ETV Bharat / state

ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ପ୍ରଶାସନ ପକ୍ଷରୁ ଆଲୋଚନା - Kharasrota mega drinking water project construction

ଖରସ୍ରୋତା ନଦୀରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ରାଜକନିକା ପଞ୍ଚାୟତ ସମିତି ସଭାଗୃହରେ ବୈଠକ ଅନୁଷ୍ଠିତ । ବାହାରି ପାରିନି ନିଷ୍କର୍ସ । ଅଧିକ ପଢନ୍ତୁ...

ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ
ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ
author img

By

Published : Dec 2, 2020, 7:55 AM IST

କେନ୍ଦ୍ରାପଡା: ଖରସ୍ରୋତା ନଦୀରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ମଙ୍ଗଳବାର ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ମାନସ ମନ୍ଥନ ହୋଇଛି। ହେଲେ ନିଷ୍କର୍ସ ବାହାରି ପାରିନି । ରାଜକନିକା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଏଥିରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ।

ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ

ଦୀର୍ଘ 2 ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ହୋଇଥିବାବେଳେ ଏଥିରେ କୌଣସି ନିଷ୍କର୍ସ ବାହାରି ନଥିବା ଜଣାପଡିଛି । ପ୍ରଥମେ ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରାଯାଉ। ଆଳି ଓ ରାଜକନିକାର ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଉ। ତା’ପରେ ଭଦ୍ରକ ଜିଲ୍ଲାକୁ ପାଣିଦିଆଯିବା କଥା ଚିନ୍ତା କରାଯାଉ ବୋଲି ବୈଠକରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି ।

ଜିଲ୍ଲା ପ୍ରଶାସନ ଭଦ୍ରକ ଜିଲ୍ଲାକୁ ପାଣି ପାଇଁ ମେଗାପାନୀୟ ପ୍ରକଳ୍ପ କାମ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ଭଦ୍ରକ ଜିଲ୍ଲାକୁ ପାନୀୟ ଜଳ ଯୋଗାଣକୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ବିରୋଧ କରିଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ଠାରୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି 7 ଦିନ ସମୟ ନେଇଛି। 7 ଦିନ ପରେ ସେମାନେ ତାଙ୍କ ନିଷ୍ପତ୍ତି ଜଣାଇବେ ବୋଲି ସଂଗ୍ରାମ ସମିତିର ସଭାପତି କହିଛନ୍ତି।

ଦୀର୍ଘଦିନ ଧରି ଖରସ୍ରୋତା ନଦୀରେ ହେବାକୁ ଥିବା ମେଗାପାନୀୟ ଜଳପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି। ଆଉ ଏହି ପ୍ରକଳ୍ପକୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ବିରୋଧ କରିଆସୁଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.