ETV Bharat / state

କୂଳପୁରୋହିତଙ୍କ କଳା କାରନାମା, ଯଜମାନଙ୍କୁ ଲୁଟିଲେ ଲକ୍ଷାଧିକ ଟଙ୍କା !

କୂଳ ପୁରୋହିତଙ୍କ କଳା କାରନାମା । ଧର୍ମ ଓ ବିଶ୍ବାସ ନାଁରେ ବିଶ୍ବାସଘାତକତା । ଯଜମାନଙ୍କ ମଙ୍ଗଳ ମନାସିବା ପରିବର୍ତ୍ତେ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଢୋଲ ପଞ୍ଚାୟତ ଜମରା ଗାଁର ପୁରୋହିତ ବାସୁଦେବ ପଣ୍ଡା ଓରଫ ଚଣ୍ଡିଆ ନନାଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ । ଦେଖନ୍ତୁ ଏହି ରିପୋର୍ଟ

author img

By

Published : Sep 18, 2022, 8:51 PM IST

Updated : Sep 19, 2022, 6:08 AM IST

କୂଳ ପୁରୋହିତଙ୍କ କଳା କାରନାମା, ଯଜମାନଙ୍କୁ ଲୁଟିଲେ ଲକ୍ଷାଧିକ ଟଙ୍କା

କେନ୍ଦ୍ରାପଡ଼ା: ଯଜମାନର ମଙ୍ଗଳ ମନାସିବା ପୁରୋହିତଙ୍କ କର୍ତ୍ତବ୍ୟ । ପୁର ତଥା ବଂଶର ହିତ ମନାସୁଥିବାରୁ ପୁରୋହିତ କୁହାଯାଏ । ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଜଣେ ପୁରୋହିତ ଅଛନ୍ତି ଯିଏ ଯଜମାନଙ୍କ ମଙ୍ଗଳ ମନାସିବା ବଦଳରେ ସେମାନଙ୍କଠାରୁ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା (Fraud allegation against Priest) । ନିକିରାଇ ଥାନା ଅନ୍ତର୍ଗତ ଢୋଲ ପଞ୍ଚାୟତ ଜମରା ଗାଁର ପୁରୋହିତ ବାସୁଦେବ ପଣ୍ଡା ଓରଫ ଚଣ୍ଡିଆ ନନାଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ । କେତେବେଳେ ମେଡିକାଲ ସାର୍ଟିଫିକେଟରେ କର୍କଟ ରୋଗୀ ଦର୍ଶାଇ ତ କେତେବେଳେ ସେନାବାହିନୀରେ ଚାକିରୀ କରାଇ ଦେବା ନାଁରେ ସେ ଲକ୍ଷାଧିକ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି ।

ଏତିକିରେ ଅଟକି ଯାଇନାହାନ୍ତି ନନା, ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସକ ସମସ୍ତଙ୍କ ସହ ଫଟୋ ଯୋଡି ସାମାଜିକ ଗଣମାଧ୍ୟମରେ ଏଗୁଡ଼ିକୁ ପୋଷ୍ଟ କରି ନିରୀହ ଲୋକଙ୍କୁ ଠକିବାରେ ସଫଳ ହୋଇଛନ୍ତି ପୁରୋହିତ ନନା ୪୨୦। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ରିକେଟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସାଙ୍ଗେ ଯୁଆଡେ ଦେଖିବେ ବାସୁଦେବ ପଣ୍ଡାଙ୍କ ଫଟୋ । ଆଣ୍ଡ୍ରଏଡ଼ ଓ ଫଟୋସପ ଯୁଗରେ ଏଥିରୁ ବହୁ ଦୂରରେ ରହିଥିବା ନିରୀହ ନିରକ୍ଷର ଲୋକଙ୍କୁ ପ୍ରବର୍ତ୍ତାଇ ଓ ପ୍ରଭାବିତ କରି ମିଛ ମେଡିକାଲ ସାର୍ଟିଫିକେଟ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ଆସିଛି ।

ଅଭିଯୋଗ ଅନୁଯାୟୀ,ଏହି ଗାଁର ଭରତ ଚନ୍ଦ୍ର ରଣାଙ୍କ ଶରୀର ଅସୁସ୍ଥ ରହୁଥିବା କାରଣରୁ ପ୍ରଥମେ ପରିବାର ସହ ସମ୍ପର୍କ ନିବିଡ଼ କରି ଭରତଙ୍କୁ ମେଡିକାଲ ଚିକିତ୍ସା କରାଇଥିଲା ଚଣ୍ଡିଆ । ତେବେ ସାମାନ୍ୟ ଗ୍ୟାଷ୍ଟ୍ରିକ ରୋଗରେ ପୀଡିତ ଭରତଙ୍କୁ କର୍କଟ ରୋଗ ହୋଇଥିବା ଓ ଏହାର ଅସ୍ତ୍ରୋପଚାର ପାଇଁ ୫୪ ଲକ୍ଷ ଟଙ୍କା ଆବଶ୍ୟକତା ଥିବା ଦର୍ଶାଇ ଭରତଙ୍କ ଜଳଜମି ବିକ୍ରି କରାଇ ମୋଟ ୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି ଭରତଙ୍କ ପତ୍ନୀ ସସ୍ମିତା ରଣା । ପରିବାର ଲୋକଙ୍କ ସନ୍ଦେହ ହେବାରୁ ଅନ୍ୟଜଣେ ଡାକ୍ତରଙ୍କ ପରାମର୍ଶରେ ଭରତଙ୍କୁ କର୍କଟ ରୋଗ ନଥିବା ଜାଣିବା ପରେ ପରିବାର ଲୋକେ ପୂଜକଙ୍କୁ ଟଙ୍କା ଫେରସ୍ତ ମାଗିବାରୁ ଧର୍ମପୁତ୍ରର ଦ୍ୱାହି ଦେଇ ଏକ ମିଛ ଓକିଲ ନୋଟିସ ପଠାଇ ପରିବାରକୁ ଭୟଭୀତ କରିଥିବା ଅଭିଯୋଗ ହୋଇଛି ।

