ETV Bharat / state

ବିଦେଶରେ କେନ୍ଦ୍ରାପଡ଼ା ଶ୍ରମିକଙ୍କ କୋରୋନା ମୃତ୍ୟୁ - coronavirus news

ବିଦେଶରେ କେନ୍ଦ୍ରାପଡ଼ା ଶ୍ରମିକଙ୍କ କୋରୋନାରେ ମୃତ୍ୟୁ । ସେ ଆବୁଧାବିର ଏକ କମ୍ପାନୀରେ କାମ କରୁଥିବା ଜଣାପଡିଛି । ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା କମ୍ଫାନୀ କର୍ତ୍ତୁପକ୍ଷ ଜଣାଇଛନ୍ତି । ଅଧିକ ପଢନ୍ତୁ...

kendrapara-workers-covid19-death-at-dubai
ବିଦେଶରେ କେନ୍ଦ୍ରାପଡ଼ା ଶ୍ରମିକଙ୍କ କୋରୋନାରେ ମୃତ୍ୟୁ
author img

By

Published : May 11, 2020, 7:36 PM IST

କେନ୍ଦ୍ରାପଡା: ବିଦେଶରେ କେନ୍ଦ୍ରାପଡ଼ା ଶ୍ରମିକଙ୍କ କୋରୋନାରେ ମୃତ୍ୟୁ । ସେ ଆବୁଧାବିର ଏକ କମ୍ପାନୀରେ କାମ କରୁଥିବା ଜଣାପଡିଛି । ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା କମ୍ଫାନୀ ପକ୍ଷରୁ କୁହାଯାଇଥିବା ପରିବାର ଲୋକ କହିଛନ୍ତି ।

ବିଦେଶରେ କେନ୍ଦ୍ରାପଡ଼ା ଶ୍ରମିକଙ୍କ କୋରୋନାରେ ମୃତ୍ୟୁ

ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଗୁପ୍ତିରା ଗାଁର ମହେନ୍ଦ୍ର ନାଥ । ପରିବାର ଲୋକଙ୍କ କହିବା ଅନୁଯାୟୀ,ମହେନ୍ଦ୍ର ପାଠ ପଢି ଚାକିରୀ ନପାଇବାରୁ ବିଦେଶରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଯାଇଥିଲେ । ଦୀର୍ଘବର୍ଷ ଧରି ସେ ଆବୁଧାବିର ଏକ କମ୍ପାନୀରେ କାମ କରୁଥିଲେ । କିଛିଦିନ ତଳେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ଶରୀରରେ କୋରୋନା ଭୁତାଣୁ ଥିବା ସ୍ପଷ୍ଟ ହୋଇଥିଲା । ତେବେ ଚିକିତ୍ସା ସମୟରେ ଗତ 8 ତାରିଖ ଦିନ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା କମ୍ପାନୀ ପକ୍ଷରୁ ମହେନ୍ଦ୍ରଙ୍କ ଘରକୁ ଖବର ଦିଆଯିବା ପରେ ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ସମଗ୍ର ପରିବାର ।

ଗତ 15ଦିନ ମଧ୍ୟରେ ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ବିଦେଶରେ 3ଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି,ଯାହାକୁ ନେଇ ବିଦେଶରେ କାମ କରୁଥିବା ଶ୍ରମିକ ମାନଙ୍କ ପରିବାର ଏବେ ଚିନ୍ତାରେ । ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ମାନଙ୍କର ଫେରିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ସାଧାରଣ ଲୋକ ଦାବି କରିଛନ୍ତି । ବିଦେଶରେ ପାଣି ପାଇପ ମିସ୍ତ୍ରୀ କାମ ପାଇଁ ଓଡିଶାର ପଟ୍ଟାମୁଣ୍ଡାଇ ଅଞ୍ଚଳ ପ୍ରସିଦ୍ଧ । ଏଠାକାର 60%ଶ୍ରମିକ ବିଦେଶରେ ପାଣି ପାଇପ ମିସ୍ତ୍ରୀ ଭାବରେ କାର୍ଯ୍ୟ କରିଥାନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.