କେନ୍ଦ୍ରାପଡ଼ା: କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ମହିଳା କନିଷ୍ଠ ଯନ୍ତ୍ରୀ (Junior Engineer) । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ଦେବଳା ସାହୁ ନିଲମ୍ବିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନର ଏଭଳି କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କ ମନରେ ଛନକା ପଶିଛି ।
ଜିଲ୍ଲା ଡେରାବିଶ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ଦେବଳା ସାହୁ ନିଜ କର୍ତ୍ତବ୍ୟରେ ଅବହେଳା କରି ବିଭିନ୍ନ ପଞ୍ଚାୟତରେ ନିର୍ମାଣ କରାଯାଉଥିବା ବିଦ୍ୟାଳୟ ଗୃହ ଗୁଡିକର ସଠିକ ଢଙ୍ଗରେ ନିରୀକ୍ଷଣ କରିନଥିଲେ । ଯେଉଁଥିପାଇଁ ଏହି ସରକାରୀ କାମ ଗୁଡିକ ଅତି ନିମ୍ନମାନର ହୋଇଥିବା ତଦନ୍ତ ସମୟରେ ଜଣାପଡିଥିଲା । ତେବେ ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗ କରି ସରକାରୀ ନିୟମ-୧୨ (୧) (a), OCS-୧୯୬୨ ଅନୁଯାୟୀ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ।
ଏହା ବି ପଢନ୍ତୁ- ଜମୁଛି କେନ୍ଦ୍ରାପଡା ଲକ୍ଷ୍ମୀପୂଜା, ଜୀବନ ଜୀବିକା ସମ୍ଭାଳୁଛନ୍ତି ଉଠା ଦୋକାନୀ
ନିଲମ୍ବନକୁ ନେଇ କନିଷ୍ଠ ଯନ୍ତ୍ରୀ ଜଣଙ୍କ ମୁହଁ ଖୋଲିନଥିବା ବେଳେ ପୂର୍ବରୁ 5T ବିଦ୍ୟାଳୟ ରୂପାନ୍ତରୀକରଣ କାମରେ ବେଖିଆଲ ମନୋଭାବ ଓ ଦୁର୍ନୀତିକୁ ନେଇ ଡେରାବିଶ ବ୍ଲକର ଜଣେ ଯନ୍ତ୍ରୀ ନିଲମ୍ବିତ ହୋଇ ସାରିଛନ୍ତି । ତେବେ ଜିଲ୍ଲା ପ୍ରଶାସନର ଏଭଳି କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କ ମନରେ ଛନକା ପଶିଥିବା ଦେଖିବାକୁ ମିଳିଛି ।
ନିଲମ୍ବନ ସମୟରେ କନିଷ୍ଠ ଯନ୍ତ୍ରୀ ଦେବଳା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ(DRDA)ରେ ଉପସ୍ଥିତ ରହିବା ସହ ବିନା ଅନୁମତିରେ ହେଡକ୍ବାର୍ଟର ଛାଡିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୨୦୯୭/୨୦୨୨ରେ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି। ଆମେ ସମସ୍ତେ ଜାଣିଛୁ 'ୱାର୍କ ଇଜ୍ ଡ୍ୟୁଟି' ବା କର୍ମ ହିଁ ଭଗବାନ । ପୂର୍ବ ପୁରୁଷଙ୍କ ଏହି ମହତ ଉକ୍ତିଟିକୁ ପାଳନ ନକରି ଶେଷରେ ଯନ୍ତ୍ରୀ ଜଣକ ହଟହଟା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା