେବଳ ଜୋରିମାନା କରାଯାଉଛି ତାହା ନୁହେଁ ଏମାନଙ୍କୁ ଧରାଇଦେବା ଲୋକଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି।ମଦ୍ୟପ ମାନଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ସହ ଅଭିଯୋଗ କଲେ ଏକହଜାର ଟଙ୍କାର ନଗଦ ଅର୍ଥ ପୁରସ୍କାର ଦେଉଛି ଗାଁର ହନୁମନ୍ତିଆଣି ଯୁବଜ୍ୟୋତି କ୍ଳବ ଯୁବକ ସଂଘ।ଏହି ଗାଁର ସସ୍ମିତା ଜେନା ନାମ୍ନୀ ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରି ଏକହଜାର ଟଙ୍କା ପୁରସ୍କାର ପାଇଛନ୍ତି।ଦୀର୍ଘ ବର୍ଷ ଧରି ମଦ୍ୟପ ସ୍ୱାମୀଙ୍କ ପାଖରୁ ମାଡଗାଳି ଖାଇ ଚୁପ ରହୁଥିବା ସସ୍ମିତା ସାହସ ଜୁଟାଇ ସ୍ୱାମୀଙ୍କ ବଦ ଅଭ୍ୟାସ ଛଡ଼ାଇବା ପାଇଁ ଗାଁ ଯୁବକ ସଂଘ ନିକଟରେ ଅଭିଯୋଗ କରିଥିଲେ।ସସ୍ମିତାଙ୍କ ଅଭିଯୋଗ ଆଧାରରେ ଗାଁ ମୁରବୀ, ଯୁବକ ସଂଘ, ମହିଳା ଗୋଷ୍ଠୀର ସଦସ୍ୟମାନେ ମିଶି ଏକ ମିଟିଙ୍ଗ କରି ସସ୍ମିତାଙ୍କ ସ୍ୱାମୀ ଉମେଶ ଜେନାଙ୍କ ଠାରୁ 5 ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ।ସେହିଦିନ ଠାରୁ ଉମେଶ ମଦ ପିଇବା ଛାଡି ଦେଇଥିବା କୁହନ୍ତି।ଆଉ ସସ୍ମିତାଙ୍କର ଏହି ସାହସୀ ପଦକ୍ଷେପ ଓ ଗାଁକୁ ନିଶାମୁକ୍ତ କରାଇବା ଦିଗରେ ଏଭଳି ସମୟୋଚିତ ପଦକ୍ଷେପ ପାଇଁ ଗାଁ ଯୁବକ ସଂଘ ତାଙ୍କୁ ପୁରସ୍କୃତ କରିବା ସହ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଆୟୋଜିତ ସଭାରେ ଜିଲ୍ଲାପାଳ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ତାଙ୍କୁ ପୁରସ୍କୃତ କରାଯିବା ପାଇଁ ମଧ୍ୟ ଚିଠି ଲେଖିଥିବା ସୂଚନା ମିଳିଛି।
Byt3-ସସ୍ମିତା ଜେନା(ପୁରସ୍କୃତ ହୋଇଥିବା ମହିଳା)
Byt4-ଉମେଶ ଜେନା(ସସ୍ମିତାଙ୍କ ସ୍ୱାମୀ)
Byt5-ଶେଷଦେବ ଦାସ(ଅବକାରୀ ଅଧିକ୍ଷକ,କେନ୍ଦ୍ରାପଡ଼ା)
Conclusion:FVO-କେନ୍ଦ୍ରାପଡ଼ାର ଗ୍ରାମାଞ୍ଚଳରେ ମଦ ନିଶାର ପ୍ରସାର କରୁଥିବା ଚୋରା ବ୍ୟବସାୟୀଙ୍କ ଉପରେ ଅବକାରୀ ବିଭାଗ ଲଗାମ୍ କଷିବାର ଆବଶ୍ୟକତା ରହିଛି | ତେବେ ସସ୍ମିତା ଙ୍କ ପରି ଅନ୍ୟ ମହିଳା ମାନେ ଆଗେଇ ଆସିଲେ ଏକ ମଦ ମୁକ୍ତ ଓଡିଶା ଗଠନର ସ୍ଵପ୍ନ ବେଶି ଦୂର ନୁହଁ |
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.