ଏତିକିରେ ସୀମିତ ରହିନାହିଁ ପୁରୋହିତଙ୍କ ଠକେଇ । ସେନାବହିନୀରେ ନିଜ ଭିଣୋଇ କିରାଣୀ ଭାବେ କାମ କରୁଥିବା ଓ ପୁଅକୁ ସେନାବାହିନୀରେ ପିଅନ ଚାକିରୀ କରାଇଦେବା ପାଇଁ କହି ଗାଁର ଜଣେ ମୂଲିଆ ଏବଂ ଚାଷୀ ଶ୍ରେଣୀର ଈଶ୍ୱର ବିଶ୍ୱାସୀ ବ୍ୟକ୍ତି ରବୀନ୍ଦ୍ର ସାହୁଙ୍କ ଠାରୁ ବିଭିନ୍ନ କିସ୍ତିରେ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ରବୀନ୍ଦ୍ର ଜଣେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବାବେଳେ, ୩ ଝିଅରେ ଗୋଟିଏ ପୁଅକୁ ସରକାରୀ ଚାକିରୀରେ ଭର୍ତ୍ତି କରିବା ପାଇଁ ପୂଜକଙ୍କୁ ଅବାସ୍ଥ ସମ୍ପତ୍ତି ବିକି ୧୪ ଲକ୍ଷ ଟଙ୍କା ଦେଇଥିବାବେଳେ ପୂଜକ ଚାକିରି ଦେବା ବଦଳରେ ରବୀନ୍ଦ୍ରଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ରବୀନ୍ଦ୍ର ।
ଏତେ ବଡ଼ ଠକେଇ ଓ ବଡ଼ବଡ଼ ଲୋକଙ୍କ ସାଙ୍ଗରେ ପୂଜକଙ୍କ ଫଟୋ ଥିବା ନେଇ ଆମେ ପ୍ରଶ୍ନ କରିବାରୁ ଏହି ଅଭିଯୋଗ ଗୁଡିକ ଭିତ୍ତିହୀନ ଓ ଅମୂଳକ କହିଛନ୍ତି ।

ସେ ଭରତ ରଣା ଏବଂ ତାଙ୍କ ପରିବାରକୁ ପୂଜକ ବ୍ଲାକମେଲ କରୁଥିବା କହିଥିବାବେଳେ, ରବୀନ୍ଦ୍ର ଟଙ୍କା ନେଇ ତାକୁ ଜମି ଦେବ ବୋଲି କହି ଠକିଥିବା ଓଲଟି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ପୂଜକ । ଏ ନେଇ ସେ ମାନହାନି ମକଦ୍ଦମା କରିବେ ବୋଲି କହିଛନ୍ତି । ପୂଜକ କହିଛନ୍ତି, "ଫଟୋସପ ହୋଇଥିବା ଫଟୋକୁ ମୋ ଫେସବୁକ ଆକାଉଣ୍ଟରେ ଅକ୍ଷୟ ମାଳି ପୋଷ୍ଟ କରିଛି । ତାହା ସହିତ ମୋର ବିବାଦ ହୋଇଥିବାରୁ ସେ ଏପରି କରିଛି । ସେ ପୂର୍ବରୁ ଏହି ଫଟୋ ଦେଖାଇ ଲୋକଙ୍କଠୁ ଫୁଲ ସଂଗ୍ରହ କରୁଥିଲା । ତା' ସହିତ ବିବାଦ ହେବା ପରେ ସେ ଏପରି କରାଉଛି ।"

ଅନ୍ୟପଟେ ଏହି ଠକେଇ ଘଟଣାରେ ନିକିରାଇ ଥାନାରେ ଅଭିଯୋଗ ହୋଇଥିଲେ ହେଁ ଏଯାବତ ମାମଲା ରୁଜୁ କରାଯାଇନଥିବାରୁ ଘଟଣା ସମ୍ପର୍କରେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି ନିକିରାଇ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସ୍ୱାଇଁ । ଦୀର୍ଘ ବର୍ଷ ଧରି ଲୋକମାନଙ୍କ ମନରେ ଭକ୍ତିର ଭାବନା ନେଇ ସାଧାରଣ ଲୋକଙ୍କୁ ଠକି ଚାଲିଥିବା ପୁରୋହିତ ବାସୁଦେବ ଗାଁ ମନ୍ଦିରର ଜଣେ ସାଧାରଣ ପୂଜକ ହୋଇଥିବାବେଳେ ତାଙ୍କର ଏଭଳି ଅସାଧାରଣ ଠକେଇକୁ ଅନେକ ବିଶ୍ୱାସ କରି ପାରୁନଥିବାବେଳେ, କେହି କେହି ଏହା ଧର୍ମ ଓ ବିଶ୍ୱାସ ନାମରେ ଏହାକୁ ବିଶ୍ୱାସଘାତକତା ବୋଲି କହିଛନ୍ତି । ଅନ୍ୟପଟେ ପୋଲିସ ତଦନ୍ତ ସଠିକ ଦିଗରେ ଗଲେ ଆହୁରି ଅନେକ ପ୍ରଚ୍ଛଦପଟ୍ଟ ଲୋକଙ୍କ ସମ୍ପୃକ୍ତି ପଦାକୁ ଆସିପାରେ ବୋଲି ମତପ୍ରକାଶ ପାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Sep 19, 2022, 6:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.