ETV Bharat / state

ଦୃଷ୍ଟିଶକ୍ତି ବାଧିତ ପିଲାଙ୍କ ସହ ହୋଲି ଖେଳିଲେ ପୋଲିସ ଅଧିକାରୀ

author img

By

Published : Mar 14, 2020, 8:38 PM IST

ପଞ୍ଚୁଦୋଳ ଓ ରଙ୍ଗର ପର୍ବ ହୋଲିରେ ରଙ୍ଗୀନ କେନ୍ଦ୍ରାପଡା ସହର । ଆଉ ଏହି ରଙ୍ଗର ପର୍ବକୁ ନିଆରା ଢଙ୍ଗରେ ଦୃଷ୍ଟିଶକ୍ତି ବାଧିତ ପିଲାଙ୍କ ସହ ପାଳନ କରିଛନ୍ତି କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ । ଅଧିକ ଖବର ପଢନ୍ତୁ...

_holi festival
ଦୃଷ୍ଟିଶକ୍ତି ବାଧିତ ପିଲାଙ୍କ ସହିତ ହୋଲି ଖେଳିଲେ ପୋଲିସ ଅଧିକାରୀ

କେନ୍ଦ୍ରାପଡା: ଶନିବାର କେନ୍ଦ୍ରାପଡ଼ା ସହର ପାଳିଲା ପଞ୍ଚୁଦୋଳ ଓ ରଙ୍ଗର ପର୍ବ ହୋଲି । କେନ୍ଦ୍ରାପଡ଼ା ସହର ରଙ୍ଗଖେଳରେ ମସଗୁଲ ଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଦାୟିତ୍ବରେ ଥିବା ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ମଧ୍ୟ ରଙ୍ଗର ପର୍ବରେ ସାମିଲ ହୋଇଥିଲେ।

ଏଥିସହ ନିଜର ବ୍ୟସ୍ତବହୁଳ ସମୟରୁ କିଛି ସମୟ ବାହାର କରି ଅଧିକାରୀ ଜଣଙ୍କ ପହଞ୍ଚିଥିଲେ ପୌର ପରିଷଦ ଅଧୀନରେ ଥିବା ଦୃଷ୍ଟିଶକ୍ତି ବାଧିତ ଆବାସିକ ବିଦ୍ୟାଳୟରେ। ବିଦ୍ୟାଳୟରେ ଦୃଷ୍ଟିଶକ୍ତି ବାଧିତ ଛାତ୍ରଛାତ୍ରୀ ମାନଙ୍କୁ କୋରୋନା ଭାଇରସ ସମ୍ବନ୍ଧରେ ସଚେତନ କରାଇ ସବୁବେଳେ ମାସ୍କ ପିନ୍ଧିବା ଉପରେ ଅନ୍ତେବାସୀ ମାନଙ୍କୁ କହିଥିଲେ ।

ଏଥିସହ ବିଦ୍ୟାଳୟରେ ଚକୋଲେଟ, ବିସ୍କୁଟ, ମିଠା ବାଣ୍ଟି ଓ ସେମାନଙ୍କ ସହିତ ସମୟ ବିତାଇ ନିଜକୁ ବହୁତ ଖୁସି ଲାଗୁଥିବା କହିଥିଲେ । ଏହାସହ ଆସନ୍ତ ବର୍ଷ ସମସ୍ତଙ୍କ ସହିତ ସେ ନିଶ୍ଚୟ ରଙ୍ଗ ଖେଳିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଥାନାଧିକାରୀଙ୍କ ଏଭଳି ନିଆରା ପ୍ରୟାସ ଓ ଦୃଷ୍ଟିଶକ୍ତି ବାଧିତ ପିଲାମାନଙ୍କୁ ରଙ୍ଗର ପର୍ବରେ ପରାମର୍ଶ ଓ ସଚେତନତା ପାଇଁ ସହରବାସୀ ପ୍ରଶଂସା କରିଛନ୍ତି।

ଟାଉନ ଥାନାଧିକାରୀଙ୍କ ସହିତ ସରକାରୀ ଓକିଲ ସଞ୍ଜୟ ଜେନା ଓ ପୂର୍ବତନ ପ୍ରଧାନଶିକ୍ଷକ ତଥା ପ୍ରବଚକ ପଣ୍ଡିତ ହୃଷିକେଶ ରଥ ମଧ୍ୟ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ରଙ୍ଗର ପର୍ବରେ ଭେଟିବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରିଥିଲେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.