ETV Bharat / state

ଶହୀଦ ଦେବୀଙ୍କ ପାଇଁ କାନ୍ଦିଲା ଗାଁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

author img

By

Published : Jul 2, 2023, 3:56 PM IST

Updated : Jul 2, 2023, 4:24 PM IST

ସୀମାରେ କାର୍ଯ୍ୟରତ ଥିବା ବେଳେ ମାଡ଼ିଗଲା ଜେସିବି। ଶହୀଦ ହୋଇଗଲେ କେନ୍ଦ୍ରାପଡ଼ାର ବୀର ପୁତ୍ର ଦେବୀ ପ୍ରସନ୍ନ ସୁତାର । ଅଧିକ ପଢନ୍ତୁ

Martyred Odia Jawan Debi Prsanna
Martyred Odia Jawan Debi Prsanna
ଶହୀଦ ଦେବୀଙ୍କ ପାଇଁ କାନ୍ଦିଲା ଗାଁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

କେନ୍ଦ୍ରାପଡ଼ା: ସୀମାରେ ଦେଶ ମାତୃକା ପାଇଁ କାମ କରୁଥିଲେ । ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ । ଶହୀଦ ଦେବୀଙ୍କ ପାର୍ଥୀବ ଶରୀର ଗାଁରେ ପହଞ୍ଚିବା ପରେ ନେତା ମନ୍ତ୍ରୀ ଭିଡ଼ ଜମାଇଥିବା ବେଳେ ଶହୀଦଙ୍କୁ ସଲାମ କରୁଥିଲା ସାରା ଅଞ୍ଚଳ । ଖାଲି ଗ୍ରାମବାସୀ କାହିଁକି ବର୍ଷାର ଖଣ୍ଡ ଖଣ୍ଡ ବାଦଲ ମଧ୍ୟ ଆଖିରୁ ଅଶ୍ରୁ ଝରାଉଥିବା ଦେଖିବାକୁ ମିଳିଥିଲା । ଅଞ୍ଚଳବାସୀଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହିତ ଗାଁ ଶ୍ମଶାନରେ ଶହୀଦ ଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଯେତେବେଳେ ଦେବୀଙ୍କ ପାର୍ଥୀବ ଶରୀର ଗାଁରେ ପହଞ୍ଚିଥିଲା ସେତେବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଚାରିଆଡେ କାନ୍ଦ ବୋବାଳି, କିଏ ଡାକୁଛି ଜିତୁ ତୁ ଫେରିଆ ତ ଆଉ କିଏ ଦେବୀ ତୁ କୁଆଡେ ଗଲୁ ବୋଲି କହି ଆଖିରେ ଝରାଉଥିଲେ ଅଶ୍ରୁ । ଭାରତୀୟ ସେନାବାହିନୀରେ ସିଭିଲ ଇଞ୍ଜିନିୟର ଭାବେ କାମ କରୁଥିବା କେନ୍ଦ୍ରାପଡା ଗରଦପୁର ବ୍ଳକ ପାଟକୁରା ପଞ୍ଚାୟତର ଜଗଦଲପୁର ଗାଁର ଦେବୀ ପ୍ରସନ୍ନ ସୁତାର ଓରଫ ଜିତୁଙ୍କର ଗତ ୨୯ ତାରିଖ ଦିନ ମୃତ୍ୟୁ ଘଟଣାକୁ ଆଜି ୪ ଦିନ ପୁରିଥିବା ବେଳେ ତାଙ୍କ ମରଶରୀରକୁ ସେନାବାହିନୀ ପକ୍ଷରୁ ଗାଁକୁ ଅଣାଯାଇଛି ।

ଏହା ବି ପଢନ୍ତୁ-ଜମ୍ମୁ କାଶ୍ମୀରରେ ଓଡ଼ିଆ ପୁଅ ଦେବି ପ୍ରସାଦଙ୍କ ଦେହାନ୍ତ, କାନ୍ଦୁଛି ଜନ୍ମମାଟି

ସେଠାରେ ରାଷ୍ଟ୍ରୀୟ ସମ୍ମାନ ସହ ତୋପ ସଲାମି ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସୂଚନା ଅନୁଯାୟୀ,ପାଟକୁରା ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସୁତାରଙ୍କ ସାନପୁଅ ଦେବୀ ପ୍ରସନ୍ନ ସୁତାର ଲଦାଖଠାରେ ଭାରତୀୟ ସ୍ଥଳବାହିନୀରେ ସିଭିଲ ଇଞ୍ଜିନିୟର ଭାଵେ କାର୍ଯ୍ୟରତ ଥିଲେ। ଦେବୀ ପ୍ରସନ୍ନ ଲଦାଖଠାରେ ଜେସିବି ସାହାଯ୍ୟରେ ରାସ୍ତା ସଫା କରାଉଥିବା ବେଳେ ଆଗରୁ ବରଫ ଖଣ୍ଡ ମାଡି ଆସିବାରୁ ପଛରେ ଡ୍ୟୁଟି କରୁଥିବା ପ୍ରସନ୍ନଙ୍କ ଉପରେ ଜେସିବି ମାଡି ଯାଇଥିଲା । ଘଟଣାସ୍ଥଳରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ପ୍ରସନ୍ନଙ୍କର ମୃତ୍ୟୁ ଘଟିଥିଲା।

ଦେବୀ ପ୍ରସନ୍ନ ଆର୍ମି ଜେଇ ସିଭିଲ-ୟୁନିଟ ୩୪୩-ଏସପିଏଲ ପବ୍ଲିକ ୫୫-ଆର-ସିସିରେ ଚାକିରି କରିଥିଲେ । ତାଙ୍କ ମର ଶରୀର ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଆଜି ସକାଳୁ ପାଟକୁରା ଥାନା ଜଗଦଲପୁର ଗାଁକୁ ଅଣାଯାଇଥିଲା । ଆଜି ସକାଳେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀମାନେ ତାଙ୍କ ପୈତୃକ ବାସଭବନରେ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ବରରେ ତାଙ୍କ ମରଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇ ଗାଁକୁ ଅଣାଯାଇଥିଲା । ଦେବୀଙ୍କ ମରଶରୀର ବିରାଟ ଶୋଭାଯାତ୍ରାରେ ଗାଁ ଏବଂ ପାଟକୁରା ବଜାର ପରିକ୍ରମା କରାଯାଇ ଗାଁ ମଶାଣିରେ ପହଞ୍ଚିଥିଲା । ତୋପ ସଲାମି ଦିଆଯିବା ପରେ ତାଙ୍କ ଚାରିବର୍ଷର ପୁଅ ତାଙ୍କୁ ମୁଖାଗ୍ନି ଦେଇଥିଲେ । ଶହୀଦ ଦେବୀଙ୍କ ପାଇଁ ଏବେ ଗୌରବାନ୍ବିତ ସାରା ଗାଁ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jul 2, 2023, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